Browsing yearly archive

2022

ଭିଜିଲାନ୍ସ ଜାଲରେ ଫରେଷ୍ଟର ଓ ଗାର୍ଡ

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ)ଜବତ ଗାଡି ଓ ଖଟକୁ ମୁକ୍ତ କରିବାପାଇଁ ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଫରେଷ୍ଟର ଓ ଗାର୍ଡ । ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଫରେଷ୍ଟ ଗାର୍ଡ ସବନାମ ଫିରଦୋଷ କୋପିଆ ସିନାପାଲି ରେଞ୍ଜ, ଖରିଆର ଡିଭିଜନର ଅଟନ୍ତି । ନୂଆପଡାର ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କ ଜବତଗାଡି ଓ ଖଟକୁ ମୁକ୍ତ କରିବାପାଇଁ ୨୮ହଜାରେଟଙ୍କା ଲାଞ୍ଚନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ଦେଓମାଳିରେ ଲାଗିଲା ୧୪୪

ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ)ଆସନ୍ତା ୬୦ଦିନପର‌୍ୟ୍ୟନ୍ତ ରାତି୯ରୁ ସକାଳ୮ ପର‌୍ୟ୍ୟନ୍ତ ଜାରିରହିବ ଏହି କଟକଣା ।ରାତ୍ରିଯାପନ କିମ୍ବା ସଂଧ୍ୟାପରେ ବୁଲିବାଉପରେ ଲାଗିଲା ଏହି କଟକଣା ।ରାତି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  

ଗୁଣ୍ଡିଚାମନ୍ଦିରରେ ଗଜପତିମହାରାଜ

ପୁରୀ,୨୨/୧୧(ଏସଏସନିଉଜ) ଗୁଣ୍ଡିଚାମନ୍ଦିରରେ ଗଜପତିମହାରାଜ ଦିବ୍ୟସିଂହ ଦେବା ଗୁଣ୍ଡିଚାମନ୍ଦିରର ସ୍ଥିତି ତଦାରଖ କରିଛନ୍ତି ଗଜପତି ମହାରାଜାନାଟମଣ୍ଡପର ୩ଟି ପିଲାରରେ ଫାଟ ସୂଚନାପରେ ସ୍ଥିତି ତଦାରଖ ପାଇଁ ଯାଇଥିଲେ ।    

ଶ୍ୱଶୁରଘରେ ସ୍ତ୍ରୀକୁ ହତ୍ୟା !

ଉଦଳା,୨୨/୧୧(ଏସଏସନିଉଜ) ଶ୍ୱଶୁରଘରେ ସ୍ତ୍ରୀକୁ କଇଁଚିରେଭୁସି ନୃଶଂସହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।ଖୁଣ୍ଟାଥାନା ହିଞ୍ଜିଳିଗଡ଼ଇାଗାଁରେ ପାରିବାରିକକଳହରୁ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀକୁ ଅଟକରଖି ଖୁଣ୍ଟାଥାନାପୋଲିସର ତଦନ୍ତ ଆରମ୍ଭ କରିଛି ।

ଶ୍ରୀମନ୍ଦିରରେ ଆରମ୍ଭହେଲା ଦେବଦୀପାବଳି

ପୁରୀ,୨୨/୧୧(ଏସଏସନିଉଜ)ଦେବଦିପାବଳୀର ପ୍ରଥମଦିନ ନୀତିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତିଚାଲିଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କୁ ଦୀପଦାନ କରିବାସହ ଶ୍ରାଦ୍ଧମଧ୍ୟ ପକାଇଥାନ୍ତି ।ପ୍ରଥମଦିନ ମାର୍ଗଶୀରମାସର କୃଷ୍ଣ ଚତୁର୍ଦ୍ଦଶୀତିଥିରେ ସଂଧ୍ୟାଧୂପ ନୀତି ବଢିବାପରେ ମହାପ୍ରଭୁ, ଅଦିତି, ଓ କଶ୍ୟପଙ୍କଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦିଆଯାଇଥାଏ । ଦ୍ୱିତୀୟଦିନରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ହେବ ।ତୃତୀୟଦିନରେ ଦେବକୀ, ବାସୁଦେବ, ନନ୍ଦ ଓ ଗୁଣ୍ଡିଚା ରାଣୀଙ୍କୁ ଏହି ଦୀପଦାନସହ ଶ୍ରାଦ୍ଧ ଦିଆଯିବାପାଇଁ ବ୍ୟବସ୍ଥା କରାଯାଇଛି ।

ଖଣ୍ଡା ଓ ଫାର୍ସାରେ ପକାଇଲେ ଚୋଟ!

ଭୁବନେଶ୍ୱର,୨୨/୧୧(ଏସଏସନିଉଜ) ପାନଦୋକାନରେ ୨୦ରୁ ଅଧିକ ଯୁବକ ପଶି ୩ଭାଇକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ।ଏହିଭଳି ଘଟଣା ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଗତକାଲି ରାତିରେ ଘଟିଛି। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ୩ଭାଇ ପ୍ରଣବ ସେନାପତି , ପ୍ରଦୋଷ ସେନାପତି ଓ ପ୍ରବୀଣ ସେନାପତିଙ୍କୁ ପୋଲିସ ଉଦ୍ଧାର କରି ଚିକିସ୍‌। ପାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପ୍ରଣବଙ୍କ କହିବାନୁଯାୟୀ ୨ଦିନ ପୂର୍ବେ ଗାଁର କିଛି ଯୁବକଙ୍କସହ ତାଙ୍କପରିବାରର ଗଣ୍ଡଗୋଳ ହୋଇଥିବାବେଳେ ଏହା ଥାନାରେ ସମାଧାନ ହୋଇଥିଲା। […]

ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

ଭୁବନେଶ୍ୱର,୨୨/୧୧(ଏସଏସନିଉଜ)କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ।୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ସ୍ୱାଭାବିକ ହୋଇଛି ଟ୍ରେନ୍ ଚଳାଚଳ। ଅପ୍ ଏବଂ ଡାଉନ୍ ଉଭୟ ଲାଇନରେ ଚଳାଚଳ କରୁଛି ଟ୍ରେନ୍ା

ଆଜିର ରାଶିଫଳ

ଦେବଦୀପାଵଲ୍ୟୁତ୍ସବ ଆରମ୍ଭ ,୨୦୨୨ ମସିହା ନଭେମ୍ବର ମାସ ୨୨ ତାରିଖ (ମଙ୍ଗଳବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୬/୦୨/୨୨ ,ସୂର୍ଯ୍ୟାସ୍ତ  ଘ୦୫/୦୨/୧୨ ,ମକରରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ ,ବିରି ଭକ୍ଷଣ ନିଷେଧ । ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ। ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ […]

ତହସିଲଦାରଙ୍କୁ ଚଲାଇଚଲାଇ ନେଲେ ଉତ୍ୟକ୍ତ ଲୋକେ

ରେଢ଼ାଖୋଲ,୨୧/୧୧(ଏସଏସନିଉଜ)ଶୁଣିଲେନି ଲୋକ ।ଚଲାଇଚଲାଇ ନେଲେ ତହସିଲଦାରବାବୁଙ୍କୁ । ବିନା ନୋଟିସ୍‌ରେ ଭଙ୍ଗାଯାଇଥିବା ଘର ପର୍ଯ୍ୟନ୍ତ ଦୁଇକିଲୋମିଟର ପର୍ଯ୍ୟନ୍ତ ଚଲାଇଚଲାଇ ନେଇଥିଲେ ।ଏହିଭଳି ଘଟଣା ସୋମବାରଦିନ ଘଟିଛି ।ଗତଦୁଇଦିନତଳେ ରେଢ଼ାଖୋଲ-ନାକଟିଦେଉଳ ତହସିଲ ଅନ୍ତର୍ଗତ ତଣ୍ଡାବିରା ଛକ ନିକଟରେ ଥିବା ସରକାରୀ ଜମିରେ ଥିବା ୩ଟିପରିବାରକୁ ବିନାନୋଟିସରେ ଘରକୁ ଭାଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।ଏହାକୁ ବିରୋଦ୍ଧ କରି ଆଜି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଶତାଧିକ କର୍ମକର୍ତ୍ତାମାନେ ଡଇଁଚା ଆର୍‌ଆଇ ଅଫିସ୍‌କୁ ଘେରାଉ କରିଥିଲେ ।ଏହିବାଟରେ […]

କବାଟ ଖୋଲିଲାନି ବୋହୂ

ନୟାଗଡ଼,୨୧/୧୧(ଏସଏସନିଉଜ) କବାଟ ଖୋଲିଲାନି ବୋହୂ ,ଶେଷରେ ଦାଣ୍ଡଦୁଆରେ ଆଖିବୁଜିଲେ ରୋଗିଣା ଶାଶୁ ।ଏହିଭଳି ଅମାନବୀୟ ଘଟଣା ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ହରିହରପୁର ଗାଁରେ ଘଟିଛି । ହରିହରପୁର ଗାଁର ମୀନା କୁମାରୀ ନାୟକଙ୍କ ଚିକିସ୍‌। ଭୁବନେଶ୍ୱରରେ କରାଇ ୭ଦିନପରେ ସାମାନ୍ୟ ସୁସ୍ଥ ହେବାପରେ ପୁଅ ଘରକୁ ଆଣିଥିଲେ । ଦାଣ୍ଡଦୁଆରେ ସ୍ୱାମୀ ଓ ଶାଶୁଙ୍କୁ ଦେଖି ଘରର କବାଟ ଖୋଲିନଥିଲେ ବୋହୂ।ଫଳରେ ଗତକାଲି ଅପରାହ୍ନ ୨ଟାରୁ ମାପୁଅ ଘରେ ପଶିନପାରି ଶୀତକାକରରେ ବାହାରେ ପଡିରହିଥିଲେ ।ଶେଷରେ […]