Browsing monthly archive

September 2022

ଖନନ ପ୍ରକ୍ରିୟା ଆରମ୍ଭ

କୋଣାର୍କ,୧୮/୯(ଏସଏସ ନିଉଜ)ଭୂତଳ ତୈଳ ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପ କୁଶୁପୁର ମୌଜାରେ ଅଏଲ୍ ଇଣ୍ଡିଆର ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୨ଟି ପୋଖରୀ ଖୋଳା ଚାଲିଛି । ୩ ବର୍ଷ ପାଇଁ ୮ ଏକର ଜମି ଲିଜ୍ ନେଇଛି ଅଏଲ୍ ଇଣ୍ଡିଆ । ଲିଜ୍ ନେଇ ୩୭ ଚାଷୀଙ୍କୁ ୧ କୋଟି ଟଙ୍କା ଦେଇଛି ଅଏଲ୍ ଇଣ୍ଡିଆ।

ପୁରୀରେ ସୂର୍ଯ୍ୟକିରଣ ଏୟାରସୋ

ପୁରୀ୧୮/୯(ଏସଏସ ନିଉଜ)ପୁରୀ ଆକାଶରେ ଶୁଭିଲା ବାୟୁସେନା ବିମାନର ଗର୍ଜନ। ପୁରୀବାସୀ ଦେଖିଲେ ସୂର୍ଯ୍ୟକିରଣ ଏୟାର ସୋ’।ଦେଖିବା ପାଇଁ ବ୍ଲୁ ଫ୍ଲାଗ୍‌ ବିଚରେ ଖଚାଖଚ୍‌ ଭିଡ଼ ରହିଛି।ପାଗ ଫିଟିବା ପରେ ବାୟୁସେନା ଦେଖାଇଥିଲା କମାଲ ।

ଆଜିର ରାଶିଫଳ

  ୨୦୨୨ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ (ରବିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୩/୫୯ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୩୫ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୪୪/୦୪ ,ମେଷ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ସାମ୍ଭତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ ,ନଡ଼ିଆ ଦିବା ଘ୩/୫୯ ଗତେ ଲାଉ ଭକ୍ଷଣ ନିଷେଧ । ମେଷ-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡି […]

ଆଜିର ରାଶିଫଳ

କନ୍ୟାସଂକ୍ରାନ୍ତି,ବିଶ୍ଵକର୍ମାପୂଜା,ମୂଳାଷ୍ଟମୀ, ଦ୍ୱିତିବହାନଓଷା, ସହସ୍ରକୁମ୍ଭାଭିଷେକ ଓ ଶ୍ରୀଦୁର୍ଗାଦେବ୍ୟା ଷୋଡଶଦିନାତ୍ମକପୂଜା ଆରମ୍ଭ ,୨୦୨୨ ମସିହା ସେପ୍ଟେମ୍ବର ମାସ ୧୭ ତାରିଖ (ଶନିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ସପ୍ତମୀ ଦିବା ଘ୧/୪୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୪/୫୫ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ସପ୍ତମୀର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ତାଳ ଦିବା ଘ୧/୪୨ ଗତେ ନଡ଼ିଆ ଭକ୍ଷଣ ନିଷେଧ ।  ମେଷ-ଅସନ୍ତୋଷ ଓ ଅଶାନ୍ତିରେ ଦିନଟି […]

ପୋଖରୀକୂଳରେ ୩ନବଜାତଙ୍କ ମୃତଦେହ

ଢେଙ୍କାନାଳ,୧୬/୯(ଏସ ଏସ ନିଉଜ) ଇନ୍ଦିପୁର ଗାଁ ପୋଖରୀ କୂଳରେ ୩ ନବଜାତଙ୍କ ମୃତଦେହ ଠାବ ହୋଇଛି। ମୃତ ୩ ନବଜାତକୁ କିଏ ଓ କାହିଁକି ପକାଇଲା କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ମାଲକାନଗିରି OTETପରୀକ୍ଷା ବାତିଲ

ମାଲକାନଗିରି,୧୬/୯(ଏସଏସ ନିଉଜ) ମାଲକାନଗିରି ଜିଲ୍ଲାରେ OTET ପରୀକ୍ଷା ବାତିଲ ହୋଇଛି । ଜିଲ୍ଲାରେ ୩ କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା ।ପରୀକ୍ଷା ହଲ ବାହାରେ ପଡିଥିଲା ଓଟିଇଟି ପ୍ରଶ୍ନପତ୍ର । ଫଳରେ ପରୀକ୍ଷା ବାତିଲ କରିଛି ମାଲକାନଗିରି ପ୍ରଶାସନ।

ସ୍ତ୍ରୀକୁ ହତ୍ୟାକଲା ପିଶାଚସ୍ବାମୀ

ମାଲକାନଗିରି,୧୬/୯(ଏସଏସ ନିଉଜ) ଟଙ୍କୋମୁଣ୍ଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି। ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ପତ୍ନୀ କାନ୍ତୁ ହନ୍ତାଳକୁ ହତ୍ୟା କରିଛି ମହେନ୍ଦ୍ର ହନ୍ତାଳ।ବେକକାଟି ହତ୍ୟାକଲା ପିଶାଚ ସ୍ବାମୀ । ହତ୍ୟାକାରୀକୁ ସ୍ବାମୀ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଭାଙ୍ଗିଲା କିଶୋର ମଟନହୋଟେଲ୍

ଭୁବନେଶ୍ୱର,୧୬/୯(ଏସଏସ ନିଉଜ) ଚର୍ଚ୍ଚିତ କିଶୋର ମଟନ ହୋଟେଲ ଭାଙ୍ଗିଲା BMC।ବେଆଇନ ଭାବେ ମଟନ ହୋଟେଲ ତିଆରି ହୋଇଥିବାରୁ ଭାଙ୍ଗିଲା।ବୁଧବାର ଚଢ଼ାଉ କରି ହୋଟେଲକୁ ସିଲ୍ କରିଥିଲା BMC।ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିବାରୁ ଭାଙ୍ଗିଦେଲା।

୨୦ଲକ୍ଷର ଗଞ୍ଜେଇ ଜବତ

ଲମତାପୁଟ,୧୬/୯(ଏସ ଏସ ନିଉଜ) ଆନ୍ଧ୍ରସୀମାନ୍ତରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି।କାରରେ ୟୁପି ଚାଲାଣ ବେଳେ ବଡ଼କିଚବ ନଦୀଘାଟରୁ ଜବତ ହୋଇଛି।୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ ।କିନ୍ତୁ ଏହି ଘଟଣାରେ ୨ଜଣ ଫେରାର ହୋଇଯାଇଛନ୍ତି।

୧୮ରେ ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୧୬/୯(ଏସଏସ ନିଉଜ)୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର, ତଥା ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।୧୮ରୁ ବର୍ଷା ଆରମ୍ଭ ହୋଇ ୧୯ରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ବଢିବ ବର୍ଷାର ପରିମାଣ ବଢିବ ବୋଲି ଜଣାପଡିଛି।