Browsing yearly archive

2022

ଦିନଟିଏ ଧବଳେଶ୍ୱର ଝୁଲାପୋଲ ବନ୍ଦ

କଟକ,୩୧/୧୦(ଏସଏସ ନିଉଜ)କାଲିଠାରୁ ଗୋଟିଏଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ।ଏନେଇ କଟକ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ବନ୍ଦ କରାଯିବ।ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ ବୋଲି କଗିଛନ୍ତି।ଝୁଲାପୋଲରେ ଯାତ୍ରାକୁ ସୀମିତ କରାଯିବ ।ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୂରା ବନ୍ଦ କରାଯାଇପାରେ।ପୋଲ ନିକଟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ମୁତୟନ ରହିବେ।ଲୋକଙ୍କୁ ଡଙ୍ଗାରେ ଯିବା ପାଇଁ କହିବୁ, ଅସୁବିଧା ହୋଇପାରେ ବୋଲି କହିଛନ୍ତି ଜିଲ୍ଲାପାଳ।

ଆଜିର ରାଶିଫଳ

ଷୋଳଶାସନ ଅବୃତମଣେହି ଭୋଗ ,୨୦୨୨ ମସିହା ଅକ୍ଟୋବର ମାସ ୩୧ ତାରିଖ (ସୋମବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୧/୦୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୦/୦୦ ,ମିଥୁନ ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ତାଳ ଭକ୍ଷଣ ନିଷେଧ । ମେଷ-ପରିଶ୍ରମର ଫଳପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ଉନ୍ନତିର ସୁଯୋଗ ରହିଛି। ମହିଳାମାନେ ଅତ୍ୟଧିକ କାର୍ଯ୍ୟ କରି କ୍ଲାନ୍ତ ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗକୁ ବଢ଼ିବେ। ବୃଷ-ପାରିବାରିକ ସୁଖସମୃଦ୍ଧି […]

ବେଆଇନ ଗଂଜେଇଗଛ ନଷ୍ଟକଲା ବନବିଭାଗ

ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ସୁବର୍ଣ୍ଣଗିରି ସଂରକ୍ଷିତଜଙ୍ଗଲରେ ୯ହେକ୍ଟର ବେଆଇନ ଗଂଜେଇଗଛ ନଷ୍ଟକଲା ବନବିଭାଗ । ୯ହେକ୍ଟର ଜମିରେ ୧୫ହଜାର ୭ଶହ ଗଛ ନଷ୍ଟ କରାଯାଇଛି । ଆଗକୁ ମଧ୍ୟ ଏହି ବେଆଇନ ଗଞ୍ଜାଇଗଛ ନଷ୍ଟ କରାଯିବ ବୋଲି ବନବିଭାଗର ସୂଚନା ରହିଛି ।

ଭୁଶୁଡ଼ିଲା ବ୍ରିଜ୍, ତଳକୁ ଖସିଲା କାର୍

କଳାହାଣ୍ଡି,୩୦/୧୦(ଏସଏସନିଉଜ) ଥୁଆମୂଳ ରାମପୁରରାସ୍ତା ସାଈଧାମନିକଟରେ ଭୁଶୁଡ଼ିପଡିଛିବ୍ରିଜ । ବ୍ରିଜ୍ ଉପରେ ଯାଉଥିବା ୨ଟି କାର୍ ପୋଲ ଭିତରେ ପଡି ଯାଇଥିବାର ସୁଚନା ମିଳିଛି । ଭବାନୀପାଟଣାରୁ ପୂର୍ଲିଝରଣ ଦର୍ଶନପାଇଁ ଯିବାସମୟରେ ଏହି ଅଘଟଣ ଘଟିଛି ।ସମସ୍ତଙ୍କୁ ସ୍ଥାନୀୟଲୋକ ଓ ପୋଲିସ ଉଦ୍ଧାରକରି ଭବାନୀପାଟଣା ମୁଖ୍ୟଚିକିତ୍ସାଳୟରେ ଚିକିସ୍‌ାପାଇଁ ଭର୍ତି କରିଛନ୍ତି ।  

କଂଗ୍ରେସ ଆରମ୍ଭକରିବ ଭାରତଯୋଡୋ ଯାତ୍ରା

ଭୁବନେଶ୍ବର, ୩୦/୧୦(ଏସଏସନିଉଜ) ଆସନ୍ତାକାଲିଠାରୁ ଓଡ଼ିଶାରେ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରେ ସକାଳ ସାଢେ ୮ଟା ବେଳେ ଯାତ୍ରା ଆରମ୍ଭ ହେବ । ଏଥିରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଯୋଗଦେବେ । କେନ୍ଦ୍ରସରକାର ଦରଦାମବୃଦ୍ଧି କରି କିପରିଲୋକଙ୍କୁ ହନ୍ତସନ୍ତ କରୁଛନ୍ତି ସେନେଇ ଘରକୁଘର ଯାଇ କଂଗ୍ରେସ ଲୋକଙ୍କୁ ଅବଗତ କରାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତପଟ୍ଟନାୟକ ସୂଚନା […]

