ମହାନଦୀପଠାରେ ବିଦେଶୀ ପକ୍ଷୀ ମଡକ!

ବାରଙ୍ଗ,୧୬/୧୨(ଏସଏସନିଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ମୁଣ୍ଡଳୀ ବ୍ୟାରେଜ ମହାନଦୀପଠାରେ ଶୁକ୍ରବାରଦିନ ବିଦେଶୀପକ୍ଷୀମାନେ ମରିପଡିଥିବାର ଦେଖିବାକୁ ମିଳିଛି ।ଏହି ପକ୍ଷୀମାନେ କିପରି ମଲେ ଓ କାହିଁକି ମଲେ ତାହା ଜଣାପଡିନାହିଁ ।ସ୍ଥାନୀୟ ମତ୍ସ୍ୟଜୀବୀମାନେ ଫେରୁଥିବାବେଳେ ଏକକାଳିନ ୧୪ଟି ହଳଦିଆ ପାଦ ସବୁଜ କପୋତ ମରିପଡିଥିବାର ଦେଖିବାକୁ ପାଇଥିଲେ ।ପରେ ଖବରପାଇ ଡମପଡା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ଆସି ପହଁଚିଥିଲେ ।କର୍ମଚାରୀମାନେ ମୃତ୍ୟୁର କାରଣ ଜାଣିବାପାଇଁ ପକ୍ଷୀମାନଙ୍କର ମୃତଦେହକୁ ଓୟୁଏଟିକୁ ବ୍ୟବଛେଦପାଇଁ ପଠାଇବା ସହ ମହାନଦୀର ମୁଣ୍ଡଲୀ ବ୍ୟାରେଜ ଅଂଚଳକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କ ଉପରେ ନଜର ରଖିଥିବାର ଜଣାପଡିଛି ।

Comments (0)
Add Comment