Browsing monthly archive

September 2022

ଓଲଟିପଡିଲା ଟୁରିଷ୍ଟ ବସ୍

ଯାଜପୁର,୨୦/୯(ଏସଏସ ନିଉଜ)ଏନ୍ଏଚ୍ ୧୬ ସାହାପୁର ନିକଟରେ ଓଲଟିପଡିଛି ଟୁରିଷ୍ଟ ବସ୍ । ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।ଏହାଫଳରେ ୧୯ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆହତମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୟୁପିରୁ ୮୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ବଡ଼ଭାଇ ମାଡ଼ରେ ସାନଭାଇ ମୃତୁ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ରାଜଧାନୀରେ ଅଭାବ ନୀୟ ଘଟଣା ଘଟିଛି। ବଡ଼ ଭାଇ ମାଡ଼ରେ ସାନ ଭାଇ ମୃତୁବାରଣ କରିଛି।ନୟାପଲ୍ଲୀ ଥାନା ନୂଆସାହି ଅଞ୍ଚଳରେ ଘଟିଛି ଅଘଟଣ ଘଟିଛି।ସାନ ଭାଇକୁ ପାଠ ପଢ଼ିବାକୁ ତାଗିଦ କରି ବଡ଼ ଭାଇ ପିଟିିଥିଲେ ।ସାନ ଭାଇର ମୃତ୍ୟୁ ଘଟିବାରୁ ବଡ଼ ଭାଇ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି।ଫଳରେ ହତ୍ୟା ଅଭିଜିଗରେ ଉଚ୍ଚ ଶିକ୍ଷିତ MBA ପଢ଼ୁଆ ବଡ଼ ଭାଇ ଗିରଫ ହୋଇଛି।

୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଆସନ୍ତା ୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଆରମ୍ଭ ହେବାନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଥିବାବେଳେ ୨୨ରୁ କ୍ଲାସ୍ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଜୋମାଟୋ ଡେଲିଭରିବଏ ଗିରଫ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଗିରଫ ହେଲା ଜୋମାଟୋ ଡେଲିଭରି ବଏ ।ମହିଳାଙ୍କୁ ଜୋର୍ ଜବରଦସ୍ତି କିସ୍ କରିବାକୁ ଉଦ୍ୟମ କରିବା ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜୋମାଟୋ ଡେଲିଭରି ବଏକୁ ଗିରଫ କରିଛି ପୋଲିସ୍ ।ଏହି ଯୁବକ ଜଣକ ୧୯ ବର୍ଷୀୟ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ମାମଲା ରେ ଗିରଫ ହୋଇଛନ୍ତି। ଏହି ଘଟଣାଟି ପୁଣେର ୟେୱେଲ ବାଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି ।

ଘୋଡ଼ାହାଡ଼ ନଦୀରେ ବୁଡ଼ିଗଲେ

ଆସିକା,୨୦/୯(ଏସଏସ ନିଉଜ)ଘୋଡ଼ାହାଡ଼ ନଦୀରେ ବୁଡ଼ି ଜଣେ ନିଖୋଜ ହୋଇ ଥିବାବେଳେ ଜଣେ ଉଦ୍ଧାର ହୋଇଛନ୍ତି । ପାଟପୁର ଥାନା ପଟ୍ଟିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗାଁ ନିକଟରେ ବୁଡ଼ିଗଲେ ଯୁବକ । ଉଦ୍ଧାର ହୋଇଥିବା ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମବାହିନୀ ଦ୍ୱାରା ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରହିଛି।

ଦୋକାନୀ ପୋଲିସ ଧସ୍ତାଧସ୍ତି

ଭଦ୍ରକ,୨୦/୯(ଏସଏସ ନିଉଜ)ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି।ବନ୍ତ ଛକରେ ଦୋକାନୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।୫ ପ୍ଲାଟୁନ୍ ଫୋର୍ସ, ୨ ଅଫିସର, ୨ ଜଣ ତହସିଲଦାର ଉପସ୍ଥିତ ଅଛନ୍ତି।

ସାଲିଆସାହିରେ ପୋଲିସର ଚଢ଼ାଉ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ ଚାଲିଛି।ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ।ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଚାଲିଛି ଚଢ଼ାଉ।

ଅକ୍ତିଆରକୁ ନେଲା ପ୍ରଶାସନ

ପୁରୀ,୨୦/୯(ଏସଏସନିଉଜ)ବାଗେଡ଼ିଆ ଧର୍ମଶାଳାକୁ ଅକ୍ତିଆରକୁ ନେଲା ପ୍ରଶାସନ।ସିଂହଦ୍ୱାର ସମ୍ମୁଖ ବାଗେଡ଼ିଆ ଧର୍ମଶାଳାର ସବୁ ରୁମ୍ ସିଲ୍ ହୋଇଛି।ତହସିଲଦାରଙ୍କ ଉପସ୍ଥିତିରେ ସବୁ ରୁମ୍‌କୁ ସିଲ୍ କରିଛି ପ୍ରଶାସନ।ପୂର୍ବରୁ ଏହି ଧର୍ମଶାଳାର ଗୋଟିଏ ଅଂଶରେ ସିଂହଦ୍ୱାର ଥାନା ଚାଲିଛି।

ଧୋଇଗଲା ପୋଲ

ବାଲିଗୁଡ଼ା,୨୦/୯(ଏସଏସ ନିଉଜ)ଲଗାଣ ବର୍ଷାରେ ଭାସିଗଲା ବତେଡ଼ିମୁଣ୍ଡା ପୋଲ।ପାରିଗଡ଼ ପଞ୍ଚାୟତକୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି।ରାସ୍ତା ରେ ୩ଫୁଟର ପାଣି ଚାଲିବାରୁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାହାକୁ ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।ପୂର୍ବରୁ ମଧ୍ୟ ଲଗାଣ ବର୍ଷାରେ ପୋଲ ଭାଙ୍ଗିିଥିଲା ଓ ପରେ ମରାମତି ହୋଇଥିଲା।ନିମ୍ନମାନର କାମ ଯୋଗୁ ପୁନର୍ବାର ପୋଲ ଭାଙ୍ଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ଖୋଲାଅଛି ହୀରାକୁଦର ୬ଟିଗେଟ୍‌

ଖୋଲାଅଛି ହୀରାକୁଦର ୬ଟିଗେଟ୍‌ ସମ୍ବଲପୁର,୨୦/୯(ଏସ ଏସ ନିଉଜ)ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଳିଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍‌ ଖୋଲାରହିଛି । ମୋଟ ୬ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ଜଳଭଣ୍ଡାରର ଜଳ।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯ ଫୁଟ ରହିଛି।