Browsing yearly archive

2022

ଅଜଣା ଜନ୍ତୁ ଆତଙ୍କ

ପାରଳାଖେମୁଣ୍ଡି,୪/୧୧(ଏସ ଏସନିଉଜ) କାଶିନଗର ବ୍ଳକ କିଡି ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି।ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳି ମୃତୁବରଣ କରିଥିବାବେଳେ ୨୮ ଆହତ ହୋଉଥିବାର ଜଣାପଡିଛି।ରାତିରେ ୨ଜଣଙ୍କ ଗୁହାଳରେ ପଶି ଅଜଣାଜନ୍ତୁ ମାରିଥିବା ସୂଚନା ମିଳିଛି।ଗାଁରେ କାଶିନଗର ପୋଲିସ ସହ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳ ରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି।

ଏଲ୍ଇଡି ପର୍ଦ୍ଦାରେ ବାବାଙ୍କ ଦର୍ଶନ

ଆଠଗଡ଼,୪/୧୧(ଏସଏସ ନିଉଜ)ପଞ୍ଚକର ପ୍ରଥମ ପାଳିରେ ଚନ୍ଦ୍ରଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।ପ୍ରଥମଥର ପାଇଁ ଏଲ୍ଇଡି ପର୍ଦ୍ଦାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ବସ୍ ଓ ଟ୍ରାଭେରା ଧକ୍କାରେ ୧୧ ମୃତ

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ବସ୍ ଆଉ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି। ଏଭଳି ଭୟଙ୍କର ଦୁର୍ଘଟଣା ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ ଗତ ବିଳମ୍ବିତରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ ଟ୍ରାଭେରା କାର୍ ମଧ୍ୟରେ ଧକ୍କା ହେବାଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୪ଜଣଙ୍କ ମୃତଦେହକୁ ଟ୍ରାଭେରା କାଟି ବାହାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି […]

ପୁରା ପରିବାର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ସୁଦଶା ବ୍ରତ ଓ ଅଁଳାନବମୀରେ ଘରେ ହୋଇଥିବା ଖାଦ୍ୟ ଖାଇ ଗୋଟିଏ ପରିବାରର ୯ ଜଣ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ପାଇକମରା ଗ୍ରାମର ଅଖିଳ ସାହୁଙ୍କ ପରିବାରରେ ଘଟିଛି।

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ

ବାଲେଶ୍ବର,୪/୧୧(ଏସଏସ ନିଉଜ)ଜଳେଶ୍ଵର ଥାନା ଅଧୀନସ୍ଥ ମହମ୍ମଦ ନଗର ପାଟଣା ପଞ୍ଚାୟତ କୁବାଡିଆ ଗ୍ରାମରେ ନିଜ ସ୍ତ୍ରୀକୁ ପିଟିପିଟି ମାରିଦେଇଛି ସ୍ଵାମୀ। ଆଜି ମହା ପଞ୍ଚକ ପର୍ବ ଆରମ୍ଭ ହେଉଥିବା ବେଳେ ଏପରି ଘଟଣାକୁ ନେଇ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅଭିଯୁକ୍ତକୁ ଗିରଫ କରିଛିପୁଲିସ ।

ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା,୪/୧୧(ଏସଏସ ନିଉଜ) ବାଘମାରୀରେ ଓଲଟିଲା ଯାତ୍ରୀବାହୀ ବସ୍‌ ।ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୨ଜଣ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ୧୦ଜଣ ଆହତ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରବଳ କୁହୁଡ଼ି କାରଣରୁ ବସ୍‌ ଭାରସାମ୍ୟ ହରାଇଥିଲା । ବସ୍‌ଟି ବଲାଙ୍ଗିରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

