Browsing yearly archive

2022

ଶାଢି ଚୋରୀକରି ଧରାହେଲେ ଏଆର୍‌ଆଇ

ସମ୍ବଲପୁର, ୬/୧(ଏସଏସନିୟୁଜ) ଶାଢ଼ି ଚୋରି କରୁଥିବା ଅଭିଯୋଗରେ ଯୁଯୁମୁରା ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଆର୍‌ଆଇ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ୍ ପୁଲିସ ଗିରଫ କରିଛି। ସନ୍ଧ୍ୟା ଆନନ୍ଦ ଦୋରା ସପିଂ କରିବାକୁ ‘ଆନନ୍ଦ ୱାର୍ଲ୍ଡ’କୁ ଯାଇଥିଲେ । ସପିଂ କରିବା ସମୟରେ ଏଆରଆଇ ଦୋରା କୌଶଳ କ୍ରମେ ଏକ ଶାଢ଼ି ଚୋରି ପଳାଇଥିଲେ। ସୋ’ରୁମ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ ପରେ ଶାଢ଼ି ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା। ଆନନ୍ଦ ୱାର୍ଲଡ ପକ୍ଷରୁ ୩୫ ହଜାର ଟଙ୍କା ମୂଲ୍ୟର […]

ମଝିରାସ୍ତାରେ କାବୁ କଲା ଅବକାରୀ ବିଭାଗ

ବାଲେଶ୍ବର, ୬/୧(ଏସଏସନିୟୁଜ)୫୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ନେଇ ଜଳେଶ୍ବର ଯାଉଥିବା ବେଳେ ମଝିରାସ୍ତାରେ ଅବକାରୀ ବିଭାଗ ୫୫୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ସହ ବ୍ୟବସାୟୀ ମଇନୁଦ୍ଦୀନ ସେଖକୁ ଗିରଫ କରିଛି ।ଗିରଫ ବ୍ୟବସାୟୀଙ୍କ ଘର ପଶ୍ଚିମବଙ୍ଗ ର ବୀରଭୂମ ଜିଲ୍ଲା ଅଧିନ ଭାଗାଇଲ ଗ୍ରାମ । ବିଶେଷସୁତ୍ରରୁ ଖବରପାଇ ମଇନୁଦ୍ଦୀନ ମୁର୍ଶିଦାବାଦରୁ ବ୍ରାଉନସୁଗର ନେଇ ଜଳେଶ୍ବର ଆସୁଥିବାବେଳେ ତାଳସାରୀ ଥାନା ଅଞ୍ଚଳରେ ଚନ୍ଦନେଶ୍ବର ଦୀଘା ରାସ୍ତାରୁ ଅବକାରୀବିଭାଗ ହାବୁଡରେ ପଡିଥିଲା । ଜବତ ବ୍ରାଉନସୁଗରର […]

କରୋନା ପାଇଁ ନନ୍ଦନକାନନରେ ନୁଆ ନୀୟମ

ବାରଙ୍ଗ,୬/୧(ଏସଏସନିୟୁଜ)ରାଜ୍ୟରେ କରୋନା ସଂକ୍ରାମିତ ଓ କରୋନାର ନୁଆ ଭ୍ୟାରିଏଂଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୁପକ୍ଷ ନୁଆନୀୟମ କାଲିଠାରୁ ଲାଗୁକରିବାକୁ ଯାଉଛନ୍ତି ।ଶୁକ୍ରବାରଠାରୁ ଆଉ କାଉଂଟରରେ ଟିକେଟ ମିଳିବନି ।ନନ୍ଦନକାନନ ଓ ବଟାନିକାର୍ଲ ବୁଲିବାକୁ ଚାହିଁଲେ ଅନଲାଇନରେ ଟିକେଟ କାଟିବାକୁ ପଡିବ । କେବଳ ଅନଲାଇନ ଟିକେଟ ଯୋଗେ ନନ୍ଦନକାନନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ ।ଏଥିନିମନ୍ତେ ଉଭୟପାର୍କରେ ପ୍ରବେଶ ପାଇଁ ନନ୍ଦନକାନନର ୱେବ୍‌ସଇଟ www.nandankanan.org ନଚେତ୍ ନନ୍ଦନକାନନର ଆନଡ୍ରୋୟାଡ […]

