Browsing yearly archive

2022

ସାଙ୍ଗିଆ ବଦଳାଇବାକୁ କୁକୁରଭଳି ଭୁକିଲେ

ଭୂବନେଶ୍ୱର,୨୧/୧୧(ଏସଏସନିଉଜ)ରାସନକାର୍ଡରେ ନାମ ସଂଶୋଧନ ପାଇଁ କୁକୁର ପରି ଭୁକି ପ୍ରତିବାଦ ଜଣାଇଛନ୍ତି ପଶ୍ଚିମବଙ୍ଗର ଶ୍ରୀକାନ୍ତ ଦତ୍ତା । ଶ୍ରୀକାନ୍ତ ଦତ୍ତା ବଦଳରେ ରାସନ କାର୍ଡରେ ଲେଖା ହୋଇଥିଲା ଶ୍ରୀକାନ୍ତ କୁତ୍ତା। ଏହାକୁ ବଦଳାଇବାପାଇଁ ସରକାରୀ ଅଧିକାରୀଙ୍କ ଆଗରେ କୁକୁରଭଳି ଭୁକି ପ୍ରତିବାଦ କରିବା ଘଟଣା ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି ।ଶେଷରେ ନାଁଟି ସଂଶୋଧନ ହୋଇଛି ।ପ୍ରଥମଥି ମିଳିଥିବା ରାସନକାର୍ଡରେ ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା ।ସଂଶୋଧନପାଇଁ ଆବେଦନ କରିବାପରେ ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା । ଏହାପରେ […]

ସଚେତନ କରାଇଲେ

କଟକ,୨୧/୧୧(ଏସଏସନିଉଜ) ବାଲ୍ୟବିବାହ ଭଳି କୁ୍‌ପ୍ରଥାକୁ ରୋକି୍ହେବ ।ଜିଲ୍ଲାପ୍ରଶାସନଆକ୍ସଡେ ୟୁନିସେଫର ମିଳିତ ଆନୁକୁଲ୍ୟରେ ସୋମବାରଦିନ ବିକାଶ ଭବନଠାରେ କିଶୋରବୟସ୍କଙ୍କପାଇଁ ଜୀବନଶୈଳୀ, ନିଯୁକ୍ତିଭିତିକ ଶିକ୍ଷା ଓ ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ପ୍ରଗତିମହାନ୍ତି, ସୈାମ୍ୟାସୁଚରିତା ସାହୁ , ଶୁଭଶ୍ରୀବିଶ୍ୱାଳ, , ସ୍ୱାଗତିକାପରିଡା ପ୍ରମୁଖ ଯୋଗଦେଇ ସ୍ୱୟଂସହାୟକଗୋଷ୍ଠିମାନଙ୍କମାଧ୍ୟମରେ ବାଲ୍ୟବିବାହ ନିରୋଧ କାର୍ଯ୍ୟକୁ କିପରି ଗ୍ରାମଂଚଳରେ ପ୍ରଚାର ଓ ପ୍ରସାର କରାଯାଇପାରିବ ସେଉପରେ ମତବ୍ୟକ୍ତ କରିଥିଲେ ।ନିବେଦିତାପାଣିଗ୍ରାହି ଏହାକୁ ସଂଯୋଜନା କରିଥିବାବେଳେ ନିଳେନ୍ଦ୍ରିସାହୁ ଧନ୍ୟବାଦ ଦେଇଥିଲେ । […]

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟଦିବସ ପାଳିତ

କଟକ,୨୧/୧୧(ଏସଏସନିଉଜ) ସୋମବାରଦିନ ଜିଲ୍ଲାମତ୍ସ୍ୟକାର୍ଯ୍ୟାଳୟ କଟକ ତରଫରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱମତ୍ସ୍ୟଦିବସ ପାଳନ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର , ବାଙ୍କୀ-ଡମପଡା ଜିଲ୍ଲାପରିଷଦସଦସ୍ୟ ଆଶିଷକୁମାରସାହୁ ଯୋଗଦେଇ ଆନୁଷ୍ଠାନିକଭାବେ ପ୍ରଦୀପପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।ବିଶ୍ୱ ମତ୍ସ୍ୟଦିବସକୁ ଅଧିକ ଶ୍ରେଷ୍ଠତ୍ୱ ପ୍ରଦାନ ଉଦେଶ୍ୟରେ,ମତ୍ସ୍ୟବିଭାଗର ବିଭିନ୍ନଯୋଜନାକୁ ସଫଳ ରୂପାୟନ ଦେଇଥିବା ଚାଷୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାମତ୍ସ୍ୟଅଧିକାରୀ ଇତିଶ୍ରୀରଥ ଜିଲ୍ଲାରେ ମତ୍ସ୍ୟଉତ୍ପାଦନ, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ସଫଳ ରୂପାୟନସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନୁଷ୍ଠିତ […]

ନୂଆ ରୂପପାଇବ ଲୋକନାଥମନ୍ଦିର ଓ ଅଲାରନାଥପୀଠ

ପୁରୀ,୨୧/୧୧(ଏସଏସନିଉଜ) ନୂଆ ରୂପପାଇବ ପୁରୀର ଲୋକନାଥମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥପୀଠ ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃଉନ୍ନୟନ କାର‌୍ୟ୍ୟ ୧ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।

