Browsing monthly archive

July 2022

ନାବାଳିକାକୁ ପୋଡ଼ି ମାରିଦେଲେ!

ସୋର, ୨୪/୭(ଏସଏସନିଉଜ) ଜଣେ ନାବାଳିକାକୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ।.ଖଇରା ଥାନା ବାରିଙ୍ଗିଆ ଗାଁରେ ନାବାଳିକାକୁ ପୋଡ଼ି ହତ୍ୟା. କରାଯାଇଥିବାର ଅଭିଯୋଗ ହୋଇଛି ।ଗାଁର ଜଣେ ବିବାହିତ ଯୁବକ ପୋଡ଼ି ହତ୍ୟା କରିଥିବା ଅଭିଯୋଗ କରି ଗାଁ ଲୋକେ ଯୁବକକୁ ଅଟକ ରଖିଛନ୍ତି ।ଏହାକୁ ନେଇ ଗାଁରେ ଉତେଜନା ଦେଖାଦେଇଛି ।

ଆଜିର ରାଶିଫଳ

କାମଦା ଏକାଦଶୀ,୨୦୨୨ ମସିହା ଜୁଲାଇ ମାସ ୨୪ ତାରିଖ (ରବିବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଏକାଦଶୀ ଦିବା ଘ୧୨/୩୭ ପର‌୍ୟ୍ୟନ୍ତ ତଦନ୍ତେ ଦ୍ଵାଦଶୀ ,ନକ୍ଷତ୍ର-ରୋହିଣୀ ରା ଘ୧୦/୨୬ ପର‌୍ୟ୍ୟନ୍ତ ତଦନ୍ତେ ମୃଗଶିରା ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୨/୦୩ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୩୯ ,ମେଷ ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର .ଏକାଦଶୀର ଏକୋଦିଷ୍ଟ ଶ୍ରାଦ୍ଧ ,ଶିମ୍ବ ଦିବା ଘ୧୨/୩୭ ଗତେ ପୋଇ ଭକ୍ଷଣ ନିଷେଧ । ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। […]

ସଫାହେଲାନି କେନାଲ,ଚିନ୍ତାରେ ଚାଷୀ

ମେଣ୍ଢାଶାଳ,୨୨/୭(ଏସଏସନିଉଜ)ବର୍ଷାଦିନ ଆସିଲା କିନ୍ତୁ କେନାଲ ସଫା ହୋଇପାରିଲାନାହିଁ । କେନାଲସାରା ଦଳଭର୍ତୀହୋଇରହିଥିବାରୁ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଇପାରୁନଥିବାରୁ ମେଣ୍ଢାଶାଳଗ୍ରାମର ଚାଷୀମାନଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଡେରାସବନ୍ଧରୁ ବହିଆସୁଥିବା ଉଦ୍‌ବୃତ ପାଣିକୁ ରୋକିବାପାଇଁ ୧୯୬୮ମସିହାରେମେଣ୍ଢାଶାଳଠାରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା ।ବନ୍ଧ ନିର୍ମାଣପରେ ଚାଷଜମିକୁ ଜଳସେଚନ କରିବାପାଇଁ ୧୫୬୦ମିଟର ଲମ୍ବର କେନାଲ ମଧ୍ୟ ନିର୍ମାଣ କରାଯାଇଥିଲା ।ଏହାଦ୍ୱାରା ୨୭୪ହେକ୍ଟର ଚାଷଜମି ଜଳସେଚନ ହୋଇପାରିଥିଲା । ସେହିପରି ରବିରୁତୁରେ ୪୦ହେକ୍ଟର ଚାଷଜମିରେ ଜଳସଚନ ହୋଇ ଚାଷୀମାନେ […]

ରୋକଟ ଓ ଇଞଣା ସବ୍ କେନାଲରେ ଛଡାଗଲା ପାଣି

ବାରଙ୍ଗ,୨୨/୭(ଏସଏସନିଉଜ) ମୁଣ୍ଡଳୀ ଜଳ ସମ୍ପଦ ବିଭାଗ କର୍ତ୍ତୁପକ୍ଷ ଶୁକ୍ରବାର ଦିନ ଦୟା ପଶ୍ଚିମ କେନାଲରୁ ରୋକଟ ଓ ଇଞଣା ସବ୍ ମାଇନରକୁ ପାଣି ଛାଡିଛନ୍ତି ।ଯାହାଫଳରେ ଚାଷକାର୍ଯ୍ୟ ପାଇଁ ଦେଖାଦେଇଥିବା ପାଣି ସଂଙ୍କଟ ଦୁର ହୋଇପାରିଛି ।ଏହାସହିତ ଦୁଇ କେନାଲ ଉପରେ ନିର୍ଭରଶୀଳ କଳାଝାରୀ, ଓସ୍ତପଡା, ରୋକଟ, ସିଙ୍ଗଡା, ଟାଙ୍ଗିବନ୍ତ, ବରିମୁଣ୍ଡ,ଇଞଣା,କଳାରାହାଙ୍ଗ ଆଦି ଗ୍ରାମର ଚାଷୀମାନେ ବେଶ ଉପକୃତ ହୋଇପାରିବେ ବୋଲି ଜଣାପଡିଛି ।ପାଣି ପଞ୍ଚାୟତର ସଭାପତି ଅଲେଖ ମହାଭୋଇ ଓ ସଂପାଦକ ପ୍ରଭାତ ପ୍ରଧାନଙ୍କ ମିଳିତ […]

