ମେଣ୍ଡାଶାଳ, ୧୬/୧୨(ଏସଏସନିଉଜ) ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ ଫୁଟବଲ ଟୁର୍ଣ୍ଣାମେଟଂ ଉଦଘାଟିତ ହୋଇଯାଇଛି । ଆଜି ଭୁବନେଶ୍ୱରର କିଶୋର କ୍ଲବ ଓ ଜଟଣୀର ଉତ୍କଳ ସ୍ପୋଟିଂ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ କିଶୋର କ୍ଲବ ବାଜିମାତ କରିଛି । ଦଳ୨-୦ଗୋଲରେ ଉତ୍କଳ ସ୍ପୋଟିଂକୁ ହରାଇ ପରବର୍ତିପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଦଳର ୧୭ନଂ ଜର୍ସୀରେ ଖେଳୁଥିବା ପପୁ ମାଝି ପ୍ରଥମାର୍ଦ୍ଧର୫ମିନିଟ ସମୟରେ ଦଳୀୟ ପାଶରୁ ଗୋଟିଏ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ସେହିପରି ପପୁ ଖେଳର ୪୫ମିନିଟରେ ଅନ୍ୟଏକ ଗୋଲଦେଇ ଦଳକୁ ୨-୦ରେ ବିଜୟ ଆଣି ଦେଇଥିଲେ । ଶ୍ରେଷ୍ଠ ଖେଳ ପ୍ରଦଶନ ନିମନ୍ତେ ପପୁ ମାଝିଙ୍କୁ ମ୍ୟାନ ଅଫ ମ୍ୟାଚ ପୁରଷ୍କାର ପ୍ରଦନ କରଯାଇଥିଲା । ଶିବଶକ୍ତିକ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଟଂକୁ ଯୋନ-୩ ଏସିପି ରଜତ କୁମାର ରାୟ ଉଦଘାଟନକରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ସଭାପତି ଦୁଶାସନ ସ୍ୱାଇଁ ,ସଂପାଦକ ସୁକାନ୍ତ କୁମାର ପଟ୍ଟନାୟକ , ସମାଜସେବୀ ଦୁଶାସନ ବେହେରା ପ୍ରମୁଖ ଉପସ୍ଥିତଥିଲେ । ଆଜିର ଖେଳକୁ ଭିନୁ ଛେତ୍ରୀ ଏମ୍ ଏସ୍ ବେଗ , ଚନ୍ଦ୍ରକାନ୍ତ ବାରିକ ଓ ସୁଶାନ୍ତ ମିଶ୍ର ପରିଚାଳନା କରିଥିଲେ । ଆସନ୍ତା କାଲି ଗଣ୍ଡରପୁରର ୟୁଥ କ୍ଲବ ଓ ଖୋର୍ଦ୍ଧାର ଡାଇମଣ୍ଡ କ୍ଲବମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)