Browsing yearly archive

2022

ମେଣ୍ଢାଶାଳରେ ମାଗଣା ଚକ୍ଷୁଚିକିସ୍‌। ଶିବିର

ବାରଙ୍ଗ,୪/୪(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମପଂଚାୟତର ସରପଂଚ କୈାଶଲ୍ୟାବଳିଆରସିଂହଙ୍କ ନେତୃତ୍ୱରେ ସୋମବାରଦିନ ରାଜୀବଗାନ୍ଧୀସେବାକେନ୍ଦ୍ରରେ ମାଗଣା ଚକ୍ଷୁଚିକିସ୍‌ାଶିବିର ଆନୁଷ୍ଠିତ ହୋଇଯାଇଛି ।ଡ.ପୁଜାଦାସ,ଡ. ନେହା,ଡ. ମନିଶା, ଡ.ଶଶିକାନ୍ତଦାସ,ଡ.ସଲିଲକୁମାରମହାନ୍ତି ପ୍ରମୁଖ ଯୋଗଦେ ଚକ୍ଷୁ ପରୀକ୍ଷା କରିଥିଲେ ।ଏହି ସିବିରରେ ୧୧୫ଜଣ ଚକ୍ଷୁରୋଗୀ ପରୀକ୍ଷାକରାଇଥିଲେ ।ନ୍ୟାୟବସରପଂଚ ଗୁଣ୍ଠବେହେରାଙ୍କ ସମେତ ସମସ୍ତ ୱାର୍ଡମେମ୍ବର ଏହାକୁ ପରିଚାଳନା କରିଥରଲେ ।ଏହି ଶିବିରରେ ମେଣ୍ଢାଶାଳ ,ଗିରିଙ୍ଗାପୁଟ, ହରିପୁର, କୁକୁଡାମୁଣ୍ଡି, ହରିଡାମଡା,ବାରାପିଟା ଗ୍ରାମରୁ ଚକ୍ଷୁରୋଗୀମାନେ ଯୋଗଦେଇଥିଲେ ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ଆଜିର ରାଶିଫଳ

ଶିବଙ୍କର ବାଡ଼ି ନୃସିଂହ ବିଜେ, ରାହୁ ଓ କେତୁ ଚଳନ ᯽⊱▬▬▬❊⊰❀ ମଙ୍ଗଳବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୫ ତାରିଖ, ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୫/୪୧/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୦୪,ମକର ରାଶି ର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ଚର୍ତୁଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା,ବେଲ ଭକ୍ଷଣ ନିଷେଧ। 🐏ମେଷ👉ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ […]

ପ୍ରଧାନଶିକ୍ଷୟତ୍ରୀଙ୍କୁ ସମ୍ଭର୍ଦ୍ଧନା ଦେଲେ ପୁରାତନଛାତ୍ର

ମେଣ୍ଢାଶାଳ,୪/୪(ଏସଏସନିଉଜ)ଭୂବନେଶ୍ୱରବ୍ଲକ ଅଧିନସ୍ଥ ସରକାରୀ ବିଦ୍ୟାଳୟ ଅନ୍ଧାରୁଆଜଗନ୍ନାଥପ୍ରସାଦର ବରିଷ୍ଠ ପ୍ରଧା ଶିକ୍ଷୟତ୍ରୀ ସଂଯୁକ୍ତାମିଶ୍ରଙ୍କର ଅବସରକାଳିନ ସମ୍ଭର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଯାଇଛି ।୧୯୯୧ରୁ ମିଶ୍ର ଦୀର୍ଘ୩୧ବର୍ଷଧରି ଶିକ୍ଷକତା କରିବା ସହ ସମୟାନୁବତ୍ରିତା,କର୍ତବ୍ୟନିଷ୍ଠା,ଛାତ୍ରବସ୍‌ସଳ ତଥା ଅଭିଜ୍ଞ ଶିକ୍ଷୟତ୍ରୀଭାବେ ବେଶ ପରିଚିତ ଥିଲେ ।ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଅତି ଉଚଚ କୋଟିର ରହିଥିଲା ।ଏହି ସଭା ରେ ବ୍ଲକ ଏବିଇଓ ରବିନ୍ଦ୍ରସାହୁ,ଅନ୍ଧାରୁଆ ସରପଂଚ ସୁର୍ଣଲତାବଳିଆରସିଂ,ପୁର୍ବତନସରପଂଚ ଦିଲିପତରାଇ,ପୁର୍ବତନସିଆରସିସି ଉମାକାନ୍ତ ବଡଜେନା.ଆଲୁମିନା ସଦସ୍ୟ କବିରାଜସାହୁ,ଏସମସିଚେୟାରମ୍ୟାନ ରବିନ୍ଦ୍ରସାହୁ,ସମାଜସେବୀଜ୍ଞାନରଞନପ୍ରଧାନ ଙ୍କ ସମେତ ଅନ୍ଧାରୁଆ କ୍ଲଷ୍‌ଟରର ସମସ୍ର […]

ପୁରୀରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ, ୪/୪(ଏସଏସନିଉଜ)ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ଦ୍ୱାରା ୧୧୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେଥରମଧ୍ୟରୁ ଜଣେ ନବଙ୍କଳ ବୋଲି ଜଣାପଡିଛି ।ଗତକଲି ସନ୍ଧ୍ୟା ରେ ଉଭୟଙ୍କୁ ଗିରଫ କରାଯିବା ସହ ୧୧୦ ଗ୍ରାମ ବ୍ରାଉନସୁଗାର ୬ଟି ମୋବାଇଲ୍, ନଗଦ ୧୧ ହଜାର ଟଙ୍କା ଓ ଦୁଇଟି ଟୁ ହୁଇଲର ଜବତ ହୋଇଛି।

କାର ଉପରେ ଚଢିଲା ଟ୍ରକ- ୧ ମୃତ

ଭୁବନେଶ୍ୱର,୪/୪(ଏସଏସନିଉଜ) ଆଜି ପଳାଶୁଣୀ ରାସ୍ତାରେ ସିରିଜ୍‍ ଦୁର୍ଘଟଣା ଘଟିଛି ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କାର ଡ୍ରାଇଭର ଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିବାର ଜଣାପଡିଛି ।ପଳାଶୁଣି ଛକ ନିକଟରେ ବସ୍‍ ରହୁଥିବା ସ୍ଥାନରେ କାର ଉପରେ ହାଇୱା ଚଢିଯିବାରୁ ଡ୍ରାଇଭର ଜଣକ ଚାପି ହୋଇ ରହିଯାଇଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଟ୍ରକଟି କାର ସହ ଆହୁରି ୩ଟି ଗାଡିକୁ ମଧ୍ୟ ଧକ୍କା ଦେଇଥିବାରୁ ଏହି ଘଟଣାରେ ୩ ଜଣ ଗୁରୁତର […]

ଶୁଣିଲେନି ରେଞର,ଧାରଣାରେ ବସିଲେ ଅସ୍ଥାୟୀ କର୍ମଚାରୀ

ବାରଙ୍ଗ୩/୪(ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସଥିବା ପର୍ଯ୍ୟଟକମାନଙ୍କୁ ଠିକାରେ ନେଇ ବ୍ୟବସାୟ କରୁଥିବା କର୍ମଚାରୀମାନେ ହଇରାଣ କରିବା ନିତିଦିନିଆ ଘଟଣାରେ ପରିଣତ ହେଇଗଲାଣି ।ଏମିତି ଏକ ଘଟଣା ଶନିବାରଦିନ ଘଟିଥିବାବେଳେ ଏହାକୁ ନିଜ ମୋଇବାଲରେ କଏଦ କରିବାର ପ୍ରୟାସ କରି ଜନ୍ତୁବିଭାଗର ଜଣେ ଅସ୍ଥାୟୀ କର୍ମଚାରୀ ବେଟାରୀଚାଳିତ ଗାଡିକୁ ଠିକାରେ ନେଇଥିବା କର୍ମଚାରୀମାନଙ୍କର ରୋଶର ଶିକାର ହେବାକୁ ପଡିଛି ।ଅଶ୍ଳିଳଭାଷାରେ ଗାଳିଗିଲଜ ସହ ନିର୍ଦ୍ଧୁମ ମାଡଖାଇ ବିଭାଗୀୟ ରେଞରଙ୍କୁ ଗୁହାରୀ କରଛନ୍ତି ।ହେଲେ ରେଞର କିଛି ନଶୁଣିବାରୁ ଏହାର […]

ଭାରସମ୍ୟ ହରାଇ ରାସ୍ତାରେ ଓଲଟିଲା ଗାଡି

ବାରଙ୍ଗ,୩/୪(ଏସଏସନିଉଜ) ଭାରସମ୍ୟ ହରାଇ ରବିବାରଦିନ ବରିମୁଣ୍ଡ କୁଆଖାଇ ନଦୀବନ୍ଧ ରାସ୍ତାରେ ରବିବାରଦିନ ଏକ ପାଇଖାନା ଟାଙ୍କି ସଫା ଗାଡି ଓଲଟିପଡିଥିଲା ।ଏହି ଗାଡିଟି ବରିମୁଣ୍ଡ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଟାଙ୍କି ସଫା କରିସାରି ଫେରିଲା ବେଳକୁ ବନମାଳୀପୁର ନିକଟ କୁଆଖାଇ ବନ୍ଧରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦ୍ରୁତଗତିରେ ଆସୁଥିବାରୁ ଏକ ବାଙ୍କ ରାସ୍ତାରେ ଗାଡିଟି ଯିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ଓ ହେଲ୍ପର ଗାଡି ଭିତରେ ରହି ଯାଇଥିଲେ । ସ୍ଥାନୀୟ […]

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ଏପ୍ରିଲ ମାସ ୪ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ,ମିଥୁନ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ତୃତୀୟାର ଶ୍ରାଦ୍ଧ,ପୋଟଳ ମୂଳାଭକ୍ଷଣ ନିଷେଧ। 🐏ମେଷ👉ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। 🐮ବୃଷ👉କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, […]

ନବନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

ବାରଙ୍ଗ,୩/୪(ଏସଏସନିଉଜ) ବିଜୁଜନତାଦଳ ପକ୍ଷରୁ ରବିବାରରାତିରେ ଗଣ୍ଡରପୁର ମିନି ଷ୍ଟାଡିୟମଠାରେ ପାଂଚପଂଚାୟତର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଉପଢୈକନ,ପୁଷ୍ପଗୁଛ ଓ ଜଗନ୍ନାଥଙ୍କ ଫଟୋଚିତ୍ରକୁ ପ୍ରଦାନ କରିଛନ୍ତି ।ଏଥିରେ ଭୁବନେଶ୍ୱରବ୍ଲକ ଅଧକ୍ଷା ନିରୁପମାସାହୁ,ଜିଲ୍ଲାପରିଷଦସଭ୍ୟା ବବିତାରାଉତ ,କଲ୍ୟାଣପୁରସରପଂଚ ଦେବରାଜଭାେଇ,ସମିତିସଭ୍ୟ ଭୁବନମୋହନଦାସଙ୍କ ସମେତ ରଘୁନାଥପୁର,ଇଞଣା,ବରିମୁଣ୍ଡ ଓ ଦାଢା ପଂଚାୟତର ନବନିର୍ବାଚିତ ସରପଂଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।ଏହି ସମ୍ବର୍ଦ୍ଧନା ସଭାରେ ପାଂଚପଂଚାୟତର ବହୁ ପୁରୁଖା ତଥା ବିଜୁଜନତାଦଳର କର୍ମୀମାନେ ଉପସ୍ଥିତ ଥିଲେ ।

ଆଜିର ରାଶିଫଳ

ରବିବାର,୨୦୨୨ ମସିହା , ଏପ୍ରିଲ ମାସ ୩ ତାରିଖ, ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ଦୁତିୟା , ସୁର୍ୟୋଦୟ -ପ୍ରାତଃ ଘ୫/୪୨/ ୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୭/ ୨୨,ମେଷ ରାଶିର ଘାତବାର,ମେଷ ରାଶିର ଘାତ ଚନ୍ଦ୍ର,ଦୁତିୟାର ଏକଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ, ବୋଇତି କଖାରୁ,ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ବ୍ୟବସାୟରେ ସବୁକିଛି ଭଲ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। 🐮ବୃଷ👉ପୂଜାପାଠରେ ସମୟ ବିତିବ। […]