Browsing monthly archive

July 2022

ବ୍ରହ୍ମପୁରରେ ମାସ୍କ ବାଧ୍ୟ

ବ୍ରହ୍ମପୁର,୧୯/୭(ଏସଏସନିଉଜ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।ବ୍ରହ୍ମପୁର ମହାନଗର ନିଗମ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ଓ ଦୋକାନୀମାନେ ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ମାସ୍କ, ନୋ ଗୁଡ୍ସ ଲେଖିବାକୁ କୁହାଯାଇଛି ।

୨୧ରେ ଇଡି ଅଫିସ୍ ଘେରିବ କଂଗ୍ରେସ

ଭୂବନେଶ୍ୱର,୧୯/୭(ଏସଏସନିଉଜ) ଆସନ୍ତା ୨୧ ତାରିଖରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ ।ଘେରାଉ ନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରାଯିବ । ସୋନିଆ ଗାନ୍ଧିଙ୍କୁ ଇଡି ର ଦ୍ୱିତୀୟ ସମନର ପ୍ରତିବାଦ କରିବ କଂଗ୍ରେସ ।

ଖଟିଆରେ ବୁହାରୋଗୀ ଡାକ୍ତରଖାନାରେ ମୃତ

ରେଢ଼ାଖୋଲ,୧୯/୭(ଏସଏସନିଉଜ) ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତ ବଡ଼ବିଲ ଗାଁର ରୋଗୀ ଚାଷ କାମକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍ ବିଲରେ ପଡ଼ିଯାଇଥିଲେ । ଆମ୍ବୁଲାନ୍ସ ଆସିଥିଲା ଡାକ୍ତରଖାନାକୁ ନେବାପାଇଁ ।କିନ୍ତୁ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଘରପର୍ଯ୍ୟନ୍ତ ଆସି ପାରିନଥିଲା । ଫଳରେ ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା । ରେଢ଼ାଖୋଲ ହସ୍ପିଟାଲରେ ଅସୁସ୍ଥ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ଢେଙ୍କାନାଳ,୧୯/୭(ଏସଏସନିଉଜ) ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି ।ଯାହାଫଳରେ ଜଣେ ଚାଳକ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ବେହେରା ଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାଳକ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗୁଣ୍ଡୁରୁଝରଣା ଗାଁର ଅନ୍ତର‌୍ୟ୍ୟାମୀ ସାହୁ ଗୁରୁତର ହୋଇଛନ୍ତି।ଦୁର୍ଘଟଣାପରେ ଉଭୟଚାଳକଙ୍କୁ ପର୍ଜଙ୍ଗ ଥାନା ପୁଲିସ ସହାୟତାରେ ଚିକିସ୍‌ାପାଇଁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ଦୁର୍ଘଟଣାଗ୍ରସ୍ଥ ଟ୍ରକ […]

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର,୧୯/୭(ଏସଏସନିଉଜ) ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାରେ ଅବଗତ କରିଛନ୍ତି ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିରେ ଆଇ ଟି ପଲିସି-୨୦୨୨କୁ ବି କ୍ୟାବିନେଟ ଅନୁମୋଦନ କରିଛି।୨ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି ।ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି ।ପୁରୀରେ୧୩୫କୋଟି ବନିଯୋଗରେ ନିର୍ମାଣ ହେବ ଧର୍ମଶାଳା ।ପର‌୍ୟ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି […]

ଟ୍ରାକ୍ଟର ନେଲା ଭାଗଚାଷୀଙ୍କ ଜୀବନ

କେନ୍ଦୁଝର,୧୯/୭(ଏସ ଏସ ନୁଜ) ଟ୍ରାକ୍ଟର ଓଲଟି ଜଣେ ଭାଗ ଚାଷୀଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ଗାଁ ରୁଗୁଡି ସାହିରେ ଚାଷ କରୁଥିବା ବେଳେ ହେଲା ଅଘଟଣ ଘଟିଛି।ସନ୍ଧ୍ୟା ସମୟରେ ଅର୍ଜୁନ ମହାକୁଡ ନାମକ ଭାଗ ଚାଷୀ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଜମିରେ ଚାଷ କରୁଥିଲେ । ସେହି ସମୟରେ ହଠାତ କାଦୁଅରେ ଫସି ଟ୍ରାକ୍ଟରଟି ଓଲଟି ପଡିଥିଲା ।ଚାଷୀ ଅର୍ଜୁନ ମହାକୁଡଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ […]

