ଡେଲାଙ୍ଗ,୧୧/୧୨(ଏସଏସନିଉଜ) ଏହିଥାନା ଅଧିନସ୍ଥ କଲ୍ୟାଣପୁର ପଂଚାୟତର ସରପଂଚ ଗୋବର୍ଦ୍ଧନସେଠୀଙ୍କୁ ଆକ୍ରମଣ କରାଯାଇ ତାଙ୍କ ସୁନାଚେନ୍ ଓ ମୁଦିକୁ ଛଡାଇନେଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁ୍କ୍ତଙ୍କୁ ଗିରଫକରିବା ଦାବୀରେ ରାସ୍ତାରୋକ ହୋଇଛି ।ସରପଂଚଙ୍କ ସମର୍ଥକମାନେ ରବିବାର ସନ୍ଧ୍ୟାରେ କଲ୍ୟାଣପୁର ବଜାରନିକଟରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।ସରପଂଚ ସେଠୀ ପରିବାନେଇ ଘରକୁ ଫେରୁଥିବାବେଳେ ଜଣେ ଯୁବକ ତାଙ୍କୁ ଜାତିଆଣି ଆକ୍ଷେପ ସହ ଅଶ୍ରବ୍ୟଭାଷାରେ ଗାଳିଗୁଲଜ କରିବାସହ ପିନ୍ଧିଥିବା ମୁଦି ଓ ଚେନକୁ ଛଡାଇନେଇଥିବାର ଶନିବାରଦିନ ଥାନାରେ ଲିଖିତଅଭିଯୋଗ କରିଥିଲେ ।ପୋଲିସ ୩୪୬/୨୨କେଶନଂରେ ଏକ ମକଦ୍ଦମାରୁଜୁକରିଥିଲା ।କିନ୍ତୁ ପୁନର୍ବାର ଯୁବକଜଣଙ୍କ ରବିବାରସନ୍ଧ୍ୟାରେ ସରପଂଚଙ୍କୁ ଗାଳିଗୁଲଜ କରିବାରୁ ସରପଂଚଙ୍କ ସମର୍ଥକମାନେ ଡେଲାଙ୍ଗ-କଣାସ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜାକରିବାସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାର ପ୍ରତିଶୃତି ପରେ ରାସ୍ତାରୋକ ଉଠିଥିଲା ।