Browsing yearly archive

2022

ପ୍ରେମିକ ସହ ବୋହୁ ଫେରାର

ଭୁବନେଶ୍ବର,୧୫/୧୨(ଏସଏସ ନିଉଜ)ଶ୍ବଶୁରକୁ ତାଲା ପକାଇ ପ୍ରେମିକ ସହ ଫେରାର ହୋଇଗଲା ବୋହୂ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଫେରାର ହୋଇଗଲା ବୋହୂ। ଭୁବନେଶ୍ବର ଗଙ୍ଗନଗର ଅଞ୍ଚଳର ଏହି ଘଟଣା ଘଟିଛି। ଏୟାର ଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ ପ୍ରଦୀପ ନାୟକ।ଗତ ଫେବୃଆରୀ ୧୧ରେ ପ୍ରଦୀପ ନାୟକ ବିବାହ କରିଥିଲେ ।

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୧୫ ତାରିଖ (ଗୁରୁବାର)ପୌଷ ମାସ-କୃଷ୍ଣପକ୍ଷ ,ତିଥି-ସପ୍ତମୀ.ସୁର୍ୟୋଦୟ ପ୍ରାତଃ ଘ୦୬/୧୭/୦୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୬/୦୫ ,ତୁଳା ଓ କୁମ୍ଭ ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ତାଳ , ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା […]

ବାଘଛାଲ୍ ବିକ୍ରି ପାଇଁ ଡିଲ୍ ବେଲେ ଧରିଲା ଏସଟିଏଫ

ବାରିପଦା,୧୪/୧୨(ଏସଏସନିଉଜ)ଶିକାରୀମାନେ ଏବେ ଶିମିଳିପାଳକୁ ଟାର୍ଗେଟ କରିଛନ୍ତି ।ହାତୀପରେ ଏବେ ମହାବଳବାଘ ଶିକାର କରିବାକୁ ପଛାଇନାହାନ୍ତି । ବାରିପଦା ବନଖଣ୍ଡ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ମହାବଳ ବାଘ ଚମଡ଼ା କୁ ଜବତକରିଛି ମୟୂରଭଞ୍ଜ ଏସଟିଏଫ ଟିମ । ବାଘଛାଲ୍ ବିକ୍ରି ପାଇଁ ଡିଲ୍ ବେଲେ ୫ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିବାବେଳେ ଶ୍ରୀଦାମଚନ୍ଦ୍ରପୁରର ଫାଗୁ ହାଁସଦାକୁ ମଧ୍ୟ ଗିରଫ କରାଯାଇଛି। ୭ ଫୁଟ ଲମ୍ବ ଓ ୩ ଫୁଟ ଚଉଡ଼ାର ଜବତହୋଇଥିବା ବାଘଛାଲର ଆନୁମାନିକ ମୂଲ୍ୟ ପ୍ରାୟ […]

ଗିରଫ ହେଲେ ୩ବନକର୍ମଚାରୀ

ଭୁବନେଶ୍ୱର,୧୪/୧୨(ଏସଏସନିଉଜ)ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାରେ ୩ଜଣଗିରଫ ହୋଇଛନ୍ତି । ଏତଲା ଦିଆଯାଇଥିବା ୩ବନକର୍ମଚାରୀଙ୍କୁ ଗିରଫ କରିଛି ବନବିଭାଗ। ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ଜେନାବିଲ ରେଞ୍ଜର ଶଙ୍କର ସାମଲ ,ଫରେଷ୍ଟର ଚନ୍ଦ୍ରଭାନୁ ବେହେରା , ଫରେଷ୍ଟ ଗାର୍ଡ ବିନୋଦ ଦାସ ଗିରଫ ହୋଇଛନ୍ତି। ପୂର୍ବରୁ ୩ କର୍ମଚାରୀଙ୍କୁ ନିଲମ୍ବନ କରିଥିଲା ବନବିଭାଗ ।  

ଗ୍ରାମବାସୀଙ୍କ ହାତରେ ଧରାପଡିଲା ଯୁବକ

ଭବାନୀପାଟଣା,୧୪/୧୨(ଏସଏସନିଉଜ) ନକଲି ନୋଟ୍ ସହ ଯୁବକଙ୍କୁ ଧରିଲେ ଗ୍ରାମବାସୀ। ସଦର ଥାନା ଦେପୁର ସାପ୍ତାହିକ ହାଟରୁ ଯୁବକ ଜଣକ ଧରାପଡ଼ିଛନ୍ତି। ତାଙ୍କଠାରୁ ୪ଟି ଶହେଟଙ୍କିଆ , ଗୋଟିଏ ୫ଶହ ଟଙ୍କିଆ ନୋଟ୍ ଜବତ ହୋଇଛି। ନକଲି ନୋଟ୍ ପଛରେ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ମହୁମାଛି ନେଲା ଜୀବନ

ରାୟଗଡ଼ା,୧୪/୧୨(ଏସଏସନିଉଜ) ଜଙ୍ଗଲରେ ମହୁମାଛି ଆକ୍ରମଣରେ ଜଣେମହିଳାଙ୍କ ମୃତ୍ୟୁଘଟିଛି। ଟକିରିଥାନା କମ୍ପରଗାଁ ଜଙ୍ଗଲରେ ଏହି ଅଘଟଣ ଘଟିଛି। ସକାଳୁ ଜଙ୍ଗଲକୁ ଯାଇଥିବା ବେଳେ ମହୁମାଛିର ଆକ୍ରମଣର ଶିକାର ହୋଇଥିଲେ ମହିଳାା

ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ !

ଭୁବନେଶ୍ୱର,୧୪/୧୨(ଏସଏସ ନିଉଜ)ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆସିଛି।ଜନ୍ମଦିନ ପାର୍ଟିରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି।ସ୍ବାମୀ ନଥିବା ବେଳେ ଗଣଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ।ପୋଲିସ ସାମ୍ନାରେ ଦୋଷ ସ୍ବୀକାର କଲେ ଅଭିଯୁକ୍ତି ।

ଭାରତକୁ ସମର୍ଥନ ଜଣାଇଲା ଆମେରିକା

ଭୁବନେଶ୍ୱର,୧୪/୧୨(ଏସଏସ ନିଉଜ)ତୱାଙ୍ଗ ସେକ୍ଟରରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଲା ଆମେରିକା।ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଲା ଆମେରିକା।ଆଲୋଚନା ଦ୍ୱାରା ସୀମା ବିବାଦ ସମାଧାନ ପାଇଁ ଆମେରିକାର ଆହ୍ୱାନ ।

ଆଜିର ରାଶିଫଳ

୨୦୨୨ମସିହାଡିସେମ୍ବରମାସ ୧୪ତାରିଖ(ବୁଧବାର)ପୌଷ ମାସ-କୃଷ୍ଣପକ୍ଷ ,ତିଥି-ଷଷ୍ଠୀ.ସୁର୍ୟୋଦୟ ପ୍ରାତଃ ଘ୦୬/୧୫/୫୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୫/୨୫ ,କର୍କଟ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ନିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କୁ ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ପ୍ରସିଦ୍ଧି ମିଳିବ। ପରିବାର ଏବଂ ଦାମ୍ପତ୍ୟଜୀବନରେ ସୁଖ-ସନ୍ତୋଷ ଅନୁଭବ କରିବେ। ମୌଜ-ମସ୍ତୀ ଏବଂ ମନୋରଞ୍ଜନରେ ଏବଂ ଭାଗିଦାରୀରେ ଲାଭ ହେବ। ଜୀବନସାଥୀ ସହିତ ଭଲ ମିଳାମିଶା ରହିବ। ସ୍ଵାସ୍ଥ୍ୟ ଭଲ ରହିବ। […]

୧୧ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

ବାରଙ୍ଗ,୧୩/୧୨(ଏସଏସନିଉଜ)ନନ୍ଦନକାନନଥାନା ପୋଲିସ ସୋମବାରରାତିରେ ରଘୁନାଥପୁରଗାଁମୁଣ୍ଡ ଏକ ଆପାର୍ଟମେଣ୍ଟନିକଟରେ ଥିବା କେକଦୋକାନ ପାଖରୁ ୧୧ଗ୍ରାମବ୍ରାଉନାଉଗାର ସହ ବିକ୍ରେତାକୁ ଗିରଫ କରିଛି।ଗିରଫ ଯୁବକ ହେଲେ ଚନ୍ଦ୍ରଶେଖରପୁର ଥାନା ଅଧିନସ୍ଥ ପଟିଆ ଦୋଳମଣ୍ଡପସାହିର ଇନ୍ଦ୍ରଜିତ ସାହୁ । ପ୍ରକାସ ଯେ, ଥାନାଅଧିକାରୀ ବିଶ୍ୱରଞନନାୟଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ନନ୍ଦନକାନନଥାନା ଅନ୍ତର୍ଗତ ଜେଡ-୧ ଆପାର୍ଟମେଣ୍ଟ ସାମ୍ନାରେ ଥିବା ମାଇମୋରେ ବେକେରି ଦୋକାନ ନିକଟରେ ଚଢଉ କରିବା ସହିତ ସାଧାରଣଲୋକଙ୍କୁ ବିକ୍ରି ନିମନ୍ତେ ବେଆଇନଭାବରେ ବ୍ରାଉନସୁଗାରପାଖରେ ରଖିଥିବା ଅଭିଯୋଗରେ ଇନ୍ଦ୍ରଜିତ ସାହୁଙ୍କୁ ଗିରଫ […]