Browsing yearly archive

2022

ହାଇୱା ଅଟୋ ମୁହାଁ ମୁହିଁ ଧକ୍କା, ୩ ମୃତ

ଆନନ୍ଦପୁର, ୨୧/୪(ଏସ ଏସ ନିଉଜ) କୋଡପଡା ଛକ ନିକଟରେ ଚିପ୍ସ ବୋଝେଇ ହାଇୱା ସହ ଯାତ୍ରୀବାହୀ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଅଟୋ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋକୁ ଧକ୍କା ଦେଇ ହାଇୱାଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ […]

ମଣ୍ଡଳ ସ୍ତରୀୟ ସ୍ୱାସ୍ତ୍ୟ ମେଳା

ବାରଙ୍ଗ,୨୧/୪(ଏସ ଏସ ନିଉଜ) ଗୁରୁବାର ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିସରରେ ଆଜାଦିର ଅମୃତ ମହସ୍ତବ ଉପଲକ୍ଷେ ମଣ୍ଡଳ ସ୍ତରୀୟ ସ୍ୱାସ୍ତ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ଏହାକୁ ଜଟଣୀ ବିଧାୟକ ସୁରେଶକୁମାର ରାଉତରାୟ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।ଏହି ମେଳାରେ ରକ୍ତଦାନ ଶିବିର,ଭେଷଦ ଚିକିତ୍ସା,ଚକ୍ଷୁ ଚିକିତ୍ସା,ଶିଶୁରୋଗ,ସ୍ତ୍ରୀ ଓ ପ୍ରସୂତି,ଚର୍ମ,ଯୌନ,ଶଲ୍ୟ,ଆୟୁର୍ବେଦିକ,ହୋମିଓପାଥୀକ ଚିକିତ୍ସାର ବ୍ୟବସ୍ତା ହୋଇଥିଲା।ମେଳା ପରିସରରେ ହୋଇଥିବା ରକ୍ତଦାନ ଶିବିରକୁ ସାଂସଦ ଅପରାଜିତା ଷଡଙ୍ଗୀ ଉଡଘଟିତ କରିଥିଲେ ।ଏଥିରେ ୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ମେଳାରେ ମାଗଣା ଔଷଧ ବଣ୍ଟନ ଓ […]

ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଭୁବନେଶ୍ବର,୨୧/୪(ଏସଏସନିଉଜ) ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏବେ ରାଜ୍ୟରେ ଚାଲିଥିବା ବିଭିନ୍ନ ସ୍ଥାନରେ ସ୍କୁଲ ବସ୍ ଗୁଡ଼ିକର ଯାଞ୍ଚ କରାଯାଉଛି ।ଆଜି ଡମଣା ଛକ ନିକଟରେ ଏମ୍‌ଭିଆଇ ଚେକିଂ କରୁଥିବାବେଳେ ଏକ ସ୍କୁଲବସ ହାବୁ>ରେ ପଡିଛି ।ଏହି ବସର ଫିଟ୍‌ନେସ, ପଲ୍ୟୁସନ, ଟ୍ୟାକ୍ସ, ଇନସୁରାନ୍ସ ନଥିବାରୁ ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କଟାଯାଇଛି ।ଏହସହ ବସ୍‌କୁ ସିଜ୍ କରାଯାଇଥିବାର ଜଣାପଡିଛି ।

ବିସ୍ଫୋରଣ ନେଲା ଜଣଙ୍କ ଜୀବନ

ଭଦ୍ରକ ,୨୧/୪(ଏସଏସନିଉଜ)ଚାନ୍ଦବାଲି ବ୍ଲକ ଧାମରା ବଜାରରେ ସତ୍ୟମ ରଣା କାମିଳିଆଙ୍କ ଏକ ଗହଣା ଦୋକାନରେ ବିସ୍ଫୋରଣ ଘଟିଛି ।ଏଠାରେ ବିକ୍ରି କରିବା ଉଦ୍ଦେଶ୍ୟରେ ଭଙ୍ଗା ବ୍ୟାଟେରୀ, ଭଗ୍ନ କ୍ଷେପଣାସ୍ତୁ, କେମିକାଲ ତଥା ଭଙ୍ଗା ଲୁହା ରଡ୍ ଆଦି ଆଣି ତାକୁ ତରଳାଇ ବିଭିନ୍ନ ପଦାର୍ଥ ତିଆରି କରାଯାଇଥାଏ ।ଏହି ସମାଗ୍ରୀକୁ ତରଳାଉଥିବା ବେଳେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ହରିହଦ ରଣା ପ୍ରାଣ ହରାଇଥିବା ବେଳେ କଇଥିଖୋଲା ବାସିନ୍ଦା […]

ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର ୨୧/୪(ଏସଏସନିଉଜ) ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ।ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ,ଇଡ୍‌କୋ ଜେନେରାଲ ମ୍ୟାନେଜର ଥିବା ଡ. ଗଣେଶ୍ୱର ଜେନାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ.ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ଇଡେ୍‌କା ସିଜିଏମ୍ ,ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ଇଡକୋ (ଏମଏସଏମ ଆଣ୍ଡ ଏମଇ) ଜିଏମ୍‌.ଆନନ୍ଦପୁର […]

