ବାଲିପାଟଣା,୪/୮(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଦେଉଳି ଗ୍ରାମରେ ଆନନ୍ଦ ବିଶ୍ୱାଳଙ୍କ ଘର ଲୁହା ଆଲମିରା ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏବିଷୟରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଲାଇନ କଟିଯିବାରୁ ପରିବାର ଲୋକେ ଅନ୍ୟ ଏକ ଘରକୁ ଚାଲିଯାଇଥିଲେ। ଏହି ସୁଯୋଗରେ ଚୋରମାନେ ବାଡ଼ି କବାଟ ଭାଙ୍ଗି ଘରେ ପଶି ଆଲମିରାକୁ ଭାଙ୍ଗି ପ୍ରାୟ ୩ଲକ୍ଷଟଙ୍କା ମୁଲ୍ୟର ସୁନା ହାର ୧ , ୨ ହଳ ବାହୁଟି , ୬ ଟି ସୁନା ମୁଦି, ୨ ହଳ କାନ ପେଣ୍ଡି ଫୁଲ ଓ କାନ ଫୁଲ ହଳେ , ୨ ହଳ ରୁପା ପାଉଁଜି , ନଗଦ ୩୦ ହଜାର ଟଙ୍କା ଏବଂ ବ୍ୟାଙ୍କ ପାସବୁକ ଚୋର ନେଇଯାଇଛନ୍ତି।