Browsing yearly archive

2022

ଖାଇକୁ ଖସିଲା କାର

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ତାମିଲନାଡ଼ୁର ଥେନିଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି। କୁମୁଲି ପାହାଡ଼ର ରାସ୍ତାତଳକୁ ଏକ କାର ୪୦ଫୁଟ ଖାଇକୁ ଖସିପଡ଼ିବା ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଜିଲ୍ଲାର ଆନ୍ଦିପାଟ୍ଟି ବାସିନ୍ଦା ଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।ସାବରିମାଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଆଜିରରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୨୪ ତାରିଖ (ଶନିବାର)ପୌଷ ମାସ – ଶୁକ୍ଲପକ୍ଷ ,ତିଥି-ପ୍ରତିପଦା.ସୁର୍ୟୋଦୟ ପ୍ରାତଃ ଘ୦୬/୨୧/୨୨ ,ସୂର୍ଯ୍ୟାସ୍ତ ସ୍ତସନ୍ଧ୍ୟା ଘ୦୫/୧୦/୮ ,ସିଂହ ଓ କନ୍ୟାରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣି କଖାରୁ ଦିବା ଘ୧୨/୮ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ ମେଷ-ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଉଚ୍ଚ ଅଭିଳାଷ ପୂରଣ ହେବ । ଦାମ୍ପତ୍ୟ ସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା,ରାଜନୀତିରେ ଉତ୍ତମ […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୩ା୧୨(ଏସଏସନିଉଜ)ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣମେଟଂର ଶୁକ୍ରବାର ଖେଳାଯାଇଥିବା ଶେଷ ସେମିଫାଇନାଲମ୍ୟାଚରେ ଅନୁଗୁଳର ଏକେ ପତାକା ଦଳ ବିଜୟ ଲାଭକରିଛି । ଦଳ ୫-୩ ଟାଇବ୍ରେକର ଗୋଲରେ ବିପକ୍ଷ ଢେଙ୍କାନାଳର ପପୁଲାରସ୍ପୋଟିଂକୁ ହରାଇ ଦେଇଛିା । ଏହି ବିଜୟ ସହ ଦଳ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ବଜୟୀ ଦଳର ମନୁ ମହାକୁଡପ୍ରଥମାର୍ଦ୍ଧର ୩୨ ମିନିଟରେ ଏକ ଚିତାକର୍ଷକ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ ରଖିଥିଲେ । ବିପକ୍ଷ ପପୁଲାର କ୍ଲବର ସୋନୁମାହାର […]

କୋଭିଡ଼ ନିୟମ ମାନିବାକୁ ସରକାର ପରାମର୍ଶ

ଭୁବନେଶ୍ୱର,୨୩।୧୨(ଏସଏସ ନିଉଜ)କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି।ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି।କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଥିବା ସହ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଜାରି ହୋଇଛି।

ଡଷ୍ଟବିନ ପାଖରେ ନବଜାତ!

କଟକ,୨୩।୧୨(ଏସଏସ ନିଉଜ)କଟକ SCBରେ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ହୋଇଛି। ସୁରକ୍ଷାକର୍ମୀ ଉଦ୍ଧାର କରି SNCUରେ ଭର୍ତ୍ତି କରିଛନ୍ତି।ପ୍ରସବ ପରେ ନବଜାତ କିପରି ଡଷ୍ଟବିନ୍ ପାଖକୁ ଆସିଲା ସେନେଇ ତନାଘନା ଆରମ୍ଭ ହୋଇଛି।

ଓଡ଼ିଶା ଆସିବେ ଜେପିନଡ୍ଡା

ଭୁବନେଶ୍ୱର,୨୩।୧୨(ଏସଏସ ନିଉଜ) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।ଆସନ୍ତା ୨୮ କିମ୍ବା ୨୯ ତାରିଖରେ ଆସିବା ନେଇ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଚୂଡ଼ାନ୍ତ ଗସ୍ତ ସୂଚୀ ପ୍ରକାଶ କରାଯିବ କହିଛନ୍ତି।

କୋଭିଡ ପାଇଁ ଆରମ୍ଭ ହୋଇଯାଇଛି ବୈଠକ

ଭୁବନେଶ୍ୱର,୨୩।୧୨(ଏସ ଏସ ନିଉଜ)କୋଭିଡ ପାଇଁ ଆରମ୍ଭ ହୋଇଯାଇଛି ଘନଘନ ବୈଠକ । ଆଜି ଅପରାହ୍ନ ୩ଟାରେ ହେବ ବୈଠକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ହେବ ସମୀକ୍ଷା । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ଜଣାପଡିଛି।

ଆଜିର ରାଶିଫଳ

ଡିସେମ୍ବର ମାସ ୨୩ ତାରିