Browsing monthly archive

July 2022

ହାତଗୋଡ ବନ୍ଧା ଯୁବକଙ୍କ ମୃତଦେହ ମିଳିଲା

ବାଲେଶ୍ୱର,୧୦/୭(ଏସଏସନିଉଜ)ଜଳେଶ୍ୱରର ବିଚ ରାସ୍ତାର ମଝିରେ ହାତଗୋଡ ବନ୍ଧା ହୋଇଥିବା ଏକ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।ଜଳେଶ୍ୱରର ଏନଏଚ-୧୬ର ଶାନ୍ତିଆ ଫ୍ଲାଏ ଓଭରବ୍ରିଜ ଉପରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।  

ଦୁର୍ଦ୍ଦାନ୍ତମାଓବାଦୀ ଗିରଫ

ମାଲକାନଗିର. ୧୦/୭(ଏସଏସନିଉଜ) ସର୍ଚ୍ଚ ଅପରେସନ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଥିବାର ଜଣାପଡିଛିା କାନ୍‌କେର ଘାଟି ପାର୍ଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ଲଛମନ ପଡିଆମୀ ଗିରଫ ହୋଇଛନ୍ତି ।ଲଛମନ ପଡିଆମୀ ଗିରଫ ନେଇ ମାଲକାନଗିରି ଏସ୍‌ପିଙ୍କ ସୂଚନା ଦେଇଛନ୍ତି ।ଛତିଶଗଡ଼ ସୀମା ତୁଳସୀ ପାହାଡ଼ରେ ସର୍ଚ୍ଚ ଅପରେସନ ବେଳେ ଗିରଫ କରାଯାଇଛି ।  

ସ୍କୁଲ କ୍ୟାମ୍ପସ୍‌କୁ ସାମ୍ବାଦିକଙ୍କ ପ୍ରବେଶ ମନା!

ଭୁବନେଶ୍ୱର, ୧୦/୭(ଏସଏସନିଉଜ)ଏବେ ବିନା ଅନୁମତିରେ ଆଉ ସ୍କୁଲ କ୍ୟାମ୍ପସ୍ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଏନେଇ କଙ୍କଡାହାଡ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି ବ୍ଳକ୍ ଶିକ୍ଷାଧିକାରୀ । ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମେନ ଅନୁମତି ବିନା ସ୍କୁଲରେ ପଶନ୍ତି, ତାହାହେଲେ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଏଥିରେ […]

ବାହୁଡିଲେ ମହାବାହୁ

ବାରଙ୍ଗ,୯/୭(ଏସଏସନିଉଜ) ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାରେ ବାହୁଡା ଯାତ୍ରା ଅନୁଷ୍ଟିତ ହୋଇଯାଇଛି।ପଦାସାହି ଭଗବତୀନଗର ଗ୍ରାମର ମା ନାଗେଶ୍ବରୀ ମନ୍ଦିରରୁ ବାହାରି ଭଗବତୀନଗର ଗାଁ ଦାଣ୍ଡ ରାସ୍ତାଦେଇ ଗ୍ରାମ ପରିକ୍ରମା କରି ଗ୍ରାମ ଭାଗବତ ଘର ନିକଟ ଜଗନ୍ନାଥ ମନ୍ଦିର ନିକଟକୁ ଫେରିଥିଲେ।ଭଗବତୀ ନଗର ଗ୍ରାମର ନିର୍ମାଲ୍ୟ ଭଞଙ୍କ ନେତୃତ୍ବରେ କୁନିକୁନି ପିଲାମାନେ ରଥ ଟାଣିଥିଲେ।୧ବର୍ଷର ଦୁଇ କୁନି ଝିଅଙ୍କ ରଥଟଣା ଦେଖିବାକୁ ଭିଡ ଜମିଥିଲା।ସେହିପରି ରଘୁନାଥପୁର ଗାଁମୁଣ୍ଡ ମାଉସୀମା ମନ୍ଦିରରୁ ରଥ ଟଣାଯାଇ […]

ରବିବାର ରାଶିଫଳ

ହରିଶୟନ ଏକାଦଶୀ, ସୁନାବେଶ ଓ ରବିନାରାୟଣ ବ୍ରତ , ୨୦୨୨ ମସିହା ଜୁଲାଇ ମାସ ୧୦ ତାରିଖ (ରବିବାର) ଆଷାଢ଼ ମାସ -ଶୁକ୍ଳପକ୍ଷ, ତିଥି-ଏକାଦଶୀ ଦିବା ଘ୨/୧୪ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ, ସୁର୍ୟୋଦୟ ପ୍ରାତଃ ଘ୦୫/୧୮/ ୦୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୨୫/୩୭ ,ମେଷ ରାଶିର ଘାତ ବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିମ୍ବିକା(ଶିମ୍ବ) ଦିବା ଘ୨/୧୪ ଗତେ ପୁତିକା (ପୋଇ) ଭକ୍ଷଣ ନିଷେଧ। 🐏ମେଷ👉ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ର ମାନଙ୍କଠାରୁ ଉପହାର […]

ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ

ଭୁବନେଶ୍ବର,୯/୭(ଏସଏସନିଉଜ) ଦିନକୁଦିନ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।ଏହାଭିତରେ କଟକ,ଭୂବନେଶ୍ୱର,ପୁରୀରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଭବିଷ୍ୟତରେ ଚିନ୍ତାଜନକ ସ୍ଥିତି ଉପୁଜିବାକୁ ଯାଉଛି ।ଯାହାଫଳରେ କଟକ,ଭୂବନେଶ୍ୱର,ପୁରୀ ରେଡ ଯୋନରେ ସାମିଲ ହୋଇଛି ରାଜଧାନୀ‌ ରେଡ୍ ଜୋନରେ ଆସିବାର ସୂଚନା ପାଇ ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ମେୟର ସୁଲୋଚନା ଦାସ ନିର୍ଦେଶ ଦେଇଛନ୍ତି।ଏହାସହ ମାସ୍କ ବାଧ୍ୟତାମୂଳକ କରାଯିବାସହ ମାସ୍କ ନ ପିନ୍ଧିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସେ […]

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା

ପୁରୀ,୯/୭(ଏସଏସନିଉଜ) ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ରଥଟଣା । ଗଜପତି ମହାରାଜ ଛେରାପହଁରା କରିବା ପରେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ଆରମ୍ଭ କରିଛନ୍ତି ।ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ତେବେ ପୁର୍ବ ନିର୍ଦ୍ଧାରିତ ସମୟ ପୁର୍ବରୁ ରତଟଣା ଆରମ୍ଭ ହୋଇଥିବାର ଜଣାପଡିଛି । ତେବେ ଜୁଲାଇ ୧୦ରେ ସୁନାବେଶ, ୧୧ରେ ଅଧରପଣା, ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।  

ସରପଞ୍ଚଙ୍କ ସମେତ ୧୫ ଜଣଙ୍କ ନାଁରେ ଥାନାରେ ମାମଲା

ବାଲେଶ୍ବର, ୯/୭(ଏସଏସନିଉଜ) ଗତକାଲି ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି ଗ୍ରାମର ଜଣେ ଯୁବକ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛି ।ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେବାସହ ମନ୍ଦିରଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ଏହାସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ସ୍ଥାନୀୟ ସରପଞ୍ଚ ଙ୍କ ସହ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଗୁରୁବାର ସକାଳେ ସ୍ଥାନୀୟ ପାହି ଅଞ୍ଚଳରେ ଏକ ଚିଙ୍ଗୁଡ଼ିଘେରିରୁ ଇଞ୍ଚୁଡ଼ି ଗ୍ରାମର କୁନା ଦଳେଇ ଲୁହାରଡ୍ ଚୋରି କରିଥିବା ନେଇ […]

ଆଜିର ରାଶିଫଳ

ବାହୁଡ଼ା ଯାତ୍ରା,୨୦୨୨ ମସିହା ଜୁଲାଇ ମାସ ୦୯ ତାରିଖ (ଶନିବାର)ଆଷାଢ଼ ମାସ -ଶୁକ୍ଳପକ୍ଷ, ତିଥି-ଦଶମୀ ଦିବା ଘ୪/୪୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ, ସୁର୍ୟୋଦୟ ପ୍ରାତଃ ଘ୦୫/ ୧୭/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୫,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ୍ବୀ(କଳମ ଶାଗ ) ଦିବା ଘ୪/୪୨ ଗତେ ସିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ। 🐏ମେଷ👉 ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇ ପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ […]

କରେଣ୍ଟ ଲାଗି ୧ମୃତ, ୨ ଗୁରୁତର

ଭଦ୍ରକ,୮/୭(ଏସ ଏସ ନିଉଜ) କରେଣ୍ଟ ଲାଗି ଜଣେ ମୃତୁବରଣ କରିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ବନ୍ତ ଥାନା ପଦାକଣା ଗାଁରେ ବରଯାତ୍ରୀ ଯାଉଥିବା ଏହି ବେଳେ ଅଘଟଣ ଘଟିଛି ।ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅଘଟଣ ଘଟିଥିବାର ଜଣାପଡିଛି ।