ପାଣି ପାଇଁ ରାସ୍ତାକୁ ଅସିଲେ ମହିଳା

ବରଗଡ଼ ,୨୧/୪(ଏସଏସନିଉଜ) ପାଣି ପାଇଁ ରାସ୍ତାକୁ ଆସିଛନ୍‌ତି ମହିଳା ।ପାଇପ ଯୋଗେ ପାଣି ଆସୁନାହିଁ ତେଣୁ ଲୋକେ ଡହକ ବିକଳ ହେଉଛନ୍ତି ।ଏବେଠାରୁ ପାଣି ସମସ୍ୟା ଲାଗିରହିଥିଲେ ଏହାର ସମାଧାନ ନକଲେ ଆଗକୁ ବିଶମ ପରିସ୍ଥିତି ଉପୁଜିବାକୁ ଯାଉଛି ।ପ୍ରଶାସନ ପକ୍ଷରୁ ଯୋଗାଯାଉଥିବା ପାଣି ଟାଙ୍କି ଆବଶ୍ୟକତାକୁ ପୁରଣ କରିପାରୁନାହିଁ ।ଯେଉଁଥିପାଇଁ ପଦ୍ମପୁର ଠାରୁ ଗାଇସିଲେଟ ରାସ୍ତା ବଡପଡା ଛକରେ ମହିଳାମାନେ ପାଣିଗରା ଧରି ରାସ୍ତାରେ ଛିଡା ହୋଇଛନ୍ତି ।

ଡିଜେ ସାଉଣ୍ଡ ସାଜିଲା କାଳ ,ବନ୍ଦ ହୋଇଗଲା ବାହାଘର

ମାଲକାନଗିରି,୨୧/୪(ଏସଏସନିଉଜ)ବନ୍ଦ ହୋଇଗଲା ବାହାଘର ।ଚାଲିଗଲା ବର ବାପାଙ୍କ ଜୀବନ । ପୁଅର ବାହାଘର ପାଇଁ ବାହାରିଥିବା ପ୍ରସେସନରେ ଯାଇଥିବା ଡି.ଜେ ର ଶବ୍ଦରେ ବରବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଘଟିଛି । ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲାଙ୍କ ପୁଅ ଅଙ୍କିତ ରହିଲା ଓ ମାଲକାନଗିରି ଲାଠିଆଗୁଡାର ଜଣେ ଯୁବତୀଙ୍କ ମଧ୍ୟରେ ଫେସ ବୁକରୁ ଆରମ୍ଭ ହୋଇଥିଲା ପ୍ରେମ ।ଏହାପରେ ଉଭୟ ପରିବାରଙ୍କ ସିକୃତି ମୁତାବକ ବାହାଘର ପାଇଁ ନିଷ୍ପତି […]

୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୧/୪(ଏସଏସନିଉଜ) କରୋନାର ସ୍ଥିତି ନେଇ ଦିଲ୍ଲୀ ସରକାର ଙ୍କ ଚିନ୍ତା ବଢିବାରେ ଲାଗିଛି ।ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛି । ଦିଲ୍ଲୀରେ ସଂକ୍ରମଣ ବଢ଼ିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢ଼େ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ନେବାକୁ ଅନୁରୋଧ. କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି ବର୍ତ୍ତମାନ ଓଡ଼ିଶା ସ୍ଥିତି ଉଦବେଗଜନକ ନାହିଁ, ତଥାପି ଆଗାମୀ ୩ରୁ ୪ ସପ୍ତାହ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି […]

ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ ,୨୧/୪(ଏସଏସନିଉଜ) ସରକାରଙ୍କ ତରଫରୁ ମିଳିଥିବା ମାଗଣାରେ ବହିକୁ ପିଲାଙ୍କୁ ନବାଂଟି କବାଡି ବାଲାକୁ ବିକ୍ରି କରିବା ପ୍ରଧାନଶିକ୍ଷକଙ୍କ ପାଇଁ ମହଙ୍ଗା ପଡିଛି ।ଯାହାଫଳରେ ପ୍ରଧାନଶିକ୍ଷକଙ୍କୁ ଚାଲିରିରୁ ନିଳମ୍ବିତ ହେବାକୁ ପଡିଛି ।ଏହିଭଳ ଘଟଣା ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଧୁସିତ କୋଇଡା ବ୍ଲକ ପାଟମୁଣ୍ଡା ପଞ୍ଚାୟତ ସର୍ଗିଗଡ଼ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ବିଦ୍ୟାଳୟରେ ଘଟିଛି । ଗତକାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂ ୧୯-୨୦ , ୨୦-୨୧ , ୨୧-୨୨ ବର୍ଷର ବହି […]

ପଶୁ ଇଂଜେକ୍ସନ୍ ଦେବା ଘଟଣାରେ ନିଲମ୍ବିତ ହେଲେ ଏଏସଆଇ

ବାରିପଦା,୨୧/୪(ସଏସନିଉଜ)ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣାରେ ମହୁଲଡ଼ିହା ଥାନା ଏଏସଆଇ ପବିତ୍ର ମୋହନ ରାଉତ ନିଲମ୍ବନ ହୋଇଛନ୍ତି । କାର‌୍ୟ୍ୟରେ ଅବହେଳା ଅଭିଯୋଗରେ ମୟୂରଭଞ୍ଜ ଏସପି ଏଏସଆଇଙ୍କୁ ନିଲମ୍ବନ କରିଛନ୍ତି । ଏପ୍ରିଲ ୧୬ ତାରିଖରେ ନକଲି ଡାକ୍ତର ବିଶ୍ବନାଥ ବେହେରା ମହୁଲଡିହା ଗାଁ’ର ଶ୍ରୀକାନ୍ତଙ୍କ ଅଣ୍ଟା ବ୍ୟଥା ଓ ଗୌଡ଼ିଆବାହାଳି ଗ୍ରାମର ଦୈତାରୀଙ୍କୁ ଅଣ୍ଟାବ୍ୟଥା ଓ ଜ୍ବର ପାଇଁ ମେଲୋକ୍ସିକାମ ଇଞ୍ଜେକସନ ସହ ୧୦ଟି ଟାବ୍ଲେଟ୍ ଦେଇଥିଲା। ଇଞ୍ଜେକସନ୍ ଖୋଳରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା […]