୪ଜଣଙ୍କୁ ଅପହରଣ ଅଭିଯୋଗ

ଉମରକୋଟ,୧୧/୧୨(ଏସଏସନିଉଜ) ବାହାଘର ଭୋଜିଖାଇ ଫେରିଲା ବେଳେ ୪ ଜଣଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି । ଛତିଶଗଡ଼ କାଙ୍କେରରୁ କୋଣ୍ଡାଗାଁ ଫେରିବା ବାଟରେ ଅପହରଣ ହୋଇଥିବା ସୂଚନା ମିଳିଛିା କାଙ୍କେର କତୁଆଲି ଥାନାରେ ଏନେଇ ଏତଲା କରିଛନ୍ତି ସମ୍ପର୍କୀୟ ।୪ଅପହୃତଙ୍କ ମଧ୍ୟରେ ରାଇଘର ତହସିଲ ସୁପରଭାଇଜର ସପନ ସରକାର , ତାଙ୍କପତ୍ନୀ , ଶାଳକ ଓ ଶାଳକଙ୍କ ସ୍ତ୍ରୀଙ୍କୁ ଅପହରଣ ନେଇ ଏତଲା ଦିଆଯାଇଛି। ଗୋଟିଏ କାରରେ ଫେରିଲା ବେଳେ କେହି ଅପହରଣ କରିଥିବା ଏତଲାରେ ଦର୍ଶାଯାଇଛି ।

Comments (0)
Add Comment