Browsing yearly archive

2022

ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର

କଟକ, ୨୧/୪(ସଏସନିଉଜ) କଟକ ମେୟର ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । ସୁବାସ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସାଂସଦଭାବରେ ଆଜି ଦିନରେ ୨ ବର୍ଷ ୨୦ ଦିନ ଅତିକ୍ରାନ୍ତ କରିଛି । ମାର୍ଚ୍ଚ ୨୬ ତାରିଖ ଦିନ କଟକ ମହାନଗର ନିଗମର ପ୍ରତ୍ୟେକ୍ଷ ନିର୍ବାଚନରେ ୨୮,୮୦୦ରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଏପ୍ରିଲ ୭ ତାରିଖରେ ଶପଥ ନେବା ପରେ ଆଜି ମୁଁ ସାଂସଦ […]

ମାଆକୁ ହାଣିଲା ଜନ୍ମକଲା ପୁଅ

ମୟୂରଭଞ୍ଜ,୨୧/(ଏସଏସନିଉଜ) ଜନ୍ମ କଲା ମା ଙ୍କୁ କୁରାଢ଼ୀରେ ଅତି ନୃଶଂସ ଭାବେ ହାଣି ହତ୍ୟା କଲା ପୁଅ । ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗ୍ରାମର ଢେଙ୍କ ସାହିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ଘରୋଇ ବଚସାକୁ ନେଇ କାଲି ବିଳମ୍ବିତ ରାତିରେ ନିଶାସକ୍ତ ପୁଅ ଏକ ଧାରୁଆ କୁରାଢ଼ୀରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିବା ଯୋଗୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳୁ ଗ୍ରାମବାସୀ ଙ୍କଠାରୁ ଖବର ପାଇ […]

ଘୁଷୁରି ଚୋରିକୁ ନେଇ ସଂଘର୍ଷ

ବୁଗୁଡ଼ା,୨୧/୪(ଏସଏସନିଉଜ) ଘୁଷୁରି ଚୋରିକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ହେଲା ସଂଘର୍ଷ । ଠେଙ୍ଗା, ଟାଙ୍ଗିଆ ଓ କାତି ଆକ୍ରମଣରେ ଉଭୟ ଗୋଷ୍ଠୀ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି ।ଏଥିସହିତ ପେଲିସ ୨ଟି ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାସହ ୨ଟି ଟାଙ୍ଗିଆ, ୩ କାତି ଓ ୨ଟି ଠେଙ୍ଗାକୁ ଜବତ କରିଛି ।ଏହି ଘଟଣା ବୁଗୁଡ଼ା ଥାନା ଅଧୀନ ଗୋଲିଆ ଗ୍ରାମ ବ୍ରିଜ୍ ନିକଟରେ ଘଟିଛି । ୩ […]

ପାଣି ପିଇ ୩ ଗୁରୁତର

ମାଲକାନଗିରି,୨୧/୪(ଏସଏସନିଉଜ) ଜଳଛତ୍ର କେନ୍ଦ୍ରର ମାଠିଆ ପାଣି ଭିତରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେବା ଯୋଗୁ ସେହି ପାଣି ପିଇ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।ଏହି ଅଭାବନୀୟ ଘଟଣା ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଘଟିଛି । ଗୁରୁତର ହୋଇଥିବା ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର […]

ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଜବତ

ଧଉଳି, ୨୧/୪(ଏସଏସନିଉଜ) ନୂଆଗାଁସ୍ଥିତ ଏକ ନିର୍ମାଣାଧୀନ ଘରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହକୁ ଧଉଳି ଥାନା ପୁଲିସ ଜବତ କରିଛି। ମହିଳାଙ୍କ ବୟସ ୪୫ ବର୍ଷ । ମହିଳାଜଣକ ଜଣେ ଶ୍ରମିକ ବୋଲି ଅନୁମାନ କରାଯାଉଥିବାବେଳେ ମହିଳାଙ୍କ ମୃତ୍ୟୁ ରହସ୍ୟମୟ ହୋଇପଡ଼ିଛି। ମୃତଦେହରେ ସେଭଳି କିଛି ଚିହ୍ନ ନଥିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ

ଭୁୁବନେଶ୍ୱର,୨୧/୪(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ୫ଞ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମାଆଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ ସଂପର୍କରେ ସେବାୟତ, ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି।ମନ୍ଦିରର ଉନ୍ନତି କରଣ ତଥା ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ […]

୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁୁବନେଶ୍ୱର,୨୧/୪(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (ଈଚ୍ଚ ଙ୍ଗବଚ୍ଚ କ୍ଟଲ ଜରୟସଗ୍ଦଗ୍ଧକ୍ସସଭଙ୍କଗ୍ଧସକ୍ଟଦ୍ଭ) ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି। ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ […]

ଆଜିର ରାଶିଫଳ

(ଗୁରୁବାର)୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୨୧ତାରିଖ, ବୈଶାଖ ମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ,ସୁର୍ୟୋଦୟ-ପ୍ରାତଃ ଘ୫/୨୭/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୨୫,ଯୋଗିନୀ ଦକ୍ଷିଣେ ଦିବା ଘ୧୨/୧୨ ଗତେ ପଶ୍ଚିମେ,ଯାତ୍ରା ଶୁଭ,ବିବାହ ଓ ପାଣିଗ୍ରହଣ, ରିକବେଦୀୟ ବ୍ରତୋପୟନ,ତୁଳା ଓ କୁମ୍ଭ ର ଘାତବାର,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶ୍ରୀଫଳ ଦିବା ଘ୧୨/୧୨ ଗତେ ନିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା […]

ପିଲାଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର,୨୦/୪ (ଏସ ଏସ ନିଉଜ)ଆଜିର ଶିଶୁ କାଲିର ଭବିଷ୍ୟତ ।ଶିଶୁମାନଙ୍କ ପାଇଁ ସାମାଜିକ ଦାୟିତ୍ୱବୋଧ ଗୁରୁତ୍ୱପୁର୍ଣ ବୋଲି ଆଜି ପୁର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାଶିଶୁସୁରକ୍ଷା ଶାଖା ଅନୁକୁଲ୍ୟରେ ଅନୁଷ୍ଠିତ ପିଲାଙ୍କ ପାଇଁ ଦିନଟିଏ ବୈଠକରେ ଅଧକ୍ଷତା କରି ଜିଲ୍ଲାପରିଷଦ ସଭାପତି ତଥା ଅଧକ୍ଷ ଜିଲ୍ଲା ଶିଶୁସୁରକ୍ଷା କମିଟି କିଶୋରଚନ୍ଦ୍ରମିଶ୍ର ଉପରୋକ୍ତ ିଷୟରେ ପ୍ରକାଶ କରିଛନ୍ତି ।ଜିଲ୍ଲାଶିଶୁସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ବୈଠକରେ ସ୍ୱାଗତଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପଳ ବିଜୟକୁମାରଖଣ୍ଡାୟତରାୟ ବୈଠକରେ ସହ ଅଧକ୍ଷତା କରି ପିଲାମାନଙ୍କ […]

ମୁଖ୍ୟମନ୍ତ୍ରୀଙ୍କ ବାର୍ତା

ଭୁବନେଶ୍ୱର,୨୦/୪ (ଏସ ଏସ ନିଉଜ)କିଶାରେକିଶୋରୀମାନଙ୍କ ପାଇଁ ଓଡିଶା ସାରକାରଙ୍କ ଅଦ୍ୱିକା ମୋବାଇଲ ଆପ୍ ଏକ ସ୍ୱାଗତଯୋଗ୍ୟ ପଦକ୍ଷପ । କିଶାରକିଶୋରୀମାନେ ଆମ ଭବିଷ୍ୟତ । ଆମର ମୁଲ୍ୟବାନ ସମ୍ଭଳା ଆଗାମୀଦିନରେ ତୁମେମାନେ ହିଁ ହେବ ନୁଆ ଓଡିଶାର କର୍ଣଧାର ।ତେଣୁ କିଶୋରକିଶୋରୀମାନଙ୍କ ସଶକ୍ତିକରଣ ଆମର ଏକ ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ ।ଶିକ୍ଷା,ସ୍ୱାସ୍ଥ୍ୟ ଓ ସୁରକ୍ଷା ସହିତ ନଜର ଅଧିକାର ବିଷୟରେ ସଚେତନ ଆମକୁ ଅମ୍‌ବିଶ୍ୱାସ ସହିତ ଆଗକୁ ବଢିବାରେ ସହାୟକ ହୋଇଥାଏ ।ମୁଁ ଆଶା କରୁଛି,ତୁମେମାନେ ଏହି ଆପ୍ […]