ଜବତ ହେଲା ଗୋମାଂସ ଭର୍ତ୍ତି କଣ୍ଟେନର

ଆଠଗଡ଼,୨୧/୧୧(ଏସଏସ ନିଉଜ) ତିଗିରିଆ ପୋଲିସ ଗୋମାଂସ ଭର୍ତ୍ତି କଣ୍ଟେନର ଜବତକରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେମାନେ ହେଲେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଭାଲିଭର୍ତ୍ତିପାଡୁ ଗାଁର ବାଜି ସାଏଦ ଓ ସକିଲ ଖାଁ ।ରବିବାର ବିଳମ୍ବିତ ରାତିରେ ତିଗିରିଆ ଫାୟାର ଷ୍ଟେସନ୍ ପାଖ ଅଚଳକୋଟ ରାସ୍ତାରୁ ଏହି କଣ୍ଟେନର ଜବତ କରିଛି ପୋଲିସ ।ପୋଲିସ ୨୨୬/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍‌

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍ ।୩୦ରୁ ଅଧିକ ଆହତ ହୋଇଥିବାବେଳେ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।ପୁଣେ-ବେଙ୍ଗଳୁରୁ ହାଇେଓ୍ୱର ନାଭାଲେ ବ୍ରିଜରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ବ୍ରିଜରେ ଟ୍ରାଫିକ୍ ଜାମ୍ ଯୋଗୁଁ ଶତାଧିକ ଗାଡ଼ି ପଛକୁ ପଛ ଛିଡାହୋଇଥିବାବେଳେ ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଥିଲା ।ସୌଭାଗ୍ୟବଶତଃ […]

ମାଭାଗବତୀମନ୍ଦିରରେ ୫ଟିସଚିବ

ଭୁବନେଶ୍ୱର,୨୧/୧୧(ଏସଏସନିଉଜ) ବାଣପୁରର ମାଭାଗବତୀମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ। ମନ୍ଦିରର ଉନ୍ନତିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି। ୫ଟିସଚିବ ଭି.କେ ପାଣ୍ଡିଆନଙ୍କସହ ଆଇଏଏସ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ସକାଳୁ ୫ଟିସଚିବଙ୍କର ମାଭଗବତୀ ମନ୍ଦିର ପରିଦର୍ଶନ ପରେ ମାଭଗବତୀ ମନ୍ଦିରର ରୂପରେଖ ବଦଳିବାର ସମ୍ଭାବନା ଦେଖାଦେଇଛି ।

୨୩ବର୍ଷପରେ ଘରବାହୁଡା

ନିମାପଡ଼ା,୨୧/୧୧(ଏସଏସନିଉଜ) ୨୩ବର୍ଷର ବ୍ୟବଧାନପରେ ଘରକୁ ଫେରିଛନ୍ତି ସରକାରୀକାଗଜପତ୍ରରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମରକୀର୍ତ୍ତିଚନ୍ଦ୍ର ବିଶ୍ବାଳ । ମହାବାତ୍ୟାର ଦୁଇଦିନପୂର୍ବରୁ ଘରୁକେଉଁଆଡ଼େ ଚାଲିଯାଇଥିଲେ ।ଆଉ ଖୋଜଖବର ମିଳିନଥିଲା । ଶେଷରେ ପରିବାରଲୋକ କୀର୍ତ୍ତିଙ୍କର ଶୁଦ୍ଧିକ୍ରିୟାବି କରିସାରିଥିଲେ ।କିନ୍ତୁ ତାଙ୍କର ସ୍ମୃତିଶକ୍ତି ପଳାଇଯିବାପରେ ଶ୍ରୀକାକୁଲମରୁ କୋଲକାତାର ଏକ ହାମରେଡିଓସଂସ୍ଥା ତାଙ୍କୁ ଆଣି ଚିକିସ୍‌ା କରିଥିଲା । ସ୍ମୃତିଶକ୍ତି ଫେରିଆସିବାପରେ ତାଙ୍କ ପରିଚୟ ଜଣାପଡିଥିଲା ।ତେବେ ୭୩ ବର୍ଷରେ ପଦାର୍ପଣକରିଥିବା କୀର୍ତ୍ତିଚନ୍ଦ୍ରଙ୍କ […]

ଭୁଶୁଡ଼ିଲା ନିର୍ମାଣାଧୀନ ସେତୁ

ଆନନ୍ଦପୁର,୨୧/୧୧(ଏସଏସନିଉଜ) କୁଶେଇନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିପଡିଛି ।ପାଣିକୋଇଲି-ରାଜାମୁଣ୍ଡାଏନଏଚ-୨୦ର କୁଶେଇନଦୀସେତୁ ଭୁଶୁଡ଼ିପଡିଛି । ନଦୀର ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଭୁଶୁଡ଼ିପଡିଛି ବିମ ।ଶ୍ରମିକମାନେ କାମକରୁଥିବାବେଳେ ସେତୁର ୨ଟିବିମ ଭାଙ୍ଗି ନଦୀ ଶଯ୍ୟାରେ ପଡ଼ିଥିଲା ।ଏହାଫଳରେ ୩ଜଣ ଶ୍ରମିକ ଗୁରୁତର ହୋଇଥିବାର ଜଣାପଡିଛି ।

ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ସରଗରମ ରାଜନୀତି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ଥିବାବେଳେ କେଉଁପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରୁଛନ୍ତି ତାଉପରେ ରହିଛି ସଭିଙ୍କ ନଜରା ଅନ୍ୟପକ୍ଷରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାପାଇଁ ଲାଗିପଡ଼ିଲେଣି ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷାରାଣି ବରିହା ମଧ୍ୟ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି। ବିଜେପି ଓ ବିଜେଡି ଫାଇଟ୍ ଭିତରେ ଆଜିଠୁ ପ୍ରଚାର […]