ମେଣ୍ଢାଶାଳ,୨୨/୭(ଏସଏସନିଉଜ)ବର୍ଷାଦିନ ଆସିଲା କିନ୍ତୁ କେନାଲ ସଫା ହୋଇପାରିଲାନାହିଁ । କେନାଲସାରା ଦଳଭର୍ତୀହୋଇରହିଥିବାରୁ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଇପାରୁନଥିବାରୁ ମେଣ୍ଢାଶାଳଗ୍ରାମର ଚାଷୀମାନଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଡେରାସବନ୍ଧରୁ ବହିଆସୁଥିବା ଉଦ୍ବୃତ ପାଣିକୁ ରୋକିବାପାଇଁ ୧୯୬୮ମସିହାରେମେଣ୍ଢାଶାଳଠାରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା ।ବନ୍ଧ ନିର୍ମାଣପରେ ଚାଷଜମିକୁ ଜଳସେଚନ କରିବାପାଇଁ ୧୫୬୦ମିଟର ଲମ୍ବର କେନାଲ ମଧ୍ୟ ନିର୍ମାଣ କରାଯାଇଥିଲା ।ଏହାଦ୍ୱାରା ୨୭୪ହେକ୍ଟର ଚାଷଜମି ଜଳସେଚନ ହୋଇପାରିଥିଲା । ସେହିପରି ରବିରୁତୁରେ ୪୦ହେକ୍ଟର ଚାଷଜମିରେ ଜଳସଚନ ହୋଇ ଚାଷୀମାନେ ଚାଷକାର୍ଯ୍ୟ ସୁରୁଖୁରରେ କରିପାରୁଥିଲେ । ପରବର୍ତିି ସମୟରେ କେନାଲର ତଳମୁଣ୍ଡକୁ ଢଳେଇ କରାଯାଇଥିଲା ।ବନ୍ଧର ମେନ୍ସ୍ଲୁଇସଠାରୁ ୫ଶହମିଟର କେନାଲ ଢଳେଇ କରାଯାଇଥିବାରୁ ବନ୍ଧ ମୁହଁଠାରୁ ୫ଶହମିଟର କେନାଲ ଦଳଭର୍ତୀହେବା ଯୋଗୁ ଶେଷମୁଣ୍ଡ ପର୍ଯ୍ୟନ୍ତ କେନାଲରେ ପାଣିଯାଇପାରୁନାହିଁ । ଚଳିତବର୍ଷ ଚାଷୀମାନେ କଷ୍ଟେମଷ୍ଟେ ଧାନଚାଷ କରିଥିଲେ ।କିନ୍ତୁ କେନାଲକୁ ଭଲଭାବରେ ସଫାକରିବକୁ ଚାଷୀମାନେ ବହୁବାର ବିଭାଗର ଅଧିକାରୀମାନଙ୍କୁ ଜଣଥିଲେ ମଧ୍ୟଅଦ୍ୟାବଧି କେନାଲ ସଫା ହୋଇପାରିନାହିଁ ।ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)