Browsing yearly archive

2022

୪ଜଣଙ୍କୁ ଅପହରଣ ଅଭିଯୋଗ

ଉମରକୋଟ,୧୧/୧୨(ଏସଏସନିଉଜ) ବାହାଘର ଭୋଜିଖାଇ ଫେରିଲା ବେଳେ ୪ ଜଣଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି । ଛତିଶଗଡ଼ କାଙ୍କେରରୁ କୋଣ୍ଡାଗାଁ ଫେରିବା ବାଟରେ ଅପହରଣ ହୋଇଥିବା ସୂଚନା ମିଳିଛିା କାଙ୍କେର କତୁଆଲି ଥାନାରେ ଏନେଇ ଏତଲା କରିଛନ୍ତି ସମ୍ପର୍କୀୟ ।୪ଅପହୃତଙ୍କ ମଧ୍ୟରେ ରାଇଘର ତହସିଲ ସୁପରଭାଇଜର ସପନ ସରକାର , ତାଙ୍କପତ୍ନୀ , ଶାଳକ ଓ ଶାଳକଙ୍କ ସ୍ତ୍ରୀଙ୍କୁ ଅପହରଣ ନେଇ ଏତଲା ଦିଆଯାଇଛି। ଗୋଟିଏ କାରରେ ଫେରିଲା ବେଳେ କେହି ଅପହରଣ କରିଥିବା ଏତଲାରେ ଦର୍ଶାଯାଇଛି […]

ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି,୧୧/୧୨(ଏସଏସନିଉଜ) ଆଜି ସକାଳୁ ଛତିଶଗଡର ନାରାୟଣପୁର ଜିଲ୍ଲାରେ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ କେହି ମୃତାହତ ହୋଇନଥିବାବେଳେ ଘଟଣାସ୍ଥଳରୁ ଯବାନ ବିସ୍ଫୋରକ ସହ ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି। ଗୁଦାଡି ଜଂଗଲରେ ଡିଆରଜି, ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ପାଇଁ ଜଂଗଲରେ ପଶିଥିଲେ । ନକ୍ସଲମାନେ ବୋମା ବିସ୍ଫୋରଣ କରିବାସହ ଅତର୍କିତ ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍

ଭୁବନେଶ୍ବର,୧୧/୧୨(ଏସଏସନିଉଜ) ଆଜି ଅପରାହ୍ନରେ ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା।ଗାଡିଟି ଚାଲୁଥିବାବେଳେ ହଠାତ ନିଆଁ ଲାଗିଯିବାରୁ ଚାଳକ ଗାଡିକୁ ରୋକି ଓହ୍ଲାଇପଡିଥିଲେ ।ଯହାଫଳରେ ଚାଳକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । କିଛି ମୁହୂର୍ତ୍ତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବରପାଇଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ।  

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ହରିଚନ୍ଦନପୁର,୧୧/୧୨(ଏସଏସନିଉଜ) ବିଳମ୍ବିତ ରାତିରେଏହି ବ୍ଲକ ଅଧନସ୍ଥରାସୋଳ ଝିମିକିପାଟିଆ ଗ୍ରାମରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ବାହାଡ଼ା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ ସବୁଦିନଭଳି ଖାଇପିଇ ଚାଳିଆଘରେ ୨୨ ବର୍ଷୀୟା ଝିଅ ପାଖରେ ଶୋଇଥିଲେ। ବିଳମ୍ବିତ ରାତିରେ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଚାଲିଯାଇଥିବା ଜଣାଯାଇଛି। ହତ୍ୟାକାଣ୍ଡର ପକୃତ କାରଣ ଜଣାପଡିନଥିବାବେଳେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଗାଁରେ ଚର୍ଚ୍ଚା ହେଉଛି ।ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

ସ୍କୁଲ ରୁମରୁ ମିଳିଲା ୧୦୪ ପେଟି ମଦ

ରାଉରକେଲା,୧୧/୧୨(ଏସଏସନିଉଜ) ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ବନ୍ଦ ଅବସ୍ଥାରେ ଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦକୁ ଜବତକରିଛିଅବକାରୀ ବିଭାଗ । ବହୁ ନାମିଦାମୀ କମ୍ପାନିର ଲେବୁଲ, ଠିପି ଖାଲି ବୋତଲ ସହ ୧୦୪ ପେଟିରେ ଥିବା୧୨୪୮ବୋତଲମଦ ଜବତ ହୋଇଛି ।ଏହାସହ ଏକ କାରକୁ ମଧ୍ୟ ଜବତ କରିଛି ଅବକାରୀବିଭାଗ ।ବାହାରରାଜ୍ୟରୁ ନକଲି ମଦଆଣି ଏଠାରେ ବଟଲିଂ କରାଯାଇ ଚୋରାଚାଳଣ ହେଉଥିବାର ବିଶେଷସୁତ୍ରରୁ ଖବରପାଇ ଅବକାରୀବିଭାଗ ଚଢଉ କରିଥିଲା ।

