ହାତୀକୁ କରାଗଲା ଟ୍ରାଙ୍କୁଲାଇଜ୍
ଭୁବନେଶ୍ୱର,୧/୧୧(ଏସଏସ ନିଉଜ)ହାତୀକୁ ଟ୍ରାଙ୍କୁଲାଇଜ୍ କରାଗଲା ।ଭୁବନେଶ୍ବର ଆଇଗିଣିଆ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ । ଟ୍ରାଙ୍କୁଲାଇଜ୍ ପରେ ହାତୀକୁ ଟାଙ୍ଗି ଚୌଦ୍ୱାର ଡିଭିଜନ କୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି।
Browsing yearly archive
ଭୁବନେଶ୍ୱର,୧/୧୧(ଏସଏସ ନିଉଜ)ହାତୀକୁ ଟ୍ରାଙ୍କୁଲାଇଜ୍ କରାଗଲା ।ଭୁବନେଶ୍ବର ଆଇଗିଣିଆ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ । ଟ୍ରାଙ୍କୁଲାଇଜ୍ ପରେ ହାତୀକୁ ଟାଙ୍ଗି ଚୌଦ୍ୱାର ଡିଭିଜନ କୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି।
ଖୋର୍ଦ୍ଧା,୧/୧୧(ଏସଏସନିଉଜ)ଖୋର୍ଦ୍ଧା-ବୋଲଗଡ଼ ପଞ୍ଚୁକୋଟ ନିକଟ ଅଭିନନ୍ଦନ ଢାବା ନିକଟରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି।କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁହୋଇଛି।ନୟାଗଡ଼ରୁ ଭୁବନେଶ୍ବର ଯିବା ବେଳେ ଦୁର୍ଘଟଣା ଘଟିଛି।
ଅଁଳା ନବମୀ, ଜଗଧାତ୍ରୀ ପୂଜା, ଶ୍ରୀ ରାଧାଙ୍କ ପାଦଦର୍ଶନ ଓ ଶ୍ରୀ ଜଗନ୍ନାଥଙ୍କର ଜଗମୋହନ ଭୋଗ, ୨୦୨୨ ମସିହା ନଭେମ୍ବର ମାସ ୦୨ ତାରିଖ (ବୁଧବାର)କାର୍ତିକ ମାସ -ଶୁକ୍ଳପକ୍ଷ,ତିଥି-ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/ ୫୧/ ୨୩,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫ /୦୮/୫୦,କର୍କଟ ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ନବମର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଲାଉ ରାତ୍ରି ଘ୯/୨୦ ଗତେ କଳମ ଶାଗ ଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ👉ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ […]
ଗୋଷ୍ଠାଷ୍ଟମୀ,୨୦୨୨ ମସିହା ନଭେମ୍ବର ମାସ ୦୧ ତାରିଖ (ମଙ୍ଗଳବାର)କାର୍ତିକ ମାସ -ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ରାତ୍ରି ଘ୧୧/୧୫ ପର୍ୟ୍ଯନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୫୧/୧୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୯/୦୯ ,ମକର ରାଶି ର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ନଡ଼ିଆ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ବିବାଦରୁ ବଞ୍ଚିବା ପାଇଁ କଷ୍ଟ କରିବେ । ବ୍ୟାପାରରେ ଉନ୍ନତିର ସମ୍ଭାବନା ରହିବ । ଦବି ଯାଇଥିବା ସମସ୍ଯା ପୁଣି ବାହାରିକି ଆପଣଙ୍କୁ ମାନସିକ ଚିନ୍ତା ଦେଇପାରେ । ନିଜର […]
ଭଦ୍ରକ,୩୧/୧୦ (ଏସଏସନିଉଜ) ଭଦ୍ରକଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପିପକ୍ଷରୁ ଧାରଣା ଦିଆଯାଇଛି ।ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧାରଣାରେ ବସିଛନ୍ତି।ସମୀରଙ୍କ ସହ ବିଜେପିର ବହୁ ନେତା ଓ କର୍ମୀଙ୍କ ଧାରଣାରେ ବସିଥିବାବେଳେ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା ବଣ୍ଟା ଯାଉଥିବାନେଇ ମଧ୍ୟ ଅଭିଯୋଗ ହୋଇଛି ।ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଦାବି କରାଯାଇଛି।
କେନ୍ଦୁଝର,୩୧/୧୦(ଏସଏସ ନିଉଜ)ଟ୍ରକ୍କୁ ଲୁଟ୍ ପାଇଁ ଡ୍ରାଇଭରକୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି ।ଟ୍ରକ୍ ଭିତରୁ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସଦର ଥାନା ବନାଯୋଡି ଟୋଲ ଗେଟ୍ ନିକଟରେ ଟ୍ରକ୍ ଭିତରେ ମୃତଦେହ ହୋଇଛି।ମୃତକ ଟ୍ରକ୍ ଡ୍ରାଇଭର ହୋଇଥିବା ଅନୁମାନ କରାଯାଉଥିବାବେଳେ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ କରାଯାଉଛି।
ପୁରୀ,୩୧/୧୦(ଏସଏସ ଇଉଜ)୯୦ଲକ୍ଷର ବ୍ରାଉନସୁଗାର ଜବତ ପୁରୀରୁ ୮୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବାସେଳୀସାହି ଥାନା ପୋଲିସ ଓ STF ଦ୍ୱାରା ଜବତ ହୋଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
କଟକ,୩୧/୧୦(ଏସଏସ ନିଉଜ)ପୁଣି ବଦଳିବାକୁ ଯାଉଛି କଟକର ଚିତ୍ର ।କାଠଯୋଡ଼ିର ତ୍ରିଶୂଳିଆ ରେ ହେବାକୁ ଯାଉଛି ଦ୍ବିତୀୟ ପୋଲ। ଏଥିପାଇଁ ୨୪୦କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି।ମହାନଦୀର ଚହଟାରେ ବି ହେବ ସେତୁ ।
ରାଉରକେଲା,୩୧/୧୦(ଏସ ଏସ ନିଉଜ)ଦେଓଗାଁ ହାଟିଙ୍ଗ ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀ ମୃତ୍ୟୁବରଣ କରିଛି ।ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲକୁ ଗିରଫ କରିବାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି ରଘୁନାଥପାଲି ପୁଲିସ।
ଭୁବନେଶ୍ୱର,୩୧/୧୦(ଏସଏସ ନିଉଜ) ଯାତ୍ରାମଞ୍ଚରେ ସମସ୍ତଙ୍କୁ ହସାଇହସାଇ ବେଦମ କରୁଥିବା କମେଡିକିଙ୍ଗ ମଣିଭଦ୍ର ବିଶ୍ୱାଳ ଆଜି ନିଜେ ନିଜେ କାନ୍ଦୁଛନ୍ତି ।ରାତିଅନିଦ୍ରା ହୋଇ ମୁହଁରେ ପାଉଡରମାରି ନିଜ ପିଲାମାନଙ୍କୁ ମଣିଷ କରିବାପାଇଁ ଟଙ୍କା ରୋଜଗାର କରୁଥିଲେ ।କିନ୍ତୁ ସେହି ପୁଆ ଆଜି ପର କରିଦେଲା ।ପୁଅ ନିର୍ଯାତନା ଦେଇ ଘରୁ ତଡ଼ିଦେବାରୁ ତାଙ୍କର ନୂଆ ଠିକଣା ଏବେ ପାରାଦୀପ ଗଡ ରତ୍ନମାଳୀ ଜେମା ଜରାଶ୍ରମ ହୋଇଛି।