Browsing yearly archive

2022

ଏମ୍ସର ୨୫୦ ଡାକ୍ତର-କର୍ମଚାରୀ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର,୧୬/୧(ଏସ୍‌ଏସ୍‌ନିଉଜ)ଏମ୍ସ ହସ୍ପିଟାଲରେ ୨୫୦ ଜଣ ଡାକ୍ତର ଏବଂ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଜଣାପଡିବାପରେ ଓପିଡି ସେବା କୁ ସୋମବାରଠାରୁ ବନ୍ଦ କରିବାକୁ କର୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏମ୍ସରେ ଜରୁରୀକାଳୀନ ସେବା ଡେ କେୟାର୍, ରେଡିଓଥେରାପୀ, ଡାଇଲିସିସ୍, ଟ୍ରମା ଓ ଏମର୍ଜେନ୍ସି, ଲାଇଫ୍ ସେଭିଂ ସର୍ଜରୀ, ଟେଲି ମେଡିସିନ୍ ସେବା, ଆଇପିଡି ସେବା, ଟିକାକରଣ ଇତ୍ୟାଦି ସେବା ଜାରି ରହିବ ବୋଲି ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ଆଜିର ଅନୁଚିନ୍ତା

-ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ । -ଏଇ ପୃଥିବୀରେ ଦୁଇ ଜଣ ଜ୍ଯୋତିଷ ଅଛନ୍ତି,ଜଣେ ଯିଏ ମନର କଥା ବୁଝିପାରେ, ସିଏ ହେଉଛି ” ମା ” ଆଉ ଜଣେ ଯିଏ […]

ଆଜିର ରାଶିଫଳ

ପୌଷ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୫୮,କନ୍ୟା ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିରି ରାତ୍ରି ଘ ୦୩/୧୨ ଗତେ ଆମିଷ ଭକ୍ଷଣ ନିଷେଧ,ମେଷ: ଶ୍ରମଲାଘବ ,ବୃଷ: ବିଳମ୍ବଯୋଗ ,ମିଥୁନ: ଶ୍ରୀ ଚନ୍ଦ୍ର , କର୍କଟ:ଧନକ୍ଷୟ ,ସିଂହ: ଧନପ୍ରାପ୍ତି , କନ୍ୟା: କର୍ମଚଞ୍ଚଳ , ତୁଳା: ଦାନ ଧର୍ମ , ବିଛା: ଅଶୁଭ ଚିନ୍ତା ,ଧନୁ: […]

ବିଲ୍‌ଡର ସଂସ୍ଥା ମାଲିକାଣୀ ଗିରଫ

ବାରଙ୍ଗ,୧୪/୧(ଏସ ଏସ ନିଉଜ) ଜମିରେ ମାଟି ପକାଇ ରାସ୍ତା ନିର୍ମାଣ କରିବା ଘଟଣାକୁ ନେଇ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାରେ ବାରଙ୍ଗ ଥାନା ପୋଲିସ ଜଣେ ମହିଳା ଜମି ବ୍ୟବସାୟୀ (ବିଲଡର)ଙ୍କୁ କଟକ ବାଦାମବାଡ଼ି ସ୍ଥିତ ବ୍ଲୁ ଷ୍ଟାର କାର୍ଯ୍ୟାଳୟରୁ ଗିରଫ କରି କୋର୍ଟ ଚାଲାଣ କରିଛି।ମହିଳା ଜମି ବ୍ୟବସାୟୀ ଜଣକ ହେଉଛନ୍ତି ପିଙ୍କି ପ୍ରଧାନ। ପ୍ରକାସ ଯେ, ଗତ ଡ଼ିସେମ୍ବର ୨୭ ତାରିଖ ସୋମବାର ଦିନ ମଧୁବନ ଗାଁ ମୁଣ୍ଡରେ ଥିବା ବ୍ଲୁ ଷ୍ଟାର ବିଲଡର […]

ବାପଘରୁ ଫେରିଲେ ମହାଲକ୍ଷ୍ମୀ

ସାକ୍ଷୀଗୋପାଳ,୧୩/୧(ଏସଏସନିୟୁଜ) ପୁଷ ମାସରେ ବାପ ଘରକୁ ଯାଇଥିଲେ । ଗୁରୁବାର ରାତିରେ ମହାଲକ୍ଷ୍ମୀ ମକରଭାର ଧରି ସାକ୍ଷୀଗୋପିନାଥଙ୍କ ମନ୍ଦିରକୁ ଫେରିଥିଲେ । ପରମ୍ପରା କ୍ରମେ ମାସାନ୍ତ ଅବସରରେ ପ୍ରତିବର୍ଷ ପରି ଦାଶବିଦ୍ୟାଧରପୁର ଅନ୍ତର୍ଗତ ବସନ୍ତପୁର ଗ୍ରାମର ହରି ସାହୁଙ୍କ ଘରୁ ମହାଲକ୍ଷ୍ମୀଙ୍କ ଉଦେଶ୍ୟରେ ମକର ଭାର ନେଇ ଭାରୁଆ ଆସିଥିଲେ ।ଆସିଥିବା ଭାରୁଆଙ୍କୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦୋଳବେଦୀ ନିକଟରୁ ଘଣ୍ଟ, କାହାଳୀ, ବାଜା ବଜାଇ, ଛତି, ତ୍ରାସ, ଓ ଛାମୁ ମଶାଲ ଜଳାଇ ସେବାୟତ ମାନେ […]

