ଦଳିଦେଲା ଦନ୍ତା
ଭବାନୀପାଟଣା,୧୭/୧୨(ଏସ ଏସ ନିଉଜ) ଶୋଇଥିବା ବେଳେ ଦଳିଦେଲା ଦନ୍ତା ଯାହାଫଳରେ ଜଣଙ୍କର ମୃତୁ ହୋଇଥିବା ବେଳେ ବର୍ଷର ଶିଶୁ ସମେତ ୩ଜଣ ଗୁରୁତର ହୋଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ନର୍ଲା ରେଞ୍ଜ ପୁଜୁଗୁଡ଼ା ଗାଁରେ ଧାନ ଖଳାରେ ଶୋଇଥିବାବେଳେ ଏହି ଅଘଟଣ ଘଟୁଛି।
Browsing yearly archive
ଭବାନୀପାଟଣା,୧୭/୧୨(ଏସ ଏସ ନିଉଜ) ଶୋଇଥିବା ବେଳେ ଦଳିଦେଲା ଦନ୍ତା ଯାହାଫଳରେ ଜଣଙ୍କର ମୃତୁ ହୋଇଥିବା ବେଳେ ବର୍ଷର ଶିଶୁ ସମେତ ୩ଜଣ ଗୁରୁତର ହୋଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ନର୍ଲା ରେଞ୍ଜ ପୁଜୁଗୁଡ଼ା ଗାଁରେ ଧାନ ଖଳାରେ ଶୋଇଥିବାବେଳେ ଏହି ଅଘଟଣ ଘଟୁଛି।
ଭୁବନେଶ୍ୱର,୬/୧୨(ଏସଏସନିଉଜ)ଜାନୁଆରୀ ୧୩ରେ ରାଉରକେଲାରେ ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ହେବ। ୧୧ରେ ବାରବାଟୀ ଷ୍ଟାଡିୟମରେହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ପ୍ରତି ପଞ୍ଚାୟତରେ ହକିର ମାହୋଲ ସୃଷ୍ଟି କରିବାକୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ଭୁବନେଶ୍ୱର,୬/୧୨(ଏସଏସନିଉଜ)ଟିଟାନାଶ ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ ଦେବାରୁ ନୀଳଗିରି ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା । ବ୍ଳେଡରେ ହାତ କଟିଯିବାରୁ ମେଡିକାଲ ଆସିଥିବା ନାବାଳକକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଜାଣିବା ପରେ ପରିବାର ଲୋକଙ୍କ ହୋହଲ୍ଲା କରିଛନ୍ତି ।
ପୁରୀ,୧୬/୧୨(ଏସଏସନିଉଜ)ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଏକ ମାସ ମା ମହାଲକ୍ଷ୍ମୀ ବାପ ଘରକୁ ଯିବାର ଵିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି!
ଭୁବନେଶ୍ୱର,୧୬/୧୨(ଏସଏସନିଉଜ) ୨୦୨୩-୨୪ ଶିକ୍ଷା ବର୍ଷର ପ୍ରମୁଖ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କାର୍ଯ୍ୟସୂଚୀ ଘୋଷଣା କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (NTA) ବଜାନୁଆରୀରେJEE ମେନ୍ ସେସନ୍-୧ , ଏପ୍ରିଲରେ JEE ମେନ୍ ସେସନ-୨ବଜାନୁଆରୀ ୨୪ , ୨୫ , ୨୭ , ୨୮ , ୨୯ , ୩୦ ଓ ୩୧ରେ ହେବ ପରୀକ୍ଷା ।ଏପ୍ରିଲ ୬ , ୮ , ୧୦ , ୧୧ ଓ ୧୨ରେ ହେବ JEE ମେନ୍ ସେସନ-୨ ।ଆସନ୍ତା ବର୍ଷ […]
ବଲାଙ୍ଗିର,୧୬/୧୨(ଏସଏସନିଉଜ) କୁଡ଼ିଆଭିତରେ ଶୋଇଥିବାବେଳେ ନିଆଁଲାଗି ଦମ୍ପତି ଗୁରୁତର ହେଇଛନ୍ତି। ବେଲପଡ଼ାଥାନା ଭରୁଆମୁଣ୍ଡାଗାଁରେ ବିଳମ୍ବିତରାତିରେ ଅଗ୍ନିକାଣ୍ଡ ହୋଇଛି। କପାଚାଷ ଜଗିବା ପାଇଁ ବିଲରେ କୁଡ଼ିଆ କରି ରହିଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। କେହି ନିଆଁ ଲଗାଇଥିବା ସନ୍ଦେହ କରାଯାଉଥିବାବେଳେ ଉଭୟ ଭୀମଭୋଇ ମେଡକାଲ କଲେଜରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।