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୩ ତାରିଖ (ଶନିବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଦଶମୀ ଦିବା ଘ୧୧/୧୧ ପର‌୍ୟ୍ୟନ୍ତ ତଦନ୍ତେ ଏକାଦଶୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୨/୪୨ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୦୦ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ବିଛା ରାଶି ର ଘାତଚନ୍ଦ୍ର ,ଏକାଦଶୀ ର ପାର୍ବଣ ଶ୍ରାଦ୍ଧ ,କଳମ୍ବୀ(କଳମ ଶାଗ) ଦିବା ଘ୧୧/୧୧ ଗତେ ସିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ […]

ମେଣ୍ଢାଶାଳ ପଞ୍ଚାୟତରେ ବୃକ୍ଷରୋପଣ

ମେଣ୍ଢାଶାଳ, ୨୨/୭ (ଏସ ଏସ ନିଉଜ)  ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିଡାମଡ଼ା ଆଶ୍ରମ ବିଦ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମ୍ବ, ପଣସ, କରମଙ୍ଗା, ଜାମ୍ମୁ, ବଉଳ, ପିସ୍ତା ବାଦାମ ଆଦି କଲମୀ ଫଳଚାରା ରୋପଣ କରାଯାଇଛି। ବର୍ତ୍ତମାନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ପଦକ୍ଷେପ ବୋଲି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶ୍ରୀ ପ୍ରଭାତ କୁମାର ରାଉତରାୟ ଅଞ୍ଚଳର ବସିନ୍ଦା ମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ […]

ବଜ୍ରାଘାତରେ ୨ ମୃତୁ

ଭୁବନେଶ୍ୱର,୨୨/୭(ଏସ ଏସ ନିଉଜ)ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କର ମୃତୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ଆନନ୍ଦପୁର ହାଟଡ଼ିହି ବ୍ଲକ ବାହାରିପୁର ଗାଁରେ ୨ ଜଣ ମୃତବରଣ କରିଛନ୍ତି ।ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୨ ମୃତ ହୋଇଛି ।ସେହିଁଭଳି ଭାବେ ଭଦ୍ରକ ଧାମନଗର ଥାନା ନନ୍ଦୀପୁରରେ ବଜ୍ରାଘାତରେ ୩ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।

ବନ୍ଦଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର, ୨୨/୭(ଏସ ଏସ ନିଉଜ) ଶାସ୍ତ୍ରୀନଗର ଶନି ମନ୍ଦିର ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ବନ୍ଦ ଘରୁ ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୋଲିସ ।୫ରୁ ୬ ଦିନ ହେବ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘରେ ଏକୁଟିଆ ରହୁଥିଲେ ବୃଦ୍ଧ ।

ଭିଜିଲାନ୍ସ ହାତରେ ଆୟୁଷ ଡାକ୍ତର

ରାଜଗାଙ୍ଗପୁର,୨୨/୭(ଏସ ଏସ ନିଉଜ)ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର।ସିଏ ହେଉଛନ୍ତି କୁତ୍ରା ଥାନା ଗହୀରବାହାଲ PHC ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ।ଜଣେ ଅଟୋ ଡ୍ରାଇଭରଠାରୁ ୪ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ।ଡାକ୍ତରଙ୍କ କ୍ଲିନିକ ସମେତ କୁତ୍ରା ବାସଭନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ।

କାଠଯୋଡ଼ିରେ କୁମ୍ଭୀର ଆତଙ୍କ

ବାରଙ୍ଗ,୨୨/୭(ଏସ ଏସ ନିଉଜ) ତ୍ରିଶୂଳିଆ ଛକ ନିକଟ କାଠଯୋଡ଼ି ମୁଣ୍ଡମୁହାଣ ଘାଟରେ କୁମ୍ଭୀର ଆତଙ୍କ ଦେଖଦେଇଛି ।ଘାଟ ନିକଟରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ କୁମ୍ଭୀର ଫସିଥିବା ଅବସ୍ଥାରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ବନବିଭାଗ ଓ ଅଗ୍ନିଶମ ବାହିନୀ ।