ବାହୁଡିଲେ ମହାବାହୁ

ବାରଙ୍ଗ,୯/୭(ଏସଏସନିଉଜ) ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାରେ ବାହୁଡା ଯାତ୍ରା ଅନୁଷ୍ଟିତ ହୋଇଯାଇଛି।ପଦାସାହି ଭଗବତୀନଗର ଗ୍ରାମର ମା ନାଗେଶ୍ବରୀ ମନ୍ଦିରରୁ ବାହାରି ଭଗବତୀନଗର ଗାଁ ଦାଣ୍ଡ ରାସ୍ତାଦେଇ ଗ୍ରାମ ପରିକ୍ରମା କରି ଗ୍ରାମ ଭାଗବତ ଘର ନିକଟ ଜଗନ୍ନାଥ ମନ୍ଦିର ନିକଟକୁ ଫେରିଥିଲେ।ଭଗବତୀ ନଗର ଗ୍ରାମର ନିର୍ମାଲ୍ୟ ଭଞଙ୍କ ନେତୃତ୍ବରେ କୁନିକୁନି ପିଲାମାନେ ରଥ ଟାଣିଥିଲେ।୧ବର୍ଷର ଦୁଇ କୁନି ଝିଅଙ୍କ ରଥଟଣା ଦେଖିବାକୁ ଭିଡ ଜମିଥିଲା।ସେହିପରି ରଘୁନାଥପୁର ଗାଁମୁଣ୍ଡ ମାଉସୀମା ମନ୍ଦିରରୁ ରଥ ଟଣାଯାଇ ନନ୍ଦନକାନନ କାନନ କ୍ଷେତ୍ରରେ ଥିବା ଜଗନ୍ନାଥ ମନ୍ଦିର ପାଖକୁ ତିନିଠାକୁର ଆସିଥିଲେ।ସେହିପରି କେନ୍ଦୁପାଟଣା,ବରିମୁଣ୍ଡ,ଇଞଣା,କଳାଝାରି,କଳାରାହାଙ୍ଗ ସମେତ ବାରଙ୍ଗ ଅଞ୍ଚଳର ଦାଢାପାଟଣା, ନୟାପାଟଣା,ସୀତାରାମ ବଜାର,ଫୁଲପୋଖରୀ,ମଧୁପୁର,ନରାଜ,ମୁଣ୍ଡଳୀ ଆଦି ଗ୍ରାମରେ ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି।

Comments (0)
Add Comment