Browsing yearly archive

2022

ମେଣ୍ଢାଶାଳରେ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିର

ମେଣ୍ଢାଶାଳ ,୨୪ା୧୨(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମପଂଚୟତ ମାଧ୍ୟମରେ ରାଜୀବ ସେବାକେନ୍ଦ୍ର ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିର ଶନିବାରଦିନ ଅନୁଷ୍ଠିତ ହୋଇଯାଇଛ଼ି ।ଚନ୍ଦକାସ୍ଥିତ ଇଷ୍ଟିଚ୍ୟୁଟ ଅଫହେଲ୍‌ଥ ସାଇନ୍ସ ସଂସ୍ଥାଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଫିଜିଓଥରାପି, ଅଡଡିଓଲୋଜି, ଆଣ୍ଠୁଗଣ୍ଠି ବାତ, ଗଳା,ମୁଣ୍ଡବୁଲା ଓବଧିରମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା ।ଡ.ଶୁଭସ୍ମିତାସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ଡ.ବିବେକ କୁମାର,ରାମକୃଷ୍ନ ପଟ୍ଟନାୟକ. ରାଜଶ୍ରୀସାମଲ, ମନୋଜକୁମାରସିଂଙ୍କ ସମେତ୧୧ଜଣ ଚିକିସ୍‌କ ଉପସ୍ଥିତରହି ୬୦ଜଣ ରୋଗୀଙ୍କର ପରୀକ୍ଷା କରିଥିଲେ ।ସରପଂଚ କୈାଶଲ୍ୟାବଳିୟାରସିଂହ ଏହିଶିବିରକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଚଢାଇଦେଲା ମୋ ବସ

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ସ୍କୁଲଛାତ୍ରୀଙ୍କ ଉପରେ ଚଢାଇଦେଲା ମୋ ବସ ।ଖଣ୍ଡଗିରି ଜାଗମରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।ଛାତ୍ରୀଙ୍କୁ ମୃତ୍ୟୁ ମୁଖରୁ ପ୍ରଦୀପ ସେବା ଟ୍ରଷ୍ଟର ମୁଖ୍ୟ ବଞ୍ଚାଇବାସହ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଇଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନାଦେଖାଦେଇଥିବାବେଳେ ଖବରପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି ।

ଚିମିନି ବିସ୍ଫୋରଣନେଲା ୭ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ଚିମିନି ବିସ୍ଫୋରଣ ଘଟି ୭ଶ୍ରମିକ ମୃତ୍ୟୁବରଣ କରିଛନ୍ତି ।ଏହାସହ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।ବିହାରର ମୋତିହାରିରେ ଚାଲିଥିବା ଇଟାଭାଟିରେ ଚିମିନି ବିସ୍ଫୋରଣ ଘଟିଛି ।ମୋତିହାରିର ରାମଗରହ୍ବାଥାନା ନାରିରଗି ଅଞ୍ଚଳରେ ବିସ୍ଫୋରଣ ଘାଟି ଆଖପାଖରେ ଶ୍ରମିକ ଶିବିର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଇଛି । କିଛି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିବାବେଳେ ଅନେକ ଫସିଥିବା ଆଶଙ୍କା କରାଯାଇଛି । ,ଖବରପାଇ SDRF ଓ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି […]

କୋଭିଡ ସଂକ୍ରମଣକୁ ଦେଖି ଭାରତରେ ଆଲର୍ଟ

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ବିଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାବେଳେ ଗ୍ଲୋବାଲ ଏମର୍ଜେନ୍ସିକୁ ଦେଖି ଭାରତରେ ଆଲର୍ଟ ଜାରିକରାଯାଇଛି ।ନୂଆବର୍ଷ , କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ ଜାରିକରି ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସମସ୍ତରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖମାଣ୍ଡଭୀୟ ଆଲୋଚନା କରି କୋଭିଡ ପ୍ରୋଟୋକଲ ଅନୁପାଳନ କରିବାସହ ସତର୍କ ରହି ଭୂତାଣୁକୁ ପ୍ରତିହତ କରିବାକୁ ପରାମର୍ଶ ଦେଇଛନ୍ତି। ଚୀନ , ଜାପାନ , ସାଉଥ […]

