ଜିପ ସହ ଗଂଜେଇ ଜବତ
ଲମତାପୁଟ,୧୯/୭(ଏସ ଏସ ନିଉଜ)ସାହୁପୁଟ ଛକରୁ ୨୦ ଲକ୍ଷର ଗଞ୍ଜେଇ ସହ ଜିପ୍ ଜବତ ହୋଇଛି ।ଆନ୍ଧ୍ରରୁ ପାଡୁଆ ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲା ।ତେବେ କୌଶଳ କ୍ରମେ ଚାଳକ ଫେରାର ହୋଇଯାଇଛି ।ଜବତ ଗଞ୍ଜେଇର ପରିମାଣ ୨ କ୍ୱିଣ୍ଟାଲ ୧୫ କେଜି ବୋଲି ସୂଚନା ମିଳିଛି ।
Browsing monthly archive
ଲମତାପୁଟ,୧୯/୭(ଏସ ଏସ ନିଉଜ)ସାହୁପୁଟ ଛକରୁ ୨୦ ଲକ୍ଷର ଗଞ୍ଜେଇ ସହ ଜିପ୍ ଜବତ ହୋଇଛି ।ଆନ୍ଧ୍ରରୁ ପାଡୁଆ ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲା ।ତେବେ କୌଶଳ କ୍ରମେ ଚାଳକ ଫେରାର ହୋଇଯାଇଛି ।ଜବତ ଗଞ୍ଜେଇର ପରିମାଣ ୨ କ୍ୱିଣ୍ଟାଲ ୧୫ କେଜି ବୋଲି ସୂଚନା ମିଳିଛି ।
ବାରଙ୍ଗ,୧୮/୭(ଏସଏସନିଉଜ)ବାରଙ୍ଗଅଂଚଳର ଶିଳ୍ପପତି ଅର୍ଜ୍ଜୁନ ମହାରଣାଙ୍କୁ ରବିବାରଦିନଉତ୍ତର ଆମେରିକାର ଥିଓଫାନି ବିଶ୍ଵ ବିଦ୍ୟାଳୟ ତଫରୁ ଭୁବନେଶ୍ଵରର ପଟିଆ ସ୍ଥିତ ସ୍ମିଥ୍ ଉଦ୍ୟୋଗର ପରିଚାଳକ ଅର୍ଜୁନ ମହାରଣାଙ୍କୁ ଉତ୍ତମ ଗୁଣବତାର ଶୀଳ୍ପ ପରିଚାଳନା ପାଇଁ ସ୍ଵତନ୍ତ୍ର ଭାବେ ସମ୍ମାନଜନକ ପିଏଚଡି ପ୍ରଦାନ କରାଯାଇଛି । ଦିଲ୍ଲିର ଲୋଧି ରୋଡସ୍ଥିତ ଇଣ୍ଡିଆ ହାବିଟାଟ ସେଣ୍ଟର ପରିସରରେ ଆୟୋଜିତ ସମାରୋହରେ ଥିଓଫାନି ବିଶ୍ଵ ବିଦ୍ୟାଳୟର ଚୟନ କମିଟ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଖବର ଜଣାପଡିବାପରେ ତାଙ୍କ ଗ୍ରାମ ଦାଢାପାଟଣାରେ […]
ଭୁବନେଶ୍ୱର,୧୮/୭(ଏସଏସନିଉଜ) ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ନର୍ମଦା ନଦୀକୁ ଯାତ୍ରୀବାହୀ ବସଟି ଖସି ପଡ଼ିଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବସଟି ପ୍ରଥମେ ଖଲଘଟ ବ୍ରିଜ ସହ ଧକ୍କା ହୋଇଥିଲା ଓ ଏହାପରେ ୧୦୦ ଫୁଟ ଗଭୀର ନର୍ମଦା ନଦୀ ଗର୍ଭକୁ ଖସି ପଡ଼ିଥିଲା । ଖବର ପାଇ ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।ବର୍ତମାନସୁଦ୍ଧା ୧୨ ଜଣଙ୍କ ଶବ […]
ଭୁବନେଶ୍ୱର,୧୮/୭(ଏସଏସନିଉଜ) ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦଳ ନିଷ୍ପତ୍ତି ମୁତାବକ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ରହିଥିଲା ।କିନ୍ତୁ ଦଳ ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ । ଭୋଟ୍ ଦେବା ପରେ ମାଟିର ଝିଅକୁ ଭୋଟ ଦେଇଛି ବୋଲି ବିଧାୟକ ମହମ୍ମଦ ମୋକିମ […]
ସମ୍ବଲପୁର, ୧୮/୭(ଏସଏସନିଉଜ) କାର୍ ଧକ୍କାରେ ଏସପିଙ୍କ ବାସଭବନ ପାଚେରି ଭାଙ୍ଗିଛି ।ଏହି ଘଟଣାରେ ୫ଜଣ ଆହତ ହୋଇଥିବାର ଜଣାପଡିଛି । ଜଣେ ଆଇନଜୀବୀଙ୍କ ଗାଡ଼ି ଏହି ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଥିବାବେଳେ ଟାଉନ ପୋଲିସ ସମ୍ପୃକ୍ତ ଆଇନଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।
