ସୁରତରେ କେମିକାଲ୍ ଟ୍ୟାଙ୍କର୍ ଲିକ୍, ୬ ମୃତ ଓ ୨୦ ଚିକିତ୍ସାଧୀନ
ଭୁବନେଶ୍ୱର,୬/୧(ଏସଏସନିୟୁଜ) ସୁରତ ଅନ୍ତର୍ଗତ ସଚିନ ‘ଜିଆଇଡିସି’ ଶିଳ୍ପାଞ୍ଚଳ ଅଞ୍ଚଳରେ ଗୋଟିଏ ଟ୍ୟାଙ୍କର୍ରୁ ରାସାୟନିକ ପଦାର୍ଥ ଲିକ୍ ହେବାରୁ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୨୦ଜଣ ଅସୁସ୍ଥ ହୋଇପଡ଼ିଥିବାରୁ ଚିକିତ୍ସା ପାଇଁ ସୁରତ ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଛି। ଏହି ଘଟଣାଟି ରାତି ପ୍ରାୟ ୪ଟା ସମୟରେ ଘଟିଛି। ଗୋଟାଏ ଡ୍ରେନ୍ରେ ‘ଜେରି’ ନାମକ ରାସାୟନିକ ଆବର୍ଜନା ଢାଳିବାକୁ ଟ୍ୟାଙ୍କର୍ର ଚାଳକ ଉଦ୍ୟମ କରୁଥିବା ବେଳେ ରାସାୟନିକ ପଦାର୍ଥ ବାୟୁ ସଂସ୍ପର୍ଶରେ ଆସି ଅଘଟଣ ଘଟାଇଲା। ପ୍ରାଣ […]