ପ୍ରଶାସନକୁ ଗ୍ରାମବାସୀଙ୍କ ବିରୋଧ
ମେଣ୍ଢାଶାଳ,୨୫/୧୧(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ବିଝଂଗିରି ଗ୍ରାମରେ ଥିବା ଏକ ସରକାରୀଜାଗାକୁ ଜବରଦଖଲ ମୁକ୍ତ କରିବାକୁ ଆସି ଶୁକ୍ରବାରଦିନ ପ୍ରଶାସନକୁ ଖାଲି ହାତରେ ଫେରିବାକୁ ପଡିଛି ।ଗ୍ରାମବାସୀମାନେ ବିରୋଧ କରିବାରୁ ବାଧ୍ୟ ହୋଇ ପ୍ରଶାସନ ଫେରିଯାଇଛି ।ଏହି ଗ୍ରାମରେ ଶବରପ୍ରଧାନ ନାମକ ବୟକ୍ତି ସରକାରିଜାଗାକୁ ଦଖଲରେ ରଖିଥିବାନେଇ ସେହିଗ୍ରାମର ଅନ୍ୟଜଣେ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜଟଣୀତହସିଲଦାର, ଛତାବର ଆରଆଇ ,ଯୋନ-୫ଏସିପି ରମେଶ ଚନ୍ଦ୍ରବିଶୋଇ ,ମେଣ୍ଢାଶାଳ ଫାଣ୍ଡିଅଧିକାରୀ ମାନଗୋବିନ୍ଦ ନାୟକ ସଦଳବଳେ ୧ପ୍ଲାଟୁନ […]