ଗୋଠପାଟଣାଠାରେ ଖୋଲିଲା ପୋଲିସ ସହାୟତା କେନ୍ଦ୍ର

ମେଣ୍ଢାଶାଳ,୧୧/୧୨(ଏସଏସନିଉଜ)ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାଠାରେ ପୋଲିସ ସହାୟତା କେନ୍ଦ୍ର ପୋଲିସ କମିସନର ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କଦ୍ୱାରା ଆନୁଷ୍ଠାନିକଭାବେ ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀଉସ୍‌ବରେ ଡିସିପି ପ୍ରତିକସିଂହ,ଏସିପି ରମେଶଚନ୍ଦ୍ର ବିଶୋଇ ,ଚନ୍ଦକା ଥାନାଅଧିକାରୀ ସୁରେନ୍‌ଦ୍ରକୁମାରବଳ ପ୍ରମୁଖ ଉପସ୍ଥିତଥିଲେ ।ଏହିସହାୟତା କେନ୍ଦ୍ର ପରିଚାଳନାପାଇଁ ଏଏସଆଇ ସନ୍ଦିପ ଆଲବର୍ଟକୁଜୁରଙ୍କ ସହ ୩ଜଣ କନେଷ୍ଟବଳ ଏହାର ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ନାଗପୁର ମେଟ୍ରୋ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୧/୧୨(ଏସଏସ ନିଉଜ)୬ଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି।ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ କିଣିଲେ ମୋଦି।

ମାତିଲେ ଖଣିମାଫିଆ

ଭୁବନେଶ୍ୱର,୧୧/୧୨ (ଡିଏନଏ)ଢେଙ୍କାନାଳରେ ମାତିଛନ୍ତି ଖଣିମାଫିଆ ।ଚଢାଉ ବେଳେ ଡିଏଫଓଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଡିଏଫଓଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯିବାପରେ ୬ଜଣଙ୍କୁ ଅଟକ ରଖିଛି ପୋଲିସ।

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୧୧ ତାରିଖ (ରବିବାର)ପୌଷମାସ-କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୪/୦ ପର୍ୟ୍ୟନ୍ତ ତଦନ୍ତେ ଚତୁର୍ଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୧୩/୫୫ ,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୦ ,ମେଷରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ପୋଟଳ ,ମୂଳା ଭକ୍ଷଣ ନିଷେଧ । ମେଷ-ସ୍ଵଭାବରେ ଉଗ୍ରତା ଏବଂ ଜିଦ୍ଦୀପଣ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଧିକ ପରିଶ୍ରମ କରିବା ପରେ ଶେଷରେ କମ ସଫଳତା ନମିଳିବାରୁ […]

କିଏ ନବ ଗଣ୍ଡରପୁର କପ!

ବାରଙ୍ଗ,୧୦/୧୨(ଏସଏସନିଉଜ) କିଏ ହାତେଇବ ଗଣ୍ଡରପୁର କପ୍ ।ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ହେବ ଉଦ୍ୟାପିତ ।୨୦ବର୍ଷରେ ପଦାର୍ପଣ କରିଥିବା ଏହି କ୍ରିଡାଅନୁଷ୍ଠାନ ଦର୍ଶକମାନଙ୍କ ମନକୁ କିଣିପାରିଛି ।ଅଂଚଳବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜ୍ଜନକରିପାରି ବେଶ ଲୋକପ୍ରିୟତା ହାସଲ କରିପାରିଛି ।ଆୟୋଜକମାନଙ୍କର ସଠିକପରିଚାଳନା ଯୋଗୁ ସବୁବର୍ଷଭଳି ଏଥର ହୋଇଥିବା ପ୍ରତିଯୋଗୀତାରେ ମଧ୍ୟ ରାଜ୍ୟର […]