ରାଜ୍ୟରେ ଜାରି ରହିଛି ଶୀତଲହରୀ

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ରାଜ୍ୟରେ ଘନକୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି । ବିଭିନ୍ନ ସହରରେ ୧୦ଡିଗ୍ରୀ ତଳେ ତାପମାତ୍ରା ରହିଛି ।ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ପାରଦ ୫ ଡିଗ୍ରି ରହି ରେକର୍ଡ କରିଛି ।ଆସନ୍ତାକାଲିଠୁ ସାମାନ୍ୟ ଶୀତ କମିବା ସମ୍ଭାବନା ରହିଛି । ସେହିଭଳିଭାବେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ୭ ସହର ରହିଛି ।୫.୫ ଡିଗ୍ରୀ ସହ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଥିବାବେଳେ ସେମିଳିଗୁଡ଼ା-୬.୧ , ଫୁଲବାଣୀ- ୭.୫ […]

ମଳିପଡ଼ାରେ ବୋମାମାଡ଼

ଖୋର୍ଦ୍ଧା,୨୪ା୧୨(ଏସଏସନିଉଜ) କଙ୍କିଆଥାନା ଅନ୍ତର୍ଗତ ମଳିଆପଡ଼ା ଗ୍ରାମରେ ବୋମା ମାଡ ହୋଇଛି ।ବୋମାମାଡରେ ମାଳିଆପଡ଼ା ଗ୍ରାମର ଭାଗିରଥୀଙ୍କ ଘର ଆସବାବପତ୍ର ନଷ୍ଟ ହୋଇଯାଇଛି ।ଏହାସହ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ ହୋଇଛି ।ଫଳରେ ୨ଜଣ ଆହତ ହୋଇ ଚିତ୍କିସା ପାଇଁ ହସ୍ପିଟାଲରେ ଭର୍ତିହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ମା ମଙ୍ଗଳା ପୀଠର ହେବ ଉନ୍ନତି

ଭୁବନେଶ୍ବର ,୨୪ା୧୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲୋ ଜଗନ୍ନାଥ ସଂସ୍କୃତିରେ ମାମଙ୍ଗଳାଙ୍କପୀଠର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି ।ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶରେ କରଯାଇଥାଏ ବୋଲି ବିଶ୍ବାସ […]

ଧାନକଟା ମେସିନ୍ ଚଢି ବାଳକ ମୃତ

ପଟ୍ଟାମୁଣ୍ଡାଇ, ୨୪ା୧୨(ଏସଏସନିଉଜ) କଡ଼ଇନ୍ତା ଗାଁରେ ଧାନକଟା ମେସିନ୍ ମାଡ଼ିଯିବାରୁ ଜଣେ ବାଳକ ମୃରତ୍ୟୁବରଣ କରିଛି । ବିଲକୁ ବାପାଙ୍କ ପାଇଁ ପାଣି ନେଇ ଯାଇଥିବାବେଳେ ପୁଅ ଅଘଟଣର ଶିକାର ହୋଇଛନ୍ତି ।

ନବରଙ୍ଗପୁରରେ ଛତିଶଗଡ଼ ହାତୀ

ନବରଙ୍ଗପୁର,୨୪ା୧୨(ଏସଏସନିଉଜ) ନବରଙ୍ଗପୁରରେ ଛତିଶଗଡ଼ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ।ଯାହାକୁନେଇ , ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀ ଆକ୍ରମଣରେ ହାଟଭରଣ୍ଡି ପଞ୍ଚାୟତ ସିଉନାପାଲି ଗାଁର ଜଣେ ବୃଦ୍ଧ ମୃତ୍ୟୁବରଣ ରିଛି। ବୃଦ୍ଧ ଜଣଙ୍କ ନିଜଘର ବାହାରେ ବୁଲୁଥିବା ବେଳେ ହାତୀ ଆକ୍ରମଣର ଶିକାର ହେଇଥିବାର ଜଣାପଡିଛି ।

ଆଜି ୧୨ଘଣ୍ଟିଆ ପାଲଲହଡ଼ା ବନ୍ଦ

ପାଲଲହଡ଼ା , ୨୪ା୧୨(ଏସଏସନିଉଜ) ପାଲଲହଡ଼ା ବିଧାୟକ ମୁକେଶପାଳଙ୍କ ନେତୃତ୍ୱରେ ଆଜି ୧୨ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି ।ଅଣ୍ଡର ବାଇପାସ୍ ଓ ପାଲଲହଡ଼ା- ତିତିରି ରାସ୍ତା ନିର୍ମାଣ ପାଇଁ ଦାବିରେ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ବିଭିନ୍ନ ଛକରେ ବିଧାୟକ ଓ ସମର୍ଥକଙ୍କ ମିଳିତରେ ରାସ୍ତା ଅବରୋଧ କରାଯାଇଛି ।ଫଳରେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୋକାନ ବଜାର ବନ୍ଦ ରହିଥିବା ମଧ୍ୟ ଦେଖିବାକୁ ମିଳିଛିା