Browsing yearly archive

2022

ରାଜପଥ କଡ଼ରୁ ମିଳିଲା ଗଳିତଶବ

କୋରାପୁଟ,୧୩/୧୨(ଏସ ଏସ ନିଉଜ)ଜାତୀୟ ରାଜପଥ କଡ଼ରୁ ଏକ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ପୁରୁଣା କୋରାପୁଟ ଅଞ୍ଚଳର ଅଭିଷେକ ମାଝି । ସେ ଗତ୪ଦିନ ହେଲା ନିଖୋଜ ଥିଲେ । ଏହା ହତ୍ୟା କି ଆତ୍ମହତ୍ୟା ତାହା ଅଦ୍ୟାବଧି ଜଣାପଡିନି ।

ବୀରତ୍ୱ ଦେଖାଇଲା ଭାରତୀୟ ସେନା

ଭୁବନେଶ୍ୱର,୧୩/୧୨(ଏସଏସ ନିଉଜ)ଅରୁଣାଚଳ ତୱାଙ୍ଗରେ ଭାରତ-ଚୀନ ସେନା ମୁହାଁମୁହିଁ ପ୍ରସଙ୍ଗରେ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କହିଛନ୍ତି ବୀରତ୍ୱ ଦେଖାଇଲା ଭାରତୀୟ ସେନା। ଚୀନ ସେନାକୁ ପଛକୁ ହଟିବାକୁ ବାଧ୍ୟ କଲା। ଉଭୟ ପକ୍ଷର ଏକାଧିକ ଆହତ ହୋଇଥିଲେ ମଧ୍ୟ ସମସ୍ତ ଭାରତୀୟ ଯବାନ ସୁରକ୍ଷିତ ବୋଲି କହିଛନ୍ତି।

ଜାରି ରହିବ ଓକିଲ ଆନ୍ଦୋଳନ

ଭୁବନେଶ୍ୱର,୧୩/୧୨(ଏସଏସ ନିଉଜ) ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନଜାରି ରହିବାନେଇ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବଇଦାରଙ୍କ ସୂଚନା ଦେଇଛନ୍ତି। ଲୋକଙ୍କ ସମର୍ଥନ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

ଇଞ୍ଚେ ବି କେହି ନେଇପାରିବେନି

ଭୁବନେଶ୍ୱର,୧୩/୧୨(ଏସ ଏସ ନିଉଜ)ଚୀନ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା ।କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା। ମୋଦି ସରକାରରେ କେହି ଗୋଟିଏ ଇଞ୍ଚ ବି ନେଇପାରିବେ ନାହିଁ ବୋଲି କହିଛନ୍ତି।

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ୍

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ୍ ଆରମ୍ଭ ହେଉଛି ।ବାରବାଟୀଷ୍ଟାଡିୟମରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ପୂର୍ବାହ୍ନ ୧୦ଟା ୩୦ରେ ଆରମ୍ଭ ହୋଇଛି । ଏଥିପାଇଁ ବାରବାଟୀ ପିଚ୍ ଓ ପଡିଆ ପ୍ରସ୍ତୁତିକାମ ଶେଷହୋଇଛି।

କଚେରୀ ଛକରେ ୧୪୪ ଧାରା

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ସମ୍ବଲପୁର କଚେରୀ ଛକରେ ୧୪୪ ଧରା ଜାରି କରାଯିବାସହ ସ୍ଥିତି ନିୟନ୍ତ୍ରଣ ପାଇଁସହରରେ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହର ସାରା ପୋଲିସ ଛାଉଣୀ ହୋଇଛି । ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆନ୍ଦୋଳନ ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି ଆନ୍ଦୋଳନ।  

କୁହୁଡ଼ି ଯୋଗୁ ଦୁର୍ଘଟଣା

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନଥିଲା ।ଯାହାଫଳରେ ଯାତାୟାତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧାସୃଷ୍ଟି ହୋଇଥିଲା ।ଘନକୁହୁଡିଯୋଗୁଁ ଜଗତସିଂହପୁର ତିର୍ତ୍ତୋଲ ଓଳଗଦାରେ ଦୁର୍ଘଟଣା ମଧ୍ୟ ଘଟିଛି । ବିଲ ଭିତରକୁ ମାଡିଯିବା ପରେ ଓଲଟି ପଡ଼ିଛି ବୋଲେରୋ। ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବାବେଳେ , ୨ଜଣ ଶିଶୁ ଗୁରୁତର ଆହତ ହୋଇନ୍ତିାଉପକୂଳଓଡ଼ିଶାରେ ଅନୁଭୂତ ହୋଇଛି ଘନକୁହୁଡି ବିଭିନ୍ନ ସ୍ଥାନରେ ଦୃଶ୍ୟମାନଦୂରତା ୧୦୦ମିଟରତଳେ ରହିଛି । ଘନକୁହୁଡ଼ି […]

ସୀମା ବିବାଦ

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ସୀମା ବିବାଦ ଯୋଗୁ ବୈଠକ ଡାକିଲେ ରାଜନାଥ ।ଅରୁଣାଚଳ ତଓ୍ୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ ପରେ ଜରୁରୀକାଳୀନ ବୈଠକ ଡାକିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ଉପସ୍ଥିତ ରହିବେ ବୈଦେଶିକ ମନ୍ତ୍ରୀ, ସିଡିଏସ୍ ଓ ୩ ସେନାର ମୁଖ୍ୟ ।ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନ୍ ସାମିଲ ହେବେ । ବୈଦେଶିକ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ । ଡିସେମ୍ବର ୯ରେ ଉଭୟ ପକ୍ଷର ସୈନିକ ଧସ୍ତାଧସ୍ତି ହୋଇଥିଲେ ।

ଡାକ୍ତରଙ୍କ ନାଆଁରେ ଅଭିଯୋଗ

ବାରିପଦା,୧୩/୧୨(ଏସଏସନିଉଜ) ବାରିପଦାର ପିଆରଏମ୍ ମେଡିକାଲରେ କାର‌୍ୟ୍ୟରତ ଜଣେ ଡାକ୍ତରଙ୍କ ନାଆଁରେ ଅସଦାଚରଣ ଅଭିଯୋଗ ଆସିଛି। ଚିକିତ୍ସା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛିା ଏହାପରେ ଉକ୍ତ ଡାକ୍ତରକୁ ପୁଲିସର ପଚରାଉଚରା ଆରମ୍ଭ ହୋଇଛି ।

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୧୩ ତାରିଖ (ମଙ୍ଗଳବାର)ପୌଷମାସ-କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ରାତ୍ରି ଘ୯/୩୦ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୧୪/୪୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୪୯ ,ମକରରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବେଲ ,ନିମ୍ବ ଭକ୍ଷଣ ନିଷେଧ । ମେଷ-ଆର୍ଥିକ ଏବଂ ବ୍ୟବସାୟ ରୂପରେ ଆଜିରଦିନ ଲାଭଦାୟକ ଅଟେ। ଲମ୍ବାସମୟର ଆର୍ଥିକ ଆୟୋଜନ ମଧ୍ୟ କରିପାରିବେ। ଶରୀର ଏବଂ ମନ ସୁସ୍ଥରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ […]