ଭୁବନେଶ୍ୱରରେ ଆଉ ୫ଟି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର, ୫/୧(ଡିଏନଏ) କୋଭିଡ୍ ସଂକ୍ରମଣ ସଂଖ୍ୟା ଧିରେଧିରେ ବୃଦ୍ଧିପାଉଥିବାରୁ ଆଜି ରାଜଧାନୀର ୫ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ ।ଆଚାର‌୍ୟ୍ୟ ବିହାର ସାଇ ମନ୍ଦିର ନିକଟସ୍ଥ ଏକ ପ୍ଲଟରୁ ଏକାଧିକ ସଂକ୍ରମିତ ଚିହ୍ନଟ ହବାପରେ ଉକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ସେହିଭଳିଭାବେ ଆଚାର‌୍ୟ୍ୟ ବିହାର ଅନ୍ତର୍ଗତ ପାଣି ଟାଙ୍କି, ସତ୍ୟନଗର, ବାପୁଜୀ ନଗର, ଟଙ୍କପାଣି ରୋଡ଼ ଅଧିନସ୍ଥ ବିଷ୍ଣୁ ନଗର ଆଦି ଅଞ୍ଚଳମାନଙ୍କରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ବିଏମସି ପକ୍ଷରୁ କରାଯାଇଛି ।

 

Comments (0)
Add Comment