Browsing yearly archive

2022

ତମାଣ୍ଡୋକପ ଫୁଟବଲ ଉଦ୍ଘାଟିତ

ମେଣ୍ଡାଶାଳ, ୧୬/୧୨(ଏସଏସନିଉଜ) ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ ଫୁଟବଲ ଟୁର୍ଣ୍ଣାମେଟଂ ଉଦଘାଟିତ ହୋଇଯାଇଛି । ଆଜି ଭୁବନେଶ୍ୱରର କିଶୋର କ୍ଲବ ଓ ଜଟଣୀର ଉତ୍କଳ ସ୍ପୋଟିଂ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ କିଶୋର କ୍ଲବ ବାଜିମାତ କରିଛି । ଦଳ୨-୦ଗୋଲରେ ଉତ୍କଳ ସ୍ପୋଟିଂକୁ ହରାଇ ପରବର୍ତିପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଦଳର ୧୭ନଂ ଜର୍ସୀରେ ଖେଳୁଥିବା ପପୁ ମାଝି ପ୍ରଥମାର୍ଦ୍ଧର୫ମିନିଟ ସମୟରେ ଦଳୀୟ ପାଶରୁ ଗୋଟିଏ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ସେହିପରି ପପୁ […]

ଆକାଶରେ ଦେଖାଗଲା ଉଜ୍ଜ୍ୱଳ ଆଲୋକ

ଭୁବନେଶ୍ୱର,୧୫/୧୨(ଏସଏସନିଉଜ) ଆଜି ବାଲେଶ୍ୱରରେ ଥିବା ଅବଦୁଲ କଲାମଦ୍ୱୀପରୁ ମହାଅସ୍ତ୍ର ମିସାଇଲ ଅଗ୍ନି-୫ ପରୀକ୍ଷଣ ହୋଇଛି । ଏହାର ଏକ ଝଲକ ସାରା ଓଡ଼ିଶାରେ ଆଜି ଦୃଶ୍ୟମାନ ହୋଇଥିଲା । ଆକାଶରେ ଏକ ଆଲୋକ ପୁଞ୍ଜ ହେଲିକପ୍ଟର ଭଳି ଶବ୍ଦକରି ଆଜିସନ୍ଧ୍ୟାରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ।ଉକ୍ତ ଆଲୋକ ପୁଞ୍ଜର ପଛପଟୁ ବାହାରୁଥିବା ଉଜ୍ଜ୍ୱଳ ଆଲୋକ ଚାରିଆଡ଼କୁ ଆଲୋକିତ କରିଦେଇଥିଲା ।ଯାହାଫଳରେ ରାଜ୍ୟତମ।ମ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଲୋକମାନଙ୍କ ମନରେ ନାନା […]

୧୩୨କେଜି ଭାଙ୍ଗ ଜବତ

ବାରଙ୍ଗ,୧୫/୧୨(ଏସଏସନିଉଜ)କଟକ ଅବକାରୀବିଭାଗ ଗୁରୁବାରଦିନ ନରାଜମାର୍ଥାପୁର ଷ୍ଟେସନରୁ ୧୩୨କେଜି ଭାଙ୍ଗ ଜବତ କରିବାସହ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି ।ଗିରଫ ମହିଳାହେଲେ ଯାଜପୁରଟାଉନଥାନା ଅଧିନସ୍ଥ ମୁଣ୍ଡମାଳା ଗ୍ରାମର ସଂଜୁବେହେରା ।ଅବକାରୀବିଭାଗ କୈାଣସିସୁତ୍ରରୁ ଖବରପାଇ ନରାଜମାର୍ଥାପୁର ଷ୍ଟେସନ ଉପରେ ଚଢଉ କରି ସଂଜୁଙ୍କଠାରୁ ଦୁଇଟିବ୍ୟାଗ ଓ ଦୁଇଟି ମୁଣିରେ ଭର୍ତି ୧୩୨କେଜି ଭାଙ୍ଗକୁ ଜବତ କରିବାସହ ମହିଳାଙ୍କୁ ଗିରଫକରିଥିଲା । ଏହି ଭାଙ୍ଗ ବିହାରରୁ ଆସିଥିବାର ପଚରାଉଚରାବେଳେ ମହିଳାଜଣଙ୍କ ଅବକାରୀବିଭାଗ ଆଗରେ ମାନିଥିବାବେଳେ ଜବତ ଭାଙ୍ଗର ଆନୁମାନିକ ମୁଲ୍ୟ ୧ଲକ୍ଷ୩୨ହଜାରେ […]

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

ମେଣ୍ଢାଶାଳ , ୧୫/୧୨(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚାୟତ ଅଧିନସ୍ଥ ଗିରିଙ୍ଗାପୁଟ ଗ୍ରାମର ଭିଟାମାଟି କୁ ବଞ୍ଚେଇବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଗିରିଙ୍ଗାପୁଟ ଗ୍ରାମର ୫୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳାମାନେ ଅଭିଯୋଗ ଜଣାଇଛନ୍ତି । । ଗିରିଙ୍ଗାପୁଟ ଗାଁର କିଛି ଗରିବଲୋକ ସରକାରୀଜାଗାରେ ଦୀର୍ଘ ଦିନଧରି ବାସକରି ଆସୁଛନ୍ତି । ସେମାଙ୍କୁ ଏବେ ଉଛେଦ କରାଯିବା ଘଟଣାକୁ ଗ୍ରାମବାସୀମାନେ ବିରୋଧ କରୁଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଆଜିର ରାଶିଫଳ

ଧନୁସଂକ୍ରାନ୍ତି ,ଶ୍ରୀମନ୍ଦିରରେ ପହିଲିଭୋଗ ,୨୦୨୨ମସିହା ଡିସେମ୍ବରମାସ ୧୬ତାରିଖ (ଶୁକ୍ରବାର)ପୌଷମାସ -କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ.ସୁର୍ୟୋଦୟ ପ୍ରାତଃଘ୦୬/୧୭/୦୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୬/୦୪ ,ବିଛା,ଧନୁ ଓ ମୀନରାଶିର ଘାତବାର ,ବୃଷରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । […]

ମାଈ ହାତୀ ମୃତ୍ୟୁ

ଦେବଗଡ,୧୫/୧୨(ଏସଏସ ନିଉଜ)ରିଆମାଳ ବନାଞ୍ଚଳ ଖିଲବେରେଣି ଗ୍ରାମରୁମାଈ ହାତୀରମୃତଦେହ ମିଳିଛି । ସକାଳୁ ମୃତଦେହ ଠାବ କଲେ ଗ୍ରାମବାସୀ ।ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ହାତୀର ମୃତ୍ୟୁ ସନ୍ଦେହ କରାଯାଉଛି ।

ଜଗନ୍ନାଥ ଟିମ୍ବରରେ ଅଗ୍ନିକାଣ୍ଡ

ପୁରୀ,୧୫/୧୨(ଏସଏସନିଉଜ) ନବକଳେବର ରୋଡ୍ ସ୍ଥିତ ଜଗନ୍ନାଥ ଟିମ୍ବରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର କାଠ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳ ରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ଅଗ୍ନିଶମ କର୍ମଚାରୀ ।

ଗୁମ୍ଫାରେ ଫସିଛି ଜୀବନ

ଭୁବନେଶ୍ୱର,୧୫/୧୨(ଏସଏସ ନିଉଜ)୧୫ ଫୁଟ ଗୁମ୍ଫାରେ ଫସିଛି ଜୀବନ। ତେଲେଙ୍ଗାନା କାମାରେଡି ଜିଲ୍ଲାରେ ରାଜୁ ନାମକ ଜଣେ ବ୍ୟକ୍ତି ଗୁମ୍ଫାରେ ଫସି ରହିଛନ୍ତି। ମୋବାଇଲ ଆଣିବାକୁ ଯାଇ ଫସିଯାଇଛନ୍ତି।

ବ୍ଲେଡରେ କାଟିଲା ନିଜ ବେକ

ବ୍ରହ୍ମପୁର,୧୫/୧୨(ଏସଏସ ନିଉଜ) ନିଶାଖୋର ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି। ବ୍ଲେଡରେ କାଟିଲା ନିଜ ବେକ। ବିଜୁ ପଟ୍ଟନାୟକ ପାର୍କ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା।ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଗୁରୁତର ଅବସ୍ଥାରେ MKCG ରେ ଭର୍ତ୍ତି ହୋଇଛି।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା!

ଚୌଦ୍ୱାର,୧୫/୧୨(ଏସ ଏସ ନିଉଜ)ମହିଳାଙ୍କ ବେକ କାଟି ନିର୍ମମ ହତ୍ୟା କରିଛି ଯୁବକ।ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଏହି ବୀଭତ୍ସ ହତ୍ୟା କାଣ୍ଡ ଘଟିଛି।ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଚମ୍ପଟ ମାରିଥିବାବେଳେ ପୋଲିସର ତଦନ୍ତ ଆରମ୍ଭ ହୋଇଛି।