ଭୁବନେଶ୍ୱର,୧୬/୧୨(ଏସଏସନିଉଜ) ମୃତ୍ୟୁର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ସହାୟତା ମିଳିଛି । ମୋଟର ଦୁର୍ଘଟଣା ଜନିତ ମାମଲାର ବିଚାର କରି କୋର୍ଟଙ୍କ ନିର୍ଦ୍ଦେଶରେ ଦୀର୍ଘବର୍ଷପରେ ଆଜି ମୃତକଙ୍କ ପରିବାରକୁ ଅତିରିକ୍ତ ଜିଲ୍ଲାପାଳ ୨୧ ଲକ୍ଷ ୮୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ୨୦୦୪ ରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ହାଟସାହିର କଟକ ଅବକାରୀ ବିଭାଗରେ କାର୍ଯ୍ୟରତ ପର୍ଶୁରାମ ମହାନ୍ତି ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି ହୋଇଥିଲେ। […]
ଭୁବନେଶ୍ୱର,୧୬/୧୨(ଏସଏସନିଉଜ) ଯେଉଁ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରୁଥିଲେ ସେଇ ମନ୍ଦିରକୁ ଜଣେ ବୃଦ୍ଧା ଲକ୍ଷେଟଙ୍କା ଦାନ କଲେ । ୬୦ ବର୍ଷୀୟା ବୃଦ୍ଧାଜଣଙ୍କ ହେଉଛନ୍ତି ଫୁଲବାଣୀର ତୁଳା ବେହେରା ।ଜୀବନସାରା ସଞ୍ଚୟ କରିଥିବାଅର୍ଥକୁ ଜଗନ୍ନାଥ ମନ୍ଦିରକୁ ଦେଇଦେଲେ।ଯାହାଫଳରେ ବୃଦ୍ଧାଙ୍କର ମଦାନ୍ୟତାକୁ ନେଇ ଏବେ ସମସ୍ତଙ୍କ ମୁହଁରେ ତାଙ୍କର ପ୍ରଶଂସା।
ବାରଙ୍ଗ, ୧୬/୧୨(ଏସଏସନିଉଜ) ଚନ୍ଦକା-ଡମପଡା ଅଭୟାରଣ୍ୟ କଡରେ ଥିବା ଭଗିପୁର ଗ୍ରାମ ନିକଟରେ ହାତୀମାନେ ଉପଦ୍ରବ କରୁଥିବାର ଜଣାପଡିଛି । ଗୁରୁବାର ବିଳମ୍ବିତ ରାତ୍ରିରେ ୧୬ ଟିକିଆ ହାତୀ ପଲ ଆଠଗଡ ସୁକାଶନ ଜଙ୍ଗଲରୁ ମହାନଦୀପାର ହୋଇ ଚନ୍ଦକାଡମପଡା ଅଭୟାରଣ୍ୟକୁ ଫେରୁଥିବାବେଳେ ହାତୀ ପଲ ଆସି ଗ୍ରାମର ନିକଟ ଚାଷଜମିରେ ପଶି ବ୍ୟାପକ ଫସଲନଷ୍ଟ କରିଥିବା ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନେ ଭଗିପୁର ବନବିଭାଗ ଓ ଡମପଡା ରେଞ୍ଜରଙ୍କୁ ଏବିଷୟରେ ଅଭିଯୋଗ କରିଥିଲେ ମଧ୍ୟ ବାବୁମାନେ ଶୁଣିନଥିବାର […]
ବାରଙ୍ଗ,୧୬/୧୨(ଏସଏସନିଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ମୁଣ୍ଡଳୀ ବ୍ୟାରେଜ ମହାନଦୀପଠାରେ ଶୁକ୍ରବାରଦିନ ବିଦେଶୀପକ୍ଷୀମାନେ ମରିପଡିଥିବାର ଦେଖିବାକୁ ମିଳିଛି ।ଏହି ପକ୍ଷୀମାନେ କିପରି ମଲେ ଓ କାହିଁକି ମଲେ ତାହା ଜଣାପଡିନାହିଁ ।ସ୍ଥାନୀୟ ମତ୍ସ୍ୟଜୀବୀମାନେ ଫେରୁଥିବାବେଳେ ଏକକାଳିନ ୧୪ଟି ହଳଦିଆ ପାଦ ସବୁଜ କପୋତ ମରିପଡିଥିବାର ଦେଖିବାକୁ ପାଇଥିଲେ ।ପରେ ଖବରପାଇ ଡମପଡା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ଆସି ପହଁଚିଥିଲେ ।କର୍ମଚାରୀମାନେ ମୃତ୍ୟୁର କାରଣ ଜାଣିବାପାଇଁ ପକ୍ଷୀମାନଙ୍କର ମୃତଦେହକୁ ଓୟୁଏଟିକୁ ବ୍ୟବଛେଦପାଇଁ ପଠାଇବା ସହ ମହାନଦୀର ମୁଣ୍ଡଲୀ ବ୍ୟାରେଜ […]