ମହାନଦୀ ଓ ବ୍ରାହ୍ମଣୀ ଜଳ ଦୂଷିତ

ଭୁବନେଶ୍ୱର,୧୯/୭(ଏସ ଏସ ନିଉଜ) ମହାନଦୀ ଓ ବ୍ରାହ୍ମଣୀ ନଦୀ ଦଳ ଦୂଷିତ ହୋଇଥିବାର ଅମର ଶତପଥୀ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଲିଖିତ ଉତ୍ତର ଦେଇଥିଲେ ।ପ୍ରତିମାସରେ ୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳ ମାନ ପରୀକ୍ଷା ହୁଏ।ପରୀକ୍ଷଣ ଅନୁସାରେ ମହାନଦୀ ଓ ବ୍ରାହ୍ମଣୀ ଜଳ ମାନକ ଠାରୁ ଉର୍ଦ୍ଧ୍ୱରେ ଅଛି ।ଉଭୟ ନଦୀର ଜଳ ଈଙଊ ଏବଂ ଞଉ ନିର୍ଦ୍ଧାରିତ ମାନଠାରୁ ଅଧିକ ରହିଛି।ସହରାଞ୍ଚଳ ବର୍ଜ୍ୟଜଳ ଓ ନଦୀଜଳ ଇନଷ୍ଟ୍ରିମ୍ ବ୍ୟବହାରରୁ ଦୂଷିତ […]

ରୁଚିକା ପାଇଁ ଓଡିଶା ବନ୍ଦ

ଭଦ୍ରକ,୧୯/୭(ଏସ ଏସ ନିଉଜ)ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନ୍ୟାୟ ଦାବିରେନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକ 16 ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି ।ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି ।ଆତ୍ମହତ୍ୟା କରିଥିବା ବିଜେବି ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ପାଇଁ ଆଜି ଓଡ଼ିଶା ବନ୍ଦ ପାଇଁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।ଶାନ୍ତିପୂର୍ଣ୍ଣ ପିକେଟିଂ ପାଇଁ ଆହ୍ୱାନ।ବନ୍ଦ୍‌କୁ ଛାତ୍ର କଂଗ୍ରେସର ସମର୍ଥନ ଦିଆଯାଇଛି […]

ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା

ଭୁବନେଶ୍ୱର,୧୯/୭(ଏସ ଏସ ନିଉଜ)ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା ଉପ ରାଷ୍ଟ୍ରପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା ।ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଆଲ୍‌ଭା।କାଲି ପ୍ରାର୍ଥିପତ୍ର ଦାଖଲ କରିଥିଲେ #NDA ପ୍ରାର୍ଥୀ ଜଗଦୀପ ଧନଖଡ୍।ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ହେବ ମତଦାନ ।

ଟିପର୍‌ ପଛରୁ ପିଟିଲା ବସ୍

କୋରାପୁଟ,୧୯/୭(ଏସ ଏସ ନିଉଜ)ଟିପର୍‌କୁ ପଛରୁ ବସ୍ ପିଟିବାଦ୍ୱାର ୧୦ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି ।ଏନ୍ଏଚ୍-୨୬ର ଶୁଣ୍ଡିପୁଙ୍ଗାର ଛକ ନିକଟରେ ଦୁର୍ଘଟଣା ଘଟିଛି ।ସରକାରୀ ବସ୍‌ଟି ବିଶାଖା ପାଟଣାରୁ ଚତ୍ରକୋଣ୍ଡା ଯିବା ବେଳେ ଦୁର୍ଘଟଣା ଘଟିଥିଲା ।