ଭୁବନେଶ୍ୱର,୧୮/୭(ଏସଏସନିଉଜ) ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ୨.୫ ଲକ୍ଷ ଠକେଇର ଅଭିଯୋଗ ହୋଇଛି । ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ ହୋଇଛି । ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା ।ଏହାପରେ ସେୟାର ମାର୍କେଟରେ ଟଙ୍କା ବିନିଯୋଗ ପାଇଁ ମହିଳା ପ୍ରବର୍ତ୍ତାଇଥିଲେ । ୧୧ ଲକ୍ଷ ଟଙ୍କା ପ୍ରଫିଟ୍ ହୋଇଥିବା ଯୁବକଙ୍କୁ ମହିଳା କହିଥିଲେ ।
ବାରଙ୍ଗ,୧୭/୭(ଏସଏସନିଉଜ)ଲଘୁଚାପ ଜନିତ ବର୍ଷାରେ ଗତ ଶନିବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନର ତୃଣଭୋଜି ସଫାରୀ ପାଚେରୀ ଭୂଷୁଡି ପଡିଛି।ଏହି ସୁଯୋଗରେ ଉକ୍ତ ସଫାରୀ ମଧ୍ୟରେ ଥିବା ହରିଣ,ସମ୍ବର,ଆଦି ତୃଣଭୋଜିପ୍ରାଣୀ ମଧ୍ୟରୁ କିଛି ପ୍ରାଣୀ ପଦାକୁ ବାହାରି ଆସିଥିବାର ଅନୁମାନ କରାଯାଉଛି । ଗତକାଲି ଲଘୁଚାପଜନିତ ବର୍ଷାରେ ନିରାପତ୍ତା ବିଭାଗର କର୍ମଚାରୀମାନେ ଦିନ ପେଟ୍ରୋଲିଂ କରୁଥିବାବେଳେ ରାଜ୍ୟଉଭିଦ ଉଦ୍ୟାନ ଘାସଫାର୍ମ ପଟ ତୃଣଭୋଜି ସଫାରୀ ୩୦ଫୁଟରୁ ଉର୍ଦ୍ଧ ପାଚେରି ଭୂଷୁଡି ପଡିଥିବା ଦେଖିବାକୁ ପାଇଥିଲେ।ଏବିଷୟରେ ଜନ୍ତୁବିଭାଗକୁ ଖବର ଦେବାପରେ ତୁରନ୍ତ ଜନ୍ତୁବିଭାଗର […]
ପାରାଦୀପ,୧୮/୭(ଏସ ଏସ ନିଉଜ) ୫ ଦିନରୁ ନିଖୋଜ ଥିବା ଦୋକାନୀଙ୍କୁ ହତ୍ୟା ସନ୍ଦେହ ।ରଙ୍ଗିଆଗଡ଼ ପୋଲ ନିକଟ ଦୋକାନ ଘରେ ଲାଗିଛି ରକ୍ତ ଦାଗ।ରକ୍ତ ଦାଗ ସହ ବାଇକ୍ ମଧ୍ୟ ପଡ଼ିଥିବାରୁ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଉଛି ।ଘଟଣାସ୍ଥଳରେ ଅଭୟଚାନ୍ଦପୁର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର,୧୮/୭(ଏସ ଏସ ନିଉଜ)ବିଧାନସଭାରେ ଉଠିଛି ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗ । ଗୃହର ଶୂନ୍ୟକାଳରେ ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିଲା ଜିଏସଟି ଝଡ । ଏହା ଗରିବଙ୍କ ପେଟରେ ଲାତ, କମିଟି ହେଉ କହିଲେ ତାରା ବାହିନୀପତି, #GST ହଟାଇବା ଦାବି ସହ ଅର୍ଥମନ୍ତ୍ରୀ ମନ୍ତବ୍ୟ ରଖନ୍ତୁ କହିଲେ ଅମର ଶତପଥୀ।ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି […]
ବ୍ରହ୍ମପୁର,୧୮/୭(ଏସ ଏସ ନିଉଜ)ବ୍ରହ୍ମପୁରବିଶ୍ୱବିଦ୍ୟାଳୟରେ୨ ଛାତ୍ରଙ୍କୁ ପରୀକ୍ଷା ବାରଣକୁ ନେଇ ଉତ୍ତେଜନା ଦେଖାଦେଇ ଛି ।ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ଅନୁମତି ନ ଦିଆଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।ପିଜି କାଉନସିଲ୍ ଗେଟ୍ରେ ତାଲା ପକାଇ ପ୍ରତିବାଦରେ ଛାତ୍ରମାନଙ୍କ ହୋହଲ୍ଲା କରିଛନ୍ତି। ଓଡ଼ିଆ ବିଭାଗ ଅଧ୍ୟାପକଙ୍କୁ ମାଡ଼ ଘଟଣାରେ ୨ ଛାତ୍ର ଗିରଫ ହୋଇଥିଲେ ।