କ୍ୟାପିଟାଲ ହସ୍ପିଟାଲରେ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୬/୧(ଏସ ଏସ ନିଉଜ) କ୍ୟାପିଟାଲ ହସ୍ପିଟାଲର ୩ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ମ୍ୟାନେଜର ଅଛନ୍ତି। ଚିହ୍ନଟ ସମସ୍ତ କର୍ମଚାରୀଙ୍କୁ ସଂଗରୋଧରେ ରଖାଯାଇଥିବା କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

କଟକରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣି

କଟକ,୬./୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇପାରିଛନ୍ତି। ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। […]

ଓଡିଶାରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ୍

ଭୁବନେଶ୍ୱର,୬/୧(ଏସଏସନିୟୁଜ) ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବଲାଙ୍ଗୀର ଆଗଲପୁର ଅଞ୍ଚଳର ୪୫ ବର୍ଷୀୟ ଜଣେ ମହିଳା ହୋଇଥିବାବେଳେ ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ପାଇଁ ଗତ ୨୨ରେ ଭୀମଭୋଇ ମେଡିକାଲରେ ସେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିଲା । ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଇଥିଲା ।ପରୀକ୍ଷା ପରେ […]

ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା

ଭଦ୍ରକ,୬/୧(ଏସଏସନିୟୁଜ) ଓବିସି ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଓ ସଂରକ୍ଷଣ ସାହିତ ଭୋଟର ତାଲିକା ସଂଶୋଧନର ପ୍ରତିବାଦରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାର ଜଣାପଡିଛି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଧସେଇ ପଶିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ।ଜିଲ୍ଲାପାଳଙ୍କ ଗାଡ଼ି ଭାଙ୍ଗିବାସହ ଜିଲ୍ଲାପାଳଙ୍କ ଅଫିସ ଭିତରେ ଧସେଇ ପଶି ଭଙ୍ଗାରୁଜା କରିଥିବାର ଜଣାପଡିଛି ।  

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ କରୋନା

ଭୁବନେଶ୍ୱର, ୬/୧(ଏସଏସନିୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ ପୃଥକବାସରେ ଥିବା ନେଇ ଟ୍ବିଟରରେ ସୂଚନା ଦେଇଛନ୍ତି । ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ତୃତୀୟ ଲହର ପରିପ୍ରେକ୍ଷୀରେ ସମସ୍ତଙ୍କୁ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।  

ଏସଟିଏଫ୍ ପଞ୍ଝାରେ ଦୁଇ ଚୋରାଚାଲାଣକାରୀ

ମୟୂରଭଞ୍ଜ , ୬/୧(ଏସଏସନିୟୁଜ) ବେତନଟୀ ବନବିଭାଗ ଏବଂ ସ୍ପେଶାଲ ଟାସ୍କଫୋର୍ସର ଏକ ଟିମ ୫ତାରିଖ ରାତିରେ ଚଢ଼ାଉ କରି ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ରାଗ୍ଧା କଲେଜ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବାସହ ଦୁଇଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ଖୁଣ୍ଟା ଥାନା ଅଧୀନ କୁଆମରା ଗ୍ରାମର ପ୍ରଶାନ୍ତ ମହାନ୍ତି ଏବଂ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ଗୋରା ବିନ୍ଧାଣି।ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସଟିଏଫ ଏବଂ ବେତନଟୀ ରେଞ୍ଜର ଏକ ଟିମ ସଦଳବଳେ […]

୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍

ଭୁବନେଶ୍ୱର, ୬/୧(ଏସଏସନିୟୁଜ) କରୋନା ସଂକ୍ରମଣ ସହି ଓମିକାନ୍ର ଭାରିଆଣ୍ଟ ମଧ୍ୟ ଧିରେଧିରେ ତାର କାୟା ବିସ୍ତାର କରିବା ଆରମ୍ଭ କରୁଛି ।ଏହାକୁ ମୁକାବିଲାପାଇଁ ରାଜ୍ୟସରକାର ଟିକାକରଣକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।ଆସନ୍ତା ୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବାନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ସଂକ୍ରମଣ ଆଗକୁ ଆହୁରି ବଢ଼ିବ,ଯଦି ବଢେ ତେବେ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ୪ ଜିଲ୍ଲା ଖୋର୍ଦ୍ଧା […]