ନୂଆ ରୂପପାଇବ ଲୋକନାଥମନ୍ଦିର ଓ ଅଲାରନାଥପୀଠ

ପୁରୀ,୨୧/୧୧(ଏସଏସନିଉଜ) ନୂଆ ରୂପପାଇବ ପୁରୀର ଲୋକନାଥମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥପୀଠ ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃଉନ୍ନୟନ କାର‌୍ୟ୍ୟ ୧ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।

Comments (0)
Add Comment