ପୁଣି ଅଳିଆ ଗାଡିନେଲା ଜୀବନ

ବାରଙ୍ଗ,୩୦/୧୦(ଏସଏସ ନିଉଜ) ଗତ ଦୁଇମାସର ବ୍ୟବଧାନ ପରେ ପୁଣି ଦାରୁଠେଙ୍ଗ ଗାଁ ମୁଣ୍ଡରେ ଅଲିଆ ବୋଝେଇ ଗାଡି ଧକାରେ ରବିବାର ସକାଳେ ଜଣଙ୍କର ମୃତୁ ଘଟିଛି।ମୃତ ବ୍ୟକ୍ତିଙ୍କ ନାମ ରାମ ଘାଗରାଇ ବୋଲି ଜଣାପଡିଛି।ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଁଚିଛି।ଅନ୍ୟପଟେ ସେଠାରେ ଉତେଜନା ଦେଖାଦେଇଛି।

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୩୦ ତାରିଖ (ରବିବାର)କାର୍ତିକମାସ–ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୦/୩୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ ୦୫/ ୧୦/୩୦ ,ମେଷ ରାଶିର ଘାତବାର ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନିମ୍ବଭକ୍ଷଣ ନିଷେଧ । ମେଷ-ଆଜିରଦିନଟି ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟରଖିବ । ଏକ ଆନନ୍ଦପୂର୍ଣ୍ଣ ମନୋଦଶାସହିତ ଆପଣ ଘରରପରିବେଶକୁ ପ୍ରଫୁଲ୍ଲିତ ରଖିବାକୁ ଉଦ୍ୟମକରିବେ । ଆପଣ ଆପଣଙ୍କଘରର ସୌନ୍ଦର୍ଯ୍ୟ ଏବଂ ଭିତରର ସାଜସଜ୍ଜାକୁ ବୃଦ୍ଧିକରି ଏକ ନୂତନରୂପ ଦେବାକୁ ଇଛା […]

ଡକାୟତି ମାମଲାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କଟକ,୨୯/୧୦(ଏସଏସ ନିଉଜ) ମହାନଦୀ ବିହାରରେ ବିଲଡରଙ୍କ ଘରେ ପଶି ଡକାୟତି ମାମଲାରେ ୫ ଜଣ ଗିରଫ କରିଛି ପୋଲିସ।ସେମାନଙ୍କଠାରୁ ଗୋଟିଏ ଲେଖାଏଁ କାର୍ ଓ ବାଇକ୍ ସମେତ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ୭ ମୋବାଇଲ ଜବତ କରିଛି।ଡକାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଫେରାର ଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଲୋପ ପାଉଛି ମାଓ ସଂଗଠନ

ମାଲକାନଗିରି,୨୯/୧୦(ଏସ ଏସନିଉଜ) ଲୋପ ପାଉଛି ମାଓ ସଂଗଠନ। ବିପୁଳ ପରିମାଣରେ ମାଓ ସମଗ୍ରୀ ଜବତ କଲେ ଯବାନ। ମାଲକାନଗିରି ସ୍ବାଭିମାନ ଅଂଚଳ ସମେତ, କାଲିମେଳା ଓ ମାଥିଲି ଅଂଚଳରୁ ବିପୁଣ ପରିମାଣରେ ମାଓ ସମଗ୍ରୀ ଜବତ କଲେ ବିଏସଏଫ ଓ ଡିଭିଏଫ ଯବାନ।

ବାରିରେ ବୁଲୁଥିଲା ବିରାଟ ଅହିରାଜ

ସୋର,୨୯/୧୦(ଏସଏସ ନିଉଜ) ଏହି ବ୍ଲକ୍‌ ଅଧିନସ୍ତ ଗୋପୀନାଥପୁର ପଞ୍ଚାୟତ କିୟାନାଳିଆ ଗ୍ରାମର ପାକନ ନାୟକଙ୍କ ବାରିରି ଏକ ବିରାଟ ଅହିରାଜ ସାପ ଉଦ୍ଧାର ହୋଇଛି।ବାରି ସଫାକରୁଥିବା ବେଳେ ସାପଟିକୁ ଦେଖି ପରିବାର ଲୋକ ବନବିଭାଗକୁ ଖବରଦେବାପରେ ବନବିଭାଗ କର୍ମଚାରୀ ଆସି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି କୁଲଡ଼ିହା ଅଭୟାରଣ୍ୟରେ ଛାଡିଥିବାର ଜଣାପଡିଛି।