ବିସ୍ଫୋରଣ ନେଲା ଜଣଙ୍କ ଜୀବନ

ଭଦ୍ରକ ,୨୧/୪(ଏସଏସନିଉଜ)ଚାନ୍ଦବାଲି ବ୍ଲକ ଧାମରା ବଜାରରେ ସତ୍ୟମ ରଣା କାମିଳିଆଙ୍କ ଏକ ଗହଣା ଦୋକାନରେ ବିସ୍ଫୋରଣ ଘଟିଛି ।ଏଠାରେ ବିକ୍ରି କରିବା ଉଦ୍ଦେଶ୍ୟରେ ଭଙ୍ଗା ବ୍ୟାଟେରୀ, ଭଗ୍ନ କ୍ଷେପଣାସ୍ତୁ, କେମିକାଲ ତଥା ଭଙ୍ଗା ଲୁହା ରଡ୍ ଆଦି ଆଣି ତାକୁ ତରଳାଇ ବିଭିନ୍ନ ପଦାର୍ଥ ତିଆରି କରାଯାଇଥାଏ ।ଏହି ସମାଗ୍ରୀକୁ ତରଳାଉଥିବା ବେଳେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ହରିହଦ ରଣା ପ୍ରାଣ ହରାଇଥିବା ବେଳେ କଇଥିଖୋଲା ବାସିନ୍ଦା ସେକ୍ କୌମତ ଗୁରୁତର ହୋଇଥିଲେ ।ଖବରପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment