Browsing monthly archive

August 2022

ମୋତେ ସ୍ତ୍ରୀର ମାନ୍ୟତା ଦରକାର

ବ୍ରହ୍ମପୁର, ୪/୮(ଏସଏସନିଉଜ)ମୋତେ ସ୍ତ୍ରୀର ମାନ୍ୟତା ଦରକାର । ମୋ ଛୁଆକୁ ତା ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ କେବଳ ମୋର। ତାଙ୍କୁ ଆଉ କାହାର ହେବାକୁ ଦେବିନି। ଦରକାର ପଡ଼ିଲେ ରାତି ରାତି ତାଙ୍କ ଘର ଆଗରେ ବସିବି। ହେଲେ ମୋତେ ସ୍ତ୍ରୀର ପରିଚୟ ନ ମିଳିବା ଯାଏ ଏଠୁ ହଟିବିନି।’ ଦେଢ଼ ବର୍ଷର ଛୁଆକୁ କୋଳରେ ଧରି ନ୍ୟାୟ ପାଇଁ ଗତକାଲି ରାତି […]

ଦୁଷ୍କର୍ମୀକୁ ୧୨ ବର୍ଷ କାରାଦଣ୍ଡ

ବାରିପଦା,୪/୮(ଏସଏସନିଉଜ) ଦୁଷ୍କର୍ମୀକୁ ୧୨ ବର୍ଷ କାରାଦଣ୍ଡ ରାୟ ଶୁଣାଇଲେ ବାରିପଦା ଜିଲ୍ଲା ଦୌରାଜଜ୍। ଏହାସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି । ଅନାଦେୟ କଲେ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପୀଡିତାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ୨୦୧୭ରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଗୁରୁଚରଣ ବେହେରା ।

ସଙ୍ଗାତ ସାଜିଲା ପିଶାଚ,ବିଭସ୍‌ଭାବେ ବନ୍ଧୁପତ୍ନୀକୁ କଲା ହତ୍ୟା

ଘଟଗାଁ ,୪/୮(ଏସଏସନିଉଜ) ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଣ୍ଡାଟାଙ୍ଗର ଗ୍ରାମରେ ଅତି ବୀଭତ୍ସ ହତ୍ୟାକାଣ୍ଡ ୨୪ ତାରିଖ ରାତିରେ ଘଟିଛି । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ବନ୍ଧୁ ପତ୍ନୀଙ୍କ ଯୌନାଙ୍ଗରେ ଟାଙ୍ଗିଆ ବେଣ୍ଟ ଭର୍ତ୍ତି କରି ହତ୍ୟା କରିଛି ଦୁର୍ବୁତ ଘଟଣାଟି ଘଟିଥିଲା ଏମିତି । ଖାଳିଆଡିହା ଗ୍ରାମର ପୁରୁଷୋତ୍ତମ ନାଏକ ଯିଏକି ମୁଣ୍ଡାଟାଙ୍ଗର ଗ୍ରାମର ବୀର ମୁଣ୍ଡାଙ୍କ ସଙ୍ଗାତ ସେ ତାଙ୍କ ଘରକୁ ଆସିଥିଲେ ।ସଙ୍ଗାତ ଘରକୁ ଆସିଥିବା ଖୁସିରେ ବଜାରକୁ ଯାଇ ଉଭୟ […]

ଗୁଣି ସନ୍ଦେହରେ ପିଟି ମାରିଦେଲେ

ରାୟଗଡ଼ା,୪/୮(ଏସଏସନିଉଜ) ବୁଧବାର ବିଳମ୍ବିତ ରାତି କାଶୀପୁର ବ୍ଲକ ଦୁଡୁକା ବାହଲ ପଞ୍ଚାୟତର ଟିଟିଗୁଡ଼ା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଛି ।ଗ୍ରାମବାସୀମାନଙ୍କ ଆକ୍ରମଣରେ ଦଇ ମାଝି ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇପୁଅ ଦୁର‌୍ୟ୍ୟ ଓ ଲାଲୁ ସଙ୍କଟାପନ୍ନ ଅବସ୍ଥାରେ ଚିକିସ୍‌ିତ ହେଉଛନ୍ତି । ଗାଁ ଦାଣ୍ଡରେ ମୃତଦେହ ପଡ଼ିଥିବାବେଳେ ଟିକିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକିଛିଦିନ ହେବ ଗାଁରେ ଝାଡ଼ାବାନ୍ତି ଲାଗି ରହିଥିବାରୁ […]

କାରରୁ ମିଳିଲା ୩୪୯ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ

କୋରାପୁଟ,୪/୮(ଏସଏସନିଉଜ)କାରରେ ଗଞ୍ଜେଇ ନେଇ ଜୟପୁରରୁ ଛତିଶଗଡ଼କୁ ଚାଲାଣ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ହାବୁଡରେ ପଡିବାରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରୁ ପୋଲିସ ଏପି ୩୧ ବିଏଚ୍୦୯୯୪ନଂ ଗଞେଇବୋଝେଇ କାରକୁ ଜବତ କରିବା ସହ ସନ୍ଦର ପଡୱା ଓ ଗଜେନ୍ଦ୍ର ଗଡ଼ବାଙ୍କୁ ଗିରଫ କରିଛି ।  

ଓଡ଼ିଶା ଗସ୍ତରେ ଆସିବେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର, ୪/୮(ଏସଏସନିଉଜ) ଆସନ୍ତା ୭ତାରିଖରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୪ଦିନିଆ ଓଡ଼ିଶା ଗସ୍ତରେ ଆସିବାନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟପାଳ ଅଗଷ୍ଟ ୮ରେ ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବ, ୯ରେ ଶତାବ୍ଦୀ ଭବନରେ ଆୟୋଜନ ହେବାକୁ ଥିବା ସ୍ବାଧୀନତା ସଂଗ୍ରାମୀ ସରଳା ଦେବୀଙ୍କର ସ୍ମରଣୀୟ ଦିବସ ଉତ୍ସବ, ସାହିତ୍ୟ ପତ୍ରିକା କାଦମ୍ବିନୀର ଅଗଷ୍ଟ ସଂଖ୍ୟା ଉନ୍ମୋଚନ ଉତ୍ସବ ସହ କେତେକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ରାଜ୍ୟପାଳଙ୍କ […]

ରେଢ଼ାଖୋଲ ବନ୍ଦ

ରେଢ଼ାଖୋଲ,୪/୭(ଏସଏସନିଉଜ) ଏନ୍ଏଚ୍ ୫୫ ମରାମତି ଦାବିରେ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ହୋଇଛି ।ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଭୀମଭୋଇ ଛକ ଓ ମେଡିକାଲ ଛକରେ ରାସ୍ତା ଅବରୋଧ କରାଯାଇଛି ।ଯାହାଫଳରେ ଦୋକାନ, ବଜାର ବନ୍ଦ ରହିବାସହ ଶହ ଶହ ଗାଡିଲ ମଟର ଏନ୍ଏଚରେ ଅଟକି ରହିଛି ।  

ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା,୪/୮(ଏସଏସନିଉଜ) ନିବନିର୍ମିତ ଘର ଛାତ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ଜଙ୍କିଆ ଥାନା ମୋଟା ଗାଁରେ ଛାତ ଉପରୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ଶୋଇଥିବା ବେଳେ କେହି ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଘରେ ପଶି କଳାକନା ବୁଲାଇଲେ ଚୋର

ବାଲିପାଟଣା,୪/୮(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଦେଉଳି ଗ୍ରାମରେ ଆନନ୍ଦ ବିଶ୍ୱାଳଙ୍କ ଘର ଲୁହା ଆଲମିରା ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏବିଷୟରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଲାଇନ କଟିଯିବାରୁ ପରିବାର ଲୋକେ ଅନ୍ୟ ଏକ ଘରକୁ ଚାଲିଯାଇଥିଲେ। ଏହି ସୁଯୋଗରେ ଚୋରମାନେ ବାଡ଼ି କବାଟ ଭାଙ୍ଗି ଘରେ ପଶି ଆଲମିରାକୁ ଭାଙ୍ଗି […]

ବାସିଖାଦ୍ୟ ନେଲା ଆଉଜଣଙ୍କ ଜୀବନ

ସୋର,୪/୮(ଏସ ଏସ ନିଉଜ) ବାସିଖାଦ୍ୟ ଖାଇଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ ଘଟିଛି ।ରବିବାର ଜଣଙ୍କର ମୃତ୍ୟୁକୁ ମିଶାଇ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ୪ ଜଣ ଚିକିତ୍ସାଧୀନ ରେ ରହୁଛନ୍ତି ।ସିମୁଳିଆ ଦଧିବାମନପୁରରେ ବାସିଖାଦ୍ୟ ଖାଇଏହି ଅଘଟଣ ଘଟିଥିଲା ।