Browsing yearly archive

2022

ଗିରଫ ହେଲେ ସର୍ଦ୍ଦାର

କଣ୍ଟାବାଞ୍ଜି,୨୩/୧୧(ଏସଏସନିଉଜ) ବଙ୍ଗୋମୁଣ୍ଡା ଗୋଲେଇଛକରୁ ୨୫ ଦାଦନଶ୍ରମିକକୁ ଉଦ୍ଧାର କରିଛି ପୋଲିସ । କୈାଣସିସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଦାଦନଶ୍ରମିକକଙ୍କୁ ଉଦ୍ଧାର କରିବାସହ ଜଣେ ସର୍ଦ୍ଦାର ଗିରଫ କରିଛି । ଅନ୍ୟଜଣେ ଫେରାର ହୋଇଯାଇଥିବାବେଳେ ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୮ ପୁରୁଷ , ୧୧ ମହିଳା ଏବଂ ୬ ନାବାଳକ ଅଛନ୍ତି। କଣ୍ଟାବାଞ୍ଜିଷ୍ଟେସନରୁ ହାଇଦ୍ରାବାଦ ଚାଲଣବେଳେ ଧରାପଡିଛନ୍ତି ।  

ଝାରପଡ଼ାଅଞ୍ଚଳରେ ବୋମାମାଡ଼

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ଝାରପଡ଼ାଅଞ୍ଚଳରେ ବୋମାମାଡ଼ ହୋଇଥିବାର ଜଣାପଡିଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବାର ସନ୍ଦେହ କରାଯାଉଛି । ଘରନିର୍ମାଣ ବାବଦ ଟଙ୍କା ମାଗିବାକୁ ଆସିଥିବା ବେଳେ ବୋମାମାଡ଼ ହୋଇଛି । କ୍ଷୟକ୍ଷତିର ସୂଚନା ମିଳିନଥିବାବେଳେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ପ୍ରଥମ ଟିକେଟ୍ କିଣିଲେ ନବୀନ !

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୨୦୨୩ ଜାନୁଆରୀରୁ କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱକପ୍ ହକି। ହକି ଇଣ୍ଡିଆ ସଭାପତି ଦିଲ୍ଲୀପତିର୍କୀଙ୍କଠାରୁ ପ୍ରଥମ ଟିକେଟକୁ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଲେ ୫୦୦ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୧ରୁଶିକ୍ଷକ ନିଯୁକ୍ତି ଆବେଦନ

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୭ ହଜାର୫୪୦ ଶିକ୍ଷକ ନିଯୁକ୍ତିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୱେବ୍‌ସାଇଟରେ ବିଜ୍ଞପ୍ତି ଜାରି କଲା ଙଝଝଉ ।ଙଝଝଉ ଅଧ୍ୟକ୍ଷ ଅଭୟଙ୍କ ସୂଚନାମୁତାବକ ୧୧ରୁ ଶିକ୍ଷକ ନିଯୁକ୍ତି ଆବେଦନ କରିହେବ ।ଡିସେମ୍ବର ୧୧ରୁ ଜାନୁଆରି ୯ ଯାଏ ଆବେଦନ ସମୟ ଧାର୍ଯ୍ୟ କରାଯାଇଛି ।  

ମୁକ୍ତାକାଶ କାରାଶ୍ରମ ପରିଦର୍ଶନକଲେ ଡିଆଇଜି

ମେଣ୍ଢାଶାଳ,୨୩/୧୧(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁପଟ୍ଟନାୟକକାରାଶ୍ରମରେ କଟକରେଞଡିଆଇଜି କୁଳମଣିବେହେରା ବୁଧବାରଦିନ ପରିଦର୍ଶନରେ ଆସି ଫେରିଛନ୍ତି ।ସେ କାରାଶ୍ରମରେ ଥିବା ଅନ୍ତେଃବାସୀମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ କାରଶ୍ରମରେ ସେମାନଙ୍କୁ ମିଳୁଥିବା ସୁବିଧାରେ ସେମାନେ ସନ୍ତୁଷ୍ଟକି ନା ପଚାରିବୁଝିଛନ୍ତି ।ମିଳୁଥିବା ଖାଦ୍ୟପେୟ,ଔଷଧ ଆଦି ବିଷୟରେ କାରାଶ୍ରମରେ ଥିବା ୩୫ଜଣ କଏଦୀଙ୍କ ସହ ଆଲୋଚନା କରିଛନ୍ତି ।ପରିଦର୍ଶନ ମସୟରେ ଅଧିକ୍ଷକ ସରୋଜବିଶ୍ୱାଳ,ଜେଲର ଅଧୃଶୋକୁମାରବେହେରାଙ୍କ ସମେତ କାରାଶ୍ରମଦାୟିତ୍ୱରେ ଥିବା ପଦାଧିକାରୀମାନେ ଉପସ୍ଥିତଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶୀତକାଳୀନ ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର,୨୩/୧୧(ଏସଏସ ନିଉଜ)ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୁଲିସର ସୁରକ୍ଷା ବ୍ୟବସ୍ଥା । ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ। ୩ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ସୁରକ୍ଷା ବ୍ୟବସ୍ଥାକୁ ନେଇ ୫ଜଣ ଅତିରିକ୍ତ ଡିସିପି, ଡିଏସପି/ଏସିପି ୧୧ ଜଣ , ଆଇଆଇସି ୧୩ ଜଣ ,ଏଏସଆଇ,ଏସଆଇ ୬୨ ଜଣ ଦ୍ଵାୟିତ୍ୱରେ ରହିବେ।

ବନ୍ଧାହେଲେ ବୋର୍ଡ କର୍ମଚାରୀ

କଟକ,୨୩/୧୧(ଏସଏସ ନିଉଜ)OTET ନକଲିି ସାର୍ଟିଫିକେଟ କରି ବନ୍ଧାହେଲେ ବୋର୍ଡ କର୍ମଚାରୀ।ବୋର୍ଡ କର୍ମଚାରୀ ଭ୍ରମରବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ।ନକଲି ସାର୍ଟିଫିକେଟ କରି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।ବୋର୍ଡରେ ଜଣେ ବ୍ୟକ୍ତି ସାର୍ଟିଫିକେଟ ଦେବାବେଳେ ନକଲି ଜଣାପଡିଥିଲା।

ଭୟରେ ଘରୁ ବାହାରିଲେ ଲୋକେ

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ଭଦ୍ରକ,ଯାଜପୁର ଓ ଆନନ୍ଦପୁରରେ ପ୍ରଚଣ୍ଡଶବ୍ଦ ଶୁଣାଯାଇଛି।ପ୍ରଚଣ୍ଡ ଶବ୍ଦରେ ଥରିଛି ଭଦ୍ରକ, ଯାଜପୁର, ଆନନ୍ଦପୁରଅଞ୍ଚଳ।ବଡ଼ ବୋମା ଭଳି ପ୍ରଚଣ୍ଡବିସ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ।ଭୟରେ ଘର ଭିତରୁ ଲୋକ ମାନେ ବାହାରକୁ ଚାଲିଆସିଥିବା ସୂଚନା ମିଳିଛି।  

ପରଲୋକରେ କଟକର ପୂର୍ବତନ ଡେପୁଟିମେୟର

କଟକ,୨୩/୧୧(ଏସଏସ ନିଉଜ)କଟକ ମହାନଗରନିଗମର ପୂର୍ବତନ ଡେପୁଟିମେୟର ତଥା ଶଙ୍କରପୁର ବାଦାମବାଡ଼ି ପୂଜାକମିଟିର କାର୍ଯ୍ୟକାରୀସଭାପତି ତଥା କଟକ ଘରୋଇବସ୍ ମାଲିକସଂଘର ସମ୍ପାଦକ ଅଜୟ କୁମାରବାରିକଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୭ବର୍ଷ ହୋଇଥିଲା । ଶଙ୍କରପୁର ବାରିକ ସାହିରବାସିନ୍ଦା ଅଜୟବାରିକ କ୍ୟାନସରରୋଗରେ ପୀଡ଼ିତଥିଲେ। ଗତକାଲି ବିଳମ୍ବିତରାତିରେ ସେ ଗୁରୁତର ଅସୁସ୍ଥ ହୋଇପଡିବାସହିତ ତାଙ୍କର ବାଦାମବାଡି ଲିଙ୍କରୋଡ୍ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।

ପରଲୋକରେ ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକ

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକଙ୍କ ପରଲୋକ ଘଟିଛି । ୬୫ବର୍ଷ ବୟସରେ ହାର୍ଟଆଟାକରେ ତାଙ୍କର ଦେହାନ୍ତହୋଇଥିବା ଜଣାପଡିଛି ।ଦୀର୍ଘଦିନରୁ ଗୋଲକନାଏକ କିଡନୀ ରୋଗରେ ଆକ୍ରାନ୍ତଥିଲେ । ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଖୁଣ୍ଟା ଓ ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରୁ ରାଜନୈତିକକ୍ୟାରିୟର ଆରମ୍ଭକରି ବୟନଶିଳ୍ପ, ମତ୍ସ୍ୟ ଓପ୍ରାଣୀସମ୍ପଦବିଭାଗର ମନ୍ତ୍ରୀ ଥିଲେ ।ବୁଧବାରସକାଳେ ବେତନଟୀ ଫାର୍ମହାଉସ ବାସଭବନରୁ ବାରିପଦାର ଏକ ଘରୋଇ ନର୍ସିଂହୋମକୁ ବ୍ଳଡ ଡାୟଲେସିସପାଇଁ ଆସିଥିବାବେଳେ ପୂର୍ବାହ୍ନ୧୦ଟାସମୟରେ ଆଖି ବୁଜିଥିଲେ।