Browsing monthly archive

July 2022

ସମୁଦ୍ରରେ ବୁଡ଼ି ଜଣେ ନିଖୋଜ

ପୁରୀ, ୧୧/୭(ଏସ୍‌ଏସ୍‌ନିଉଜ) ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ଜଣେ ପର‌୍ୟ୍ୟଟକ ନିଖୋଜ ହୋଇଥିବାର ଜଣାପଡିଛି ।ନିଖୋଜ ବ୍ୟକ୍ତି ଯାଜପୁର ମାଳସାହିର ହୋଇଥିବାବେଳେ ପରିବାର ସହ ପୁରୀ ଆସିଥିଲେ । ୯ ନମ୍ବର ସେର ଚୈତନ୍ୟ ଛକରେ ଗାଧୋଇଲା ବେଳେ ଭାସି ନିଖୋଜ ହୋଇଛନ୍ତି ।

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା

ପୁରୀ,୧୧/୭(ଏସଏସ ନିଉଜ)ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି।ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ।ଏହାପରେ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧର ହଣ୍ଡା ଭଙ୍ଗାଯିବ। ୯ ଦିନର ଯାତ୍ରାରେ ଶ୍ରୀଜିଉଙ୍କୁ ନଜର ଲାଗିଥିବାରୁ ତଥା ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହଣ୍ଡା ଭଙ୍ଗାଯିବ। ଏହାପରେ ଆସନ୍ତାକାଲି ନିଳାଦ୍ରୀବିଜେ କରିବେ ମହାପ୍ରଭୁ। ଗତକାଲି ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଇଥିଲେ ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନ […]

ଉଠାଇନେଲା ପୋଲିସ

ଭୁବନେଶ୍ୱର,୧୧/୭(ଏସ ଏସ ନିଉଜ)ବିଜେବି କଲେଜ ସାମ୍ନାରୁ ରୁଚିକାଙ୍କ ମାଆଙ୍କୁ ଉଠାଇ ନେଲା ପୋଲିସ ।ଆତ୍ମହତ୍ୟା କରିଥିବା ରୁଚିକାଙ୍କ ମାଆଙ୍କୁ ଜବରଦସ୍ତ ଉଠାଇଲା ପୋଲିସ।ରୁଚିକାଙ୍କ ମାଆଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ।ଝିଅକୁ ନ୍ୟାୟ ପାଇଁ ଧାରଣା ଦେଇଥିବା ମାଆଙ୍କୁ ଉଠାଇନେଲା।

ପୁଣି ହାତୀ ମୃତ

ଖୋର୍ଦ୍ଧା,୧୧/୭(ଏସ ଏସ ନିଉଜ) ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତୁ ବରଣ କରିଛି । ଜଙ୍କିଆ ନିକଟ ଗୋଳବାଇ ରାସ୍ତାର ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ଲାଗି ମୃତ ବରଣ କରିଛି ।ମୃତ ହାତୀକୁ ଆଉ ଗୋଟିଏ ହାତୀ ଜଗି ରହିଛି, ଘଟଣା ସ୍ଥଳରେ ବନ କର୍ମଚାରୀମାନେ ଜଗି ରହିଛନ୍ତି ।ବନ କର୍ମଚାରୀମାନେ ହାତୀ ଜଗି ରହିଥିବା ଅଞ୍ଚଳକୁ କାହାକୁ ଛାଡୁ ନାହାନ୍ତି।

ଆଜିର ରାଶିଫଳ

ଗରୁଡ଼ ଶୟନ ଓ ଅଧର ପଣା,୨୦୨୨ ମସିହା ଜୁଲାଇ ମାସ ୧୧ ତାରିଖ,ସୋମବାର,ଆଷାଢ଼ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱାଦଶୀ ଦିବା ଘ୧୧/୧୧ ପର୍ଯ୍ୟନ୍ତ ତଦନ୍ତେତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୧୮/ ୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୨୫/୩୨ ,ମିଥୁନ ରାଶିର ଘାତ ବାର ,ଦ୍ୱାଦଶୀର ଏକୋଦିଷ୍ଟ ଓ ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇ ଦିବା ଘ୧୧/୧୧ ଗତେ ବାଇଗଣ ଭକ୍ଷଣ ନିଷେଧ । 🐏ମେଷ-ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ଵର୍ଯ୍ୟଯୁକ୍ତ ହୋଇ […]

ଅଟକିଗଲା କେବୁଲ କାର୍

ଭୁବନେଶ୍ୱର,୧୦/୭(ଏସଏସନିଉଜ) ତେହେରୀ ଜିଲ୍ଲାର ସୁରକଣ୍ଡା ଦେବୀ ମନ୍ଦିର ରୋପୱେରେ ଫସି ଯାଇଥିଲା ଟ୍ରଲି ।ଫଳରେ ୪୫ମିନଟ ପରେ ସୁରକ୍ଷିତଭାବେ ଉତ୍ତରାଖଣ୍ଡରେ ଜଣେ ବିଜେପି ବିଧାୟକଙ୍କ ସମେତ ୬୦ଜଣ ପର‌୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ନିରାପଦରେ ବାହାରକୁ ଆସିଛନ୍ତି ଏବଂ ରୋପୱେ ବର୍ତ୍ତମାନ ସୁରୁଖୁରୁରେ ଚାଲୁଛି । ଟ୍ରଲିରେ କୌଣସି ଯାତ୍ରୀ ଫସି ନାହାଁନ୍ତି ବୋଲି ତେହେରୀର ଏସଏସପି ନବନୀତ ଭୁଲାର ଏଏନଆଇକୁ କହିଛନ୍ତି। ଅନ୍ୟପକ୍ଷରେ, କେବୁଲ କାରରୁ ଉଦ୍ଧାର ହୋଇଥିବା ବିଜେପି ବିଧାୟକ କିଶୋର […]

ବିଚାରାଧୀନ ବନ୍ଦୀଙ୍କମୃତ୍ୟୁ

ଭୁବନେଶ୍ୱର,୧୦/୭(ଏସଏସନିଉଜ) ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ମୀର ସୈରୁଦ୍ଦିନଙ୍କ ମୃତ୍ୟୁବରଣ କରିଚନ୍ତି ।୨୦୧୭ରୁ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ରହୁଥିଲେ ।ଆଜି ସକାଳେ ପଡ଼ିଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।ଅନ୍ୟପଟେ ହୃଦଘାତରେ ମୃତ୍ୟୁ ବୋଲି କହିଛନ୍ତି ଜେଲ୍ କର୍ତ୍ତୃପକ୍ଷ ।

ପଥରରେ ଛେଚି ପତ୍ନୀକୁ ହତ୍ୟା

ମୋହନା, ୧୦/୭(ଏସଏସନିଉଜ) ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ସ୍ୱାମୀ ।ମୋହନା ଥାନା ଅଧରନସ୍ଥ ଭାଲିଆଗଣି ଗାଁରେ ଘରୋଇ କଳିରୁ ଏହି ବୀଭତ୍ସ କାଣ୍ଡ ଘଟାଇଛି ସ୍ୱାମୀ ।ଖବରପାଇ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ତଦନ୍ତ ଆରମ୍ଭ କରିଛି ।  

 ବାରୁଦ କାଢି ଖେଲିବା ବେଳେ ଘଟିଲା  

ଭଦ୍ରକ, ୧୦/୭(ଏସଏସନିଉଜ) ଅଫୁଟା ବାଣରୁ ବାରୁଦ କାଢି ଖେଳିବା ବେଳେ ବିସ୍ଫୋରଣ ହେବାରୁ ଜଣେ ନବାଳକ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଆହତ ହୋଇଥିବା ନାବାଳକ ହେଉଛନ୍ତି ରାଜୁ ମଳିକଙ୍କ ପୁଅ ଶିବା । ଏହି ଘଟଣା ତିହିଡି ବ୍ଲକ ଅଧିନସ୍ଥ କାଁପଡା ଗ୍ରାମରେ ଘଟିଛି । ବାହାଘରରେ ଫୁଟା ଯାଇଥିବା […]

କୋଏଲ ନଦୀରୁ ୪ର୍ଥ ମୃତଦେହ ମିଳିଲା

ଭୁବନେଶ୍ୱର,୧୦/୭(ଏସଏସନିଉଜ) ପବିତ୍ର ବାହୁଡା ଯାତ୍ରା ଦିନ ଗାଧୋଇଯାଇଥିବାବେଳେ ୪ ଭାଇ କୋଏଲ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।ମୃତକ ନାବାଳକମାନେ ହେଉଛନ୍ତି କୁନାଲ ସାହୁ, ଋଷି ସାହୁ, ରୋନକ ସାହୁ ଏବଂ କୌଶଲ ସାହୁ । ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଚତୁର୍ଥ ଭାଇଙ୍କ ଶବ ଆଜି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି । ସମ୍ପର୍କୀୟଙ୍କ ଶୁଦ୍ଧକ୍ରିୟାରେ ଆସିଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଥିବାର ଜଣାପଡିଛି । ରାଉରକେଲାର […]