ପଶୁ ଇଂଜେକ୍ସନ୍ ଦେବା ଘଟଣାରେ ନିଲମ୍ବିତ ହେଲେ ଏଏସଆଇ

ବାରିପଦା,୨୧/୪(ସଏସନିଉଜ)ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣାରେ ମହୁଲଡ଼ିହା ଥାନା ଏଏସଆଇ ପବିତ୍ର ମୋହନ ରାଉତ ନିଲମ୍ବନ ହୋଇଛନ୍ତି । କାର‌୍ୟ୍ୟରେ ଅବହେଳା ଅଭିଯୋଗରେ ମୟୂରଭଞ୍ଜ ଏସପି ଏଏସଆଇଙ୍କୁ ନିଲମ୍ବନ କରିଛନ୍ତି । ଏପ୍ରିଲ ୧୬ ତାରିଖରେ ନକଲି ଡାକ୍ତର ବିଶ୍ବନାଥ ବେହେରା ମହୁଲଡିହା ଗାଁ’ର ଶ୍ରୀକାନ୍ତଙ୍କ ଅଣ୍ଟା ବ୍ୟଥା ଓ ଗୌଡ଼ିଆବାହାଳି ଗ୍ରାମର ଦୈତାରୀଙ୍କୁ ଅଣ୍ଟାବ୍ୟଥା ଓ ଜ୍ବର ପାଇଁ ମେଲୋକ୍ସିକାମ ଇଞ୍ଜେକସନ ସହ ୧୦ଟି ଟାବ୍ଲେଟ୍ ଦେଇଥିଲା। ଇଞ୍ଜେକସନ୍ ଖୋଳରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଲେଖା ଦେଖି ଶ୍ରୀକାନ୍ତଙ୍କ ପୁଅ ପ୍ରତିବାଦ କରିବା ସହ ଏହି ଘଟଣା ଥାନା ପର୍ଯ୍ୟନ୍ତ ଆସିଥିଲା ।ପରେ କାହାର କିଛି କ୍ଷତି ଘଟିଲେ ନିଜେ ଦାୟୀ ରହିବେ ବୋଲି ବିଶ୍ବନାଥ ଥାନାରେ ଲେଖି ପଳାଇଆସିଥିଲେ ।ତେବେ ଏହାକୁ ନେଇ ଗ୍ରାମରେ ଉତେଜନା ଦେଖାଦେବା ସହ ବିଶ୍ବନାଥ ଙ୍କୁ ଲୋକେ ପୋଲିସର ଜିମା ଦେଇଥିବାବେଳେ ପୁଲିସ ଛାଡ଼ିଦେଇଥିବା ଅଭିଯୋଗ ଆସିଥିଲା ।

 

Comments (0)
Add Comment