Browsing yearly archive

2022

ଟ୍ରକ୍‌କୁ ପିଟିଲା କାର୍‌, ୪ମୃତ

ଖୋର୍ଦ୍ଧା,୧/୧୨(ଏସଏସନିଉଜ) ଜଙ୍କିଆଥାନାଅନ୍ତର୍ଗତ ବଡ଼ପୋଖରିଆ ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ କାର୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଏନଏଚ-୧୬ରେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ଆନ୍ଧ୍ରପ୍ରଦେଶ ଆଡ଼ୁ ଆସୁଥିବା ବେଳେ ବଡ଼ପୋଖରିଆ ନିକଟ ଏନଏଚ-୧୬ରେ ଉପରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର୍‌ରେ ଥିବା ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

ଆଜି ପ୍ରଥମପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୧/୧୨(ଏସଏସନିଉଜ) ଗୁଜୁରାଟ ବିଧାନସଭାର ଆଜି ପ୍ରଥମପର୍ଯ୍ୟାୟ ମତଦାନ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ […]

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୦୧ ତାରିଖ (ଗୁରୁବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ,ନକ୍ଷତ୍ର-ଶତଭିଷା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୮/୦୭ ,ସୂର୍ଯ୍ୟାସ୍ତ ,ସନ୍ଧ୍ୟା ଘ୦୫/୦୧/୫୭ ,ତୁଳା ଓ କୁମ୍ଭ ରାଶିର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ନବମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ , ଲାଉ ଭକ୍ଷଣ ନିଷେଧ । ମେଷ-ଆଜି ରାଶିରେ ଚନ୍ଦ୍ର ସହ ରାହୁଙ୍କ ଅବସ୍ଥାନ କାରଣରୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ମାନସିକସ୍ଥିତି ଭଲ ନଥିବା କାରଣରୁ ଅର୍ଥସମ୍ପର୍କକୁ କେନ୍ଦ୍ରକରି ବିବାଦର ସମ୍ମୁଖୀନ […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୩୦ ତାରିଖ (ବୁଧବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ,ନକ୍ଷତ୍ର-ଧନିଷ୍ଠା.ସୁର୍ୟୋଦୟ ପ୍ରାତଃ ଘ୦୬/୦୭/୨୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୪୩ ,କର୍କଟ ରାଶି ର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ତାଳ ,ନାରିକେଳଭକ୍ଷଣ ନିଷେଧ । ମେଷ-ସପ୍ତମକେନ୍ଦ୍ରସ୍ଥ ଗ୍ରହପ୍ରଭାବରୁ ଆକସ୍ମିକଭାବରେ ଯାତ୍ରା କରିବାକୁ ବାଧ୍ୟହେବେ। ଦୀର୍ଘଦିନରୁଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ସହକର୍ମୀଙ୍କସହିତ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଆପୋସ ମିଳାମିଶାରୁ ପାରିବାରିକସମସ୍ୟାର ସମାଧାନ […]

ଆଜିର ରାଶିଫଳ

ଓଢଣ ଓ ପ୍ରାବଣଷଷ୍ଠୀ ,୨୦୨୨ ମସିହା ନଭେମ୍ବର ମାସ ୨୯ ତାରିଖ (ମଙ୍ଗଳବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଷଷ୍ଠୀ.ନକ୍ଷତ୍ର-ଶ୍ରବଣା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୭/୦୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୩୩ ,ମକର ରାଶିର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀ ର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନିମ୍ବ ,ତାଳ ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ରରେ କୌଣସି ବିଜାତୀୟ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ବିବାଦୀୟ ପରିସ୍ଥିତିରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। କଳା, […]

ବାଣ ବିସ୍ଫୋରଣରେ ଗଲା ଆଉଜଣଙ୍କ ଜୀବନ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)କାର୍ତ୍ତିକେଶ୍ବର ବାଣ ବିସ୍ଫୋରଣରେ ଗଲା ଆଉଜଣଙ୍କ ଜୀବନ ।ଏହିଘଟଣାରେ ମୃତ୍ୟୁ ସଂଖ୍ୟା ୨ ଛୁଇଁଛି ।ଏସସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆଙ୍କ ଜୀବନ ଯାଇଥିଲା। ବେଆଇନ ଭାବେ ବାଣ ଫୁଟାଇବା ନେଇ ଉଦୟ ଭୋଇ ନାଁରେ ମାମଲା ରୁଜୁ ହୋଇଥିଲା ।ଏହିଘଟଣାରେ ୩୪ଜଣ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାକି ୩୨ ଜଣଙ୍କ ଚିକିତ୍ସା ଚାଲିଛି। […]

