ଶପଥ ନେଲେ ବର୍ଷା
ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା।ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ।ଗତ ୮ରେ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ବର୍ଷା।
Browsing yearly archive
ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା।ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ।ଗତ ୮ରେ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ବର୍ଷା।
କୋଇଡା,୧୨/୧୨(ଏସଏସ ନିଉଜ) ଆଦିବାସୀ ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ ଘଟିଛି। ୨ ଶହ ଅନ୍ତେବାସୀ ରହୁଥିବା ଛାତ୍ରୀ ନିବାସରେ ନିଆଁ ଲାଗିଛି । ପିଲାଙ୍କ ବହି, ଖାତା ଓ ଆସବାସପତ୍ର ହୁତୁହୁତୁ ହୋଇ ଜଳୁଛି । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସ୍ପଷ୍ଟ ହୋଇନ ଥିବାବେଳେ ଅନ୍ତେବାସୀ ସୁରକ୍ଷିତ ଥିବାର ଜଣାପଡିଛି ।
ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ମୋବସ୍ ରୁ ୪୨ ହଜାର ଟଙ୍କା ଲୁଟ୍ ଅଭିଯୋଗ ହୋଇଛି।ବାଣୀବିହାରରୁ ବରମୁଣ୍ଡା ଯିବା ବେଳେ ଲୁଟର ଶିକାର ହୋଇଛନ୍ତି ଦମ୍ପତି। ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି।
ବଲାଙ୍ଗିର,୧୨/୧୨(ଏସଏସ ନିଉଜ) ଧାନ ମଣ୍ଡିରେ କଟନିଛଟନି ପ୍ରତିବାଦରେ ତାତିଲେ ଚାଷୀ। ପ୍ରତିବାଦରେ ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ। ମଳମୁଣ୍ଡା ଠାରେ ଶତାଧିକ ଚାଷୀଙ୍କ ରାସ୍ତାରୋକ ହୋଇଛି।ଯାହାଫଳରେ ଯାତାୟାତ ପ୍ରଭାବିତ ହୋଇଛି। ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିବା ଅଧିକାରୀଙ୍କୁ ଅଟକ ରଖିଛନ୍ତି ଚାଷୀ।
ରାୟଗଡ଼ା,୧୨/୧୨(ଏସଏସ ନିଉଜ) ପିଲା ଖେଳରୁ ୨ ଗାଁ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି। ଚାନ୍ଦିଲି ଥାନା ନୂଆପଡ଼ା-ଦେବଦଳା ଗାଁ ମଧ୍ୟରେ ସଂଘର୍ଷ ଘଟିଛି। ଦୁଇ ଗାଁର ୧୦ ଜଣ ଆହତ ହୋଇଛନ୍ତି।ଆହତମାନେ ରାୟଗଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ରହିଛି।
ଉମରକୋଟ,୧୨/୧୨(ଏସଏସ ନିଉଜ)୪ଜଣଙ୍କୁ ଅପହରଣ ଘଟଣାରେ ନୂଆମୋଡ଼ ହୋଇଛି। ଅପହରଣ ନୁହେଁ, ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବାର ସୂଚନା ମିଳିଛି। ଛତିଶଗଡ଼ କାଙ୍କେରରୁ କୋଣ୍ଡାଗାଁ ଫେରିବା ବେଳେ ନିଖୋଜ ଥିଲେ ।କାର୍ ଭିତରୁ ମିଳିଛି ୪ ମୃତଦେହ। କୂଅ ଭିତରୁ କାର୍ ଉଦ୍ଧାର ପରେ ଖୋଲିଲା ରହସ୍ୟ। ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)୨ୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥନେଲେ ଭୂପେନ୍ଦ୍ର ପଟେଲ। ଗୁଜରାଟରେ ବିଜେପିର ରେକର୍ଡ ବିଜୟ ପରେ ଶପଥ ନେଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।
ବାରଙ୍ଗ,୧୧/୧୨(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ ମୁଖ୍ୟରାସ୍ତା ଠାରୁ ଲକ୍ଷେଶ୍ବର ମନ୍ଦିର ରାସ୍ତା ନିର୍ମାଣ ଓ ମିଶନ ଶକ୍ତି ଗୃହ ନିର୍ମାଣ କାର୍ୟ୍ୟ ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ରବିବାରଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏଥିପାଇଁ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ତରତରୁ ରାସ୍ତା ନିର୍ମାଣ ପାଇଁ ୧୬ଲକ୍ଷ ୯୦ହଜାର ଟଙ୍କା ବ୍ୟୟଅଟକଳ ହୋଇଛି।ସେହିପରି ବରିମୁଣ୍ଡ ପଞ୍ଚାୟତ ପମ୍ପହାଉସ ନିକଟରେ ମହିଳାମାନଙ୍କ ପାଇଁ ଏକ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ବିଧାୟକଙ୍କ ନିଜସ୍ବ ପାଣ୍ଠିରୁ ୩ଲକ୍ଷଟଙ୍କା ବ୍ୟୟବରାଦ […]
ଡେଲାଙ୍ଗ,୧୧/୧୨(ଏସଏସନିଉଜ) ଏହିଥାନା ଅଧିନସ୍ଥ କଲ୍ୟାଣପୁର ପଂଚାୟତର ସରପଂଚ ଗୋବର୍ଦ୍ଧନସେଠୀଙ୍କୁ ଆକ୍ରମଣ କରାଯାଇ ତାଙ୍କ ସୁନାଚେନ୍ ଓ ମୁଦିକୁ ଛଡାଇନେଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁ୍କ୍ତଙ୍କୁ ଗିରଫକରିବା ଦାବୀରେ ରାସ୍ତାରୋକ ହୋଇଛି ।ସରପଂଚଙ୍କ ସମର୍ଥକମାନେ ରବିବାର ସନ୍ଧ୍ୟାରେ କଲ୍ୟାଣପୁର ବଜାରନିକଟରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।ସରପଂଚ ସେଠୀ ପରିବାନେଇ ଘରକୁ ଫେରୁଥିବାବେଳେ ଜଣେ ଯୁବକ ତାଙ୍କୁ ଜାତିଆଣି ଆକ୍ଷେପ ସହ ଅଶ୍ରବ୍ୟଭାଷାରେ ଗାଳିଗୁଲଜ କରିବାସହ ପିନ୍ଧିଥିବା ମୁଦି ଓ ଚେନକୁ ଛଡାଇନେଇଥିବାର ଶନିବାରଦିନ ଥାନାରେ ଲିଖିତଅଭିଯୋଗ କରିଥିଲେ […]
୨୦୨୨ ମସିହା ଡିସେମ୍ବର ମାସ ୧୨ ତାରିଖ (ସୋମବାର)ପୌଷ ମାସ-କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୧୪/୨୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୨୩ ,ମିଥୁନ ରାଶିର ଘାତବାର ,ଚତୁର୍ଥୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ମୂଳା ,ବେଲ ଭକ୍ଷଣ ନିଷେଧ । ମେଷ-ଲମ୍ବା ସମୟର ଆର୍ଥିକ ଯୋଜନା ପାଇଁ ଅନୁକୂଳ ଦିନ ଅଟେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନ ଲାଭଦାୟକ ଅଟେ। ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ମିତ୍ର ତଥା ସ୍ଵଜନମାନଙ୍କ ତରଫରୁ […]