Browsing yearly archive

2022

ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍

ଭୁବନେଶ୍ୱର,୨୦/୪ (ଏସ ଏସ ନିଉଜ) କୋରାପୁଟ ଶିମିଳିଗୁଡାର ନେତାଜୀ ଇଂଲିଶ ମିଡିୟମ୍ ସ୍କୁଲର ଏକ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କଟାଯାଇଛି।ଫିଟନେସ୍, ପରମିଟ୍ ଆଉ ଇନ୍ସରୁାନ୍ସ ନଥିବାରୁ ପରିବହନ ବିଭାଗ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରିଛି ।  

ସରକାରୀ ବାସଭବନରୁ ଡେପୁଟି ରେଞ୍ଜରଙ୍କର ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୦/୪(ଏସ ଏସ ନିଉଜ) ରାୟଗଡ଼ା କଲ୍ୟାଣସିଂହପୁର ବନ ବିଭାଗ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି।କଲ୍ୟାଣସିଂହପୁରରେ ଥିବା ତାଙ୍କ ସରକାରୀ ବାସଭବନରୁ ବ୍ରଜମୋହନଙ୍କର ମୃତ ଦେହ ଉଦ୍ଧାର ହୋଇଛି ।ଆଜି ତାଙ୍କ ସହଯୋଗାମାନେ ଆସି ତାଙ୍କୁ ଡାକିଥିଲେ ମଧ୍ୟ କବାଟ ନଖୋଲିବାରୁ ସନ୍ଦେହ କରି ଝରକା ପଟେ ଦେଖିବାବେଳକୁ ବ୍ରଜମୋହନ ଉଲଗ୍ନ ଭାବେ ତାଙ୍କ ଘରେ ପଡ଼ିଥିଲେ।ଯେତେ ଡାକିଲେବି ଶୁଣିନଥିଲେ।ଏହାପରେ ଡାକିଲେ ଶୁଣୁ ନାହାନ୍ତି । ଏହାପରେ ରେଞ୍ଜରଙ୍କଠାରୁ ସୂଚନା ପାଇଁ ପୋଲିସ ଘଟଣାସ୍ଥଳକୁ […]

କବାଡ଼ିଆ ଦୋକାନରେ ବିସ୍ଫୋରଣ

ଚାନ୍ଦବାଲି,୨୦/୪(ଏସ ଏସ ନିଉଜ) ଧାମରା ବଜାରରେ ଥିବା ଏକ କବାଡ଼ିଆ ଦୋକାନରେ ବିସ୍ଫୋରଣ ଘଟିଛି ।ଏକ ବ୍ୟାଟେରୀକୁ ଫଟାଇଲା ବେଳେ ଏହି ବିସ୍ଫୋରଣ ଘଟିଛି।ଯାହାଫଳରେ ଏହି ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି।ଦୁଇ ଗୁରୁତର ମଧ୍ୟରୁ ଜଣଙ୍କୁ ଧାମରା ଓ ଅନ୍ୟ ଜଣଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

କମିଶନରେଟ ପୋଲିସରେ ଅଦଳବଦଳ

ଭୁବନେଶ୍ୱର, ୨୦/୪(ଏସ ଏସ ନିଉଜ)ଓଡିଶା କମିଶନରେଟ ପୋଲିସରେ ଏକ ବଡ ଅଦଳବଦଳ ହୋଇଛି । ଇନ୍ସପେକ୍ଟର,ସବଇନ୍ସପେକ୍ଟର ଙ୍କ ସମେତ ଜଣେ ଏସିପିଙ୍କ ବଦଳି କରାଯାଇଛି ।ଏହି ବଦଳିରେ ଜଣେ ଏସିପି, ୭ ଆଇଆଇସି, ୩୦ ଏସ୍‌ଆଇ ଓ ୪ ଏଏସଆଇ ଙ୍କ ଅଦଳବଦଳ ହୋଇଛି ।ଏସିପି ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ ଡିଆଇବିରୁ ବଦଳି କରାଯାଇଛି ।ସେହିଭଳିଭାବେ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବି,ରୀନା ଦାସ କଟକ ସଦର ଥାନାର ଅତିରିକ୍ତ ଆଇଆଇସି, ଇନ୍ସପେକ୍ଟର ବିଜୟ କୁମାର ବାରିକଙ୍କୁ […]

ମନଇଚ୍ଛା ଖାଇଲେ,ପୁଣି ନେଲେ

ବାରଙ୍ଗ,୨୦/୪(ଏସ ଏସ ନିଉଜ)ବାରଙ୍ଗ ଥାନା ପାଖ ବାରଙ୍ଗ ପ୍ରେସକ୍ଳବ ନିକଟରେ ଥିବା ଏକ ପାନ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ବୁଧବାର ଥାନାରେ ଅଭିଯୋଗ ହୋଇଛି।ଶ୍ରୀବନ୍ତପୁର ଗ୍ରାମର ନିବାସ ପରିଡା ନାମକ ଯୁବକ ଏହି ପାନ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ।ସବୁଦିନଭଳି ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ବୁଧବାର ସକାଳେ ଦୋକାନ ଖୋଲିବାକୁ ଆସିଥିବାବେଳେ ଦୋକାନର କବାଟ ଭାଙ୍ଗି ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ।ସବୁଠାରୁ ବଡ଼କଥା ହେଲା ଚୋରମାନେ ଦୋକାନ […]

ବାବା ସୋମନାଥଙ୍କ ପୀଠରେ ଉଦଯାପିତ ହେଲା ୬୦ତମ ମହାଯଜ୍ଞ

ବାରଙ୍ଗ,୧୮/୪(ଏସ ଏସ ନିଉଜ) ରାଜଧାନୀ ଉପକଣ୍ଠ ଢ଼ାଉଆ ଗ୍ରାମରେ ଅବସ୍ଥାପିତ କରିଥିବା ଶ୍ରୀଶ୍ରୀ ସୋମନାଥ ଦେବଙ୍କ ପୀଠରେ ୬୦ତମ ମହାଯଜ୍ଞ ସୋମବାର ରାତିରେ ଉଦଯାପିତ ହୋଇଯାଇଛି।ଜଗତ କଲ୍ୟାଣ ପାଇଁ ହେଉଥିବା ଏହି ମହାଯଜ୍ଞରେ ରାଜ୍ୟର ବିଭିର୍ଣ ପ୍ରାନ୍ତରରୁ ଆସିଥିବା ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନୀରେ ଅଂଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।ପଣାସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ୫ଦିନ ଧରି ବିଭିର୍ଣ ଦେବଦେବୀଙ୍କୁ ଆହୁତିମାନ ଦିଆଯାଇଥିଲା ।ପୂର୍ଣ୍ଣାହୁତି ଦିନ ହଜାରହଜାର ଲୋକଙ୍କ ପାଇଁ ହରିହାଟର ବ୍ୟବସ୍ଥା ହୋଇଥିଲା।ଭୁବନେଶ୍ୱରଉତ୍ତର ବିଧାୟକ […]

ଆଜିର ରାଶିଫଳ

ଅପ୍ରେଲ ମାସ ୧୯ ତାରିଖ ୨୦୨୨ମସିହା(ମଙ୍ଗଳବାର)ବୈଶାଖ-କୃଷ୍ଣପକ୍ଷ,ତିଥି- ତୃତୀୟା , ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୪୯,ମକର ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। 🐮ବୃଷ👉ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ […]

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ଏପ୍ରିଲ ମାସ ୧୮ ତାରିଖ, ବୈଶାଖ ମାସ- କୃଷ୍ଣପକ୍ଷ, ତିଥି-ଦ୍ୱିତିଆ ,ମିଥୁନ ରାଶିର ଘାତବାର,ଦ୍ୱିତିଆର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । 🐮ବୃଷ👉ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା […]

ଆଜିର ରାଶିଫଳ

ବୈଶାଖ ବ୍ରତାରମ୍ଭ,(ରବିବାର)୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୭ ତାରିଖ,ବୈଶାଖ ମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ-ପ୍ରାତଃ ଘ୫/୩୦/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୨,ଅଦ୍ୟ ବିବାହ ଓ ପାଣିଗ୍ରାହଣ,ମେଷ ରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ। 🐮ବୃଷ👉ଆଜି […]

ଚାଲିଗଲା ଶ୍ୟାମାର ଜୀବନ

ବାରଙ୍ଗ,୧୬/୪(ଏସ ଏସ ନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନର ୨୯ ନଂ ଖୁଆଡ଼ରେ ରହୁଥିବା ସିଂହୀ ଶ୍ୟମାର ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି।ସିଂହୀ ଶ୍ୟାମା ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା।ବାୟସାଧିକ ଯୋଗୁଁ ତାର ବିଭିନ୍ନ ରୋଗଜନିତ ସମସ୍ୟା ଦେଖାଦେଇଥିଲା।କାନ,ଚମ ଲୋଚା ପଡ଼ିବା ସହ ଗୋଟିଏ ସ୍ଥାନରେ ପଡ଼ି ରହୁଥିଲା।ଖାଦ୍ୟପେୟ ମଧ୍ୟ ଛାଡ଼ି ଦେଇଥିଲା।ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ଚିକିତ୍ସା ଜାରି ରହିଥିଲା।ଆଜି ଅପରାହ୍ନ ୩.୩୦ ସମୟରେ ଚିକିତ୍ସିତ ଅବସ୍ଥାରେ ତାର […]