ସୁନ୍ଦରଗଡରେ ଡବଲ୍ ମର୍ଡର

ସୁନ୍ଦରଗଡ଼,୨୧/୭(ଏସଏସନିଉଜ) ବଡଗାଁ ଥାନା ଅନ୍ତର୍ଗତ ସାଲବିରା ଗ୍ରାମରେ ଡବଲ୍ ମର୍ଡର ହୋଇଛି । କୋଦାଳରେ ହାଣି ୭୨ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରିସାରିବାପରେ ହତ୍ୟାକାରୀଙ୍କୁ ହତ୍ୟା କରାଯାଇଛି । ୭୨ ବୟସ୍କ ବୃଦ୍ଧ ପ୍ରଫୁଲ୍ଲ ମାଝୀ ଜଙ୍ଗଲରୁ ଗାଈଚରାଇ ଘରକୁ ଫେରୁଥିବାବେଳେ ଘନଶ୍ୟାମ ମାଝୀ ନିର୍ମମ ଭାବେ କୋଦାଳ ଏବଂ ଟାଙ୍ଗିଆ ରେ ହାଣି ପ୍ରଫୁଲ୍ଲ ଙ୍କୁ ହତ୍ୟା କରି ଆସୁଥିବାବେଳେ ତାଙ୍କୁ କେହି ହତ୍ୟା କରିଛି ।ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।

 

Comments (0)
Add Comment