ବାପଘରୁ ଫେରିଲେ ମହାଲକ୍ଷ୍ମୀ

ସାକ୍ଷୀଗୋପାଳ,୧୩/୧(ଏସଏସନିୟୁଜ) ପୁଷ ମାସରେ ବାପ ଘରକୁ ଯାଇଥିଲେ । ଗୁରୁବାର ରାତିରେ ମହାଲକ୍ଷ୍ମୀ ମକରଭାର ଧରି ସାକ୍ଷୀଗୋପିନାଥଙ୍କ ମନ୍ଦିରକୁ ଫେରିଥିଲେ । ପରମ୍ପରା କ୍ରମେ ମାସାନ୍ତ ଅବସରରେ ପ୍ରତିବର୍ଷ ପରି ଦାଶବିଦ୍ୟାଧରପୁର ଅନ୍ତର୍ଗତ ବସନ୍ତପୁର ଗ୍ରାମର ହରି ସାହୁଙ୍କ ଘରୁ ମହାଲକ୍ଷ୍ମୀଙ୍କ ଉଦେଶ୍ୟରେ ମକର ଭାର ନେଇ ଭାରୁଆ ଆସିଥିଲେ ।ଆସିଥିବା ଭାରୁଆଙ୍କୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦୋଳବେଦୀ ନିକଟରୁ ଘଣ୍ଟ, କାହାଳୀ, ବାଜା ବଜାଇ, ଛତି, ତ୍ରାସ, ଓ ଛାମୁ ମଶାଲ ଜଳାଇ ସେବାୟତ ମାନେ ଉକ୍ତ ଭାରୁଆଙ୍କୁ ମନ୍ଦିରକୁ ପାଛୋଟି ନେଇଥିଲେ । ଅରୁଆ ଚାଉଳ , ନଡିଆ, ପାଚିଲା କଦଳୀ, କମଳା, ଧନୁମୁଆଁ ଆଦି ଫଳମୁଳ ଏବଂ ଠାକୁରଙ୍କ ଲାଗିପାଇଁ ଫୁଲମାଳ ତୁଳସୀ ଆଣିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଭାରୁଆଙ୍କୁ ଠାକୁରଙ୍କ ଭୋଗ ପ୍ରଦାନ କରାଯାଇଥିଲା । ମକରର ଆଦ୍ୟ ପର୍ବ ଉପଲକ୍ଷେ ଠାକୁରଙ୍କ ନବାଙ୍କ ବେଢ଼ା ପରିକ୍ରମା ଅନୁଷ୍ଠିତ ହୋଇଥିଲା । ରତ୍ନ ସିଂହାସନ ଚାରିପଟେ ଛଅଘେରା ଓ ବେଢ଼ାରେ ତିନିଘେରା ଏପରି ଠାକୁର ନବାଙ୍କ ପରିକ୍ରମା କରିଥିଲେ ।

Comments (0)
Add Comment