ଆତଙ୍କ ସୃଷ୍ଟିକାରୀ ସିଆଳକୁ ମାରିଦେଲେ

ପଟ୍ଟାମୁଣ୍ଡାଇ,୨୮/୧୧(ଏସଏସନିଉଜ)ରାଜନଗର ଧାନଦିଆଗାଁରେ ସିଆଳ କାମୁଡ଼ାରେ ୬ଜଣ ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ , ୨ଜଣ ଆହତଙ୍କଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡ଼ାକୁ ସ୍ଥାନାନ୍ତର କରାଯାଇଛି । ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ଆତଙ୍କ ସୃଷ୍ଟିକରିଥିବା ସିଆଳକୁ ପିଟିପିଟି ମାରିଦେଇଥିବାର ଜଣାପଡିଛି ।  

ବିପଦରେସଙ୍କୁଳ ଅବସ୍ଥାରେ ରେଳବାଇ ସୁରକ୍ଷାବାଡ

ବାରଙ୍ଗ,୨୮/୧୧(ଏସଏସନିଉଜ)ବାରଙ୍ଗଥାନା ନିକଟସ୍ଥ ରେଳବାଇ ଓଭରବ୍ରିଜର ସୁରକ୍ଷାବାଡ଼ଟି ଅଜଣାଗାଡି ଧକ୍କାରେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହି ରାସ୍ତାଉପରକୁ ଢଳି ରହିଥିବାରୁ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟିକରିବାକୁ ଯାଉଛି ।ରବିବାରବିଳମ୍ବିତ ରାତିରେ କୌଣସି ଏକ ଅଜଣାଗାଡି ଏହି ସୁରକ୍ଷାବାଡଟିକୁ ଧକ୍କାଦେଇଥିବାରୁ ଏହାର ଅଧାଅଂଶ ଭାଙ୍ଗି କଟକ-ଭବନେଶ୍ବର ମୁଖ୍ୟରାସ୍ତ। ଉପରକୁ ଅତି ବିପଦସଂଙ୍କୁଳ ଅବସ୍ଥାରେ ଝୁଲିରଛି ।ଏହାକେତେବେଳେ ଯେ,ତଳେ ପଡିବ ତାହା କହିବା କଷ୍ଟସାଧ୍ୟ ହୋଇଥିବାବେଳେ ଏହା ସାଧାରଣଲୋକଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି ।ବାରଙ୍ଗ ରାସ୍ତାଏବେ ଜନବହୁଳରାସ୍ତାଭାବେ ପରିଚିତ […]

ବାରଙ୍ଗରେ ହମ୍ପସ ସାଜୁଛି କାଳ

ବାରଙ୍ଗ,୨୮/୧୧(ଏସଏସନିଉଜରାସ୍ତାରେ ହମ୍ପସଥିବା ସ୍ଥାନରେ ସୁଚନାଫଳକ କିମ୍ବା ଧଳା ଚିହ୍ନ ଦିଆଯାଇନଥିବାରୁ ସୋମବାର ସକାଳେ ଦୁଇଟି କାର ମଧ୍ୟରେ ଧକ୍କାହୋଇଛି ।ଏଥିରେ ଗୋଟିଏ କାରରେ ଥିବା ବରସମେତ ୫ଜଣ ଓ ଅନ୍ୟଏକ କାରରେ ଥିବା ୩ଜଣ ସାମାନ୍ୟ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ କଟକ ଅଭିମୁଖେ ଓଡ଼ି୦୫ପି୧୮୮୧ନଂକାରରେ ବିବାହପାଇଁ ବର ଯାଉଥିବାବେଳେ କୃଷ୍ଣଶରଣପୁର ଗ୍ରାମ ବାଉଁଝୋରି ମନ୍ଦିର ନିକଟରେ ରାସ୍ତାରେ ହମ୍ପସ ଥିବା ଜାଣିନପାରି ଚାଳକ ହଠାତ ବ୍ରେକ ମାରିଥିଲେ।ଠିକ୍ ସେହି ସମୟରେ ପଛରୁ ଆସୁଥିବା ଓଡ଼ି୦୨ବିଡବଲ୍ୟୁ୦୧୦୯ନଂକାରଟି ବର […]

ଲ୍ୟାଣ୍ଡମାଇନ ବିସ୍ଫୋରଣ ବର୍ତ୍ତିଗଲେ

ବୌଦ୍ଧ,୨୮/୧୧(ଏସଏସନିଉଜ) ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।ଏଥିରେ ବର୍ତ୍ତିଯାଇଛନ୍ତି ୫୦ଜଣ ।ଗଞ୍ଜେଇଚାଷ ନଷ୍ଟ ପାଇଁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି ।ଗଞ୍ଜେଇ ମାଫିଆ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ।ଯାହାଫଳରେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ । ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ସହ ତାର ଜବତ ବନବିଭାଗ କରିଥିବାବେଳେ ବନବିଭାଗଗାଡି ଉଡ଼ାଇବାକୁ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସୂଚନା ମିଳିଛି ।