୨ ପିଲାଙ୍କୁ ଦଳିଦେଲା ହାତୀ

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)୨ ପିଲାଙ୍କୁ ହାତୀ ଦଳିଦେଇଥିବାବେଳେ ବାପା, ମାଆ ଗୁରୁତର ଆହତ ହୋଇଛନ୍ତି।ଝାରସୁଗୁଡା ବାଗଡିହି ରେଞ୍ଜ୍ ଭଉଁରା ଗାଁ ନିକଟରେ ହାତୀଟି ଦଳିଦେଇଛି।ଇଟାଭାଟିରେ କାମ କରିବାକୁ ଆସି ପଲିଥିନ ତଳେ ରହୁଥିଲେ।ରାତିରେ ପଲିଥିନ ତଳେ ଶୋଇଥିଲା ବେଳେ ହାତୀ ଦଳି ମାରିଦେଇଥିଲା।ଦୁଇ ପିଲାଙ୍କୁ ଉଦ୍ଧାର ଉଦ୍ୟମ କରି ବାପା, ମାଆ ଆକ୍ରମଣର ଶିକାର ହୋଇଥିଲେ।ଗୁରୁତର ଅବସ୍ଥାରେ ବାପା, ମାଆ ଝାରସୁଗୁଡା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।ଇଟାଭାଟିରେ କାମ ପାଇଁ ଛତିଶଗଡରୁ ଦୁଇ ଦିନ ତଳେ ୩ ପିଲାଙ୍କୁ ସାଥିରେ […]

ଆଜିର ରାଶିଫଳ

ସର୍ବସମ୍ମତ ଦେବୋତଥାପନ (ବଡ଼) ଏକାଦଶୀ, ଭୀଷ୍ମପଞ୍ଚକ ବ୍ରତ ଆରମ୍ଭ ଓ ଶ୍ରୀ ମନ୍ଦିରରେ ଲଷ୍ମୀ ନାରାୟଣ ବେଶ,୨୦୨୨ ମସିହା ନଭେମ୍ବର ମାସ ୦୪ ତାରିଖ (ଶୁକ୍ରବାର)କାର୍ତିକ ମାସ-ଶୁକ୍ଳପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୩/୦୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୮/୦୩ ,ବିଛା, ଧନୁ ଓ ମୀନରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଶିମ୍ବ ସନ୍ଧ୍ୟା ଘ୬/୨୯ ଗତେ ପୋଇ ଭକ୍ଷଣ ନିଷେଧ । ମେଷ-କାମ ହାସଲ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ […]

ଆଜିର ରାଶିଫଳ

ଶ୍ରୀକୃଷ୍ଣଙ୍କର ସରଦ୍ରାସାଧିବାସ, ଭାଗବତସପ୍ତାହ ପାଠଆରମ୍ଭ ଓ ସୁଦଶାବ୍ରତ ଆରମ୍ଭ ୨୦୨୨ ମସିହା ନଭେମ୍ବର ମାସ ୦୩ ତାରିଖ (ଗୁରୁବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ଦଶମୀ ରାତ୍ରି ଘ୭/୪୭ ପର୍ଯ୍ୟନ୍ତତଦନ୍ତେ ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୨/୩୨ ,ସୂର୍ଯ୍ୟାସ୍ତ  ସନ୍ଧ୍ୟା ଘ୦୫/୦୮/୩୨ ,ତୁଳା ଓ କୁମ୍ଭରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,କଳମ ଶାଗ ରାତ୍ରି ଘ୭/୪୭ ଗତେ ଶିମ୍ବ ଭକ୍ଷଣ ନିଷେଧ । ମେଷ-ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବାଲାଗି ଦିନଟିଭଲ। […]

ଓଲଟିଲା ଯାତ୍ରୀବାହୀ ବସ

ପାଣିକୋଇଲି,୧/୧୦(ଡିଏନଏ) ଯାଜପୁର ଜିଳ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ।ଯାହାଫଳରେ ୬ ଜଣ ଗୁରୁତର ହୋଇଥିବା ବେଳେ ୪୦ରୁ ଊର୍ଧ୍ବ ଆହତ ହୋଇଥିବାର ଜଣାପଡିଛି I