ସାକ୍ଷୀଗୋପାଳ ମନ୍ଦିରରେ ୧୪୪

ସାକ୍ଷୀଗୋପାଳ, ୧୩/୧(ଏସଏସନିୟୁଜ)କୋଭିଡ ସଂକ୍ରାମିତଙ୍କ ସଂଖ୍ୟା ଯେଉଁଭଳିଭାବେ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ତହସିଲ ପକ୍ଷରୁ ମକରସଂକ୍ରାନ୍ତି ପର୍ବ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଜାରି କରାଯାଇଛି । ପରମ୍ପରାଅନୁଯାୟୀ ମକରସଂକ୍ରାନ୍ତି ଦିନ ଠାକୁରଙ୍କ ପାଖରେ ଚାଉଳ ଭୋଗ ହୋଇଥାଏ ।ଏଣୁ ଏହିଦିନ ମନ୍ଦିରରେ ଭକ୍ତଙ୍କର ଗହଳି ଲାଗିଥାଏ । ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବାସହ କୌଣସି ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ଛଡାଯିବ ନାହିଁ ବୋଲି କୁହାଯାଇଛି ।

ବନ୍ଧୁକ ମୁନରେ ଲୁଟିଲେ

ବଲାଙ୍ଗୀର,୧୪/୧(ଏସଏସନିୟୁଜ)ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତି ରେ ଡକାୟତି ହୋଇଯାଇଛି । ମୁଖାପିନ୍ଧା ୬ ଜଣ ଦୁର୍ବୁତ ବନ୍ଧୁକ,ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଅଜିତ ସାହୁଙ୍କ  ଆକ୍ରମଣ କରି ଘରୁ ନଗଦ ୬ ଲକ୍ଷ ଟଙ୍କା ଓ ୧୦ଭରି ସୁନା ଅଳଙ୍କାର ନେଇ ଥିବା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗପରେ ପେଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

୩୦ରୁ ଅଧିକ ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

➡୧-ଆଜି ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ରୀତି ନୀତି ପାଳିତ ହେବ। ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ ➡୨-ଜାନୁଆରି ୧୯ରୁ ଆରମ୍ଭ ହେବ ‘ନିଟ୍-ୟୁଜି’ କାଉନ୍ସେଲିଙ୍ଗ୍ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ କଲେ ଘୋଷଣା । ➡୩-ମକର ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ବେଳାଭୂମି, ଖୋର୍ଦ୍ଧା ପ୍ରସିଦ୍ଧ ଅଟ୍ରି, ମା କାଳିଜାଇ, […]

ଆଜିର ଅନୁଚିନ୍ତା

🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ କୁ କେବେହେଲେ ବଦଳାଇ ପାରେ ନାହିଁ । 🦋ଜୀବନରେ ନିଜ ଅତୀତକୁ ସମୀକ୍ଷା କରି ,ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ” ବର୍ତ୍ତମାନ “ଏହା ନିଶ୍ଚୟ ମନେ ରଖନ୍ତୁ । 🦋ନୀରବତା ଏମିତି ଏକ ଚାବିପେନ୍ଥା ଯାହା ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖେ । 🦋କାହାର ଦୁଃଖ ସମୟରେ ଥଟ୍ଟା ପରିହାସ […]

ଆଜିର ରାଶିଫଳ

 ମାଁ ପରମେଶ୍ବରୀ ନମଃ ,ମକର ସଂକ୍ରାନ୍ତି ,ମାସ- ପୌଷ ,ପକ୍ଷ- ଶୁକ୍ଳ 🎍ତିଥି- ଦ୍ବାଦଶୀ ରାତ୍ରି ଘ୧୦-୨୫ମି ଗତେ ୧୩ଶୀ🎍ସୁର‌୍ୟୋଦୟ-ପ୍ରାତଃ ଘ୦୬-୨୫-୩୦ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫-୨୮-୪୪,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବିଛା ରାଶିର ଘାତ ଚନ୍ଦ୍ର,ଦ୍ବାଦଶୀ ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ,ନିଷିଦ୍ଧ ଖାଦ୍ୟ- ପୋଇଶାଗ ରାତ୍ରି ଘ,୧୦-୨୯ମି ଗତେ ବାଇଗଣ ଭକ୍ଷଣ ନିଷେଧ,,ମେଷ: ଉଚ୍ଚଆଶା ,ବୃଷ: […]