କମିଶନରେଟ ପୋଲିସରେ ଅଦଳବଦଳ

ଭୁବନେଶ୍ୱର, ୨୦/୪(ଏସ ଏସ ନିଉଜ)ଓଡିଶା କମିଶନରେଟ ପୋଲିସରେ ଏକ ବଡ ଅଦଳବଦଳ ହୋଇଛି । ଇନ୍ସପେକ୍ଟର,ସବଇନ୍ସପେକ୍ଟର ଙ୍କ ସମେତ ଜଣେ ଏସିପିଙ୍କ ବଦଳି କରାଯାଇଛି ।ଏହି ବଦଳିରେ ଜଣେ ଏସିପି, ୭ ଆଇଆଇସି, ୩୦ ଏସ୍‌ଆଇ ଓ ୪ ଏଏସଆଇ ଙ୍କ ଅଦଳବଦଳ ହୋଇଛି ।ଏସିପି ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ ଡିଆଇବିରୁ ବଦଳି କରାଯାଇଛି ।ସେହିଭଳିଭାବେ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବି,ରୀନା ଦାସ କଟକ ସଦର ଥାନାର ଅତିରିକ୍ତ ଆଇଆଇସି, ଇନ୍ସପେକ୍ଟର ବିଜୟ କୁମାର ବାରିକଙ୍କୁ ସହିଦ ନଗର ଥାନା ଅତିରିକ୍ତଆଇଆଇସି ,ଇନ୍ସପେକ୍ଟର ସୁଚିତ୍ରା ପରିଡା ନୟାପଲ୍ଲୀ ଥାନା ଆଇଆଇସି, ଇନ୍ସପେକ୍ଟର ଗନେଶ ଚନ୍ଦ୍ର ସ୍ୱାଇଁଙ୍କୁ କମିଶନରେଟ ହେଡକ୍ୱାର୍ଟରସ କୁ ବଦଳି ହୋଇଛି ।

 

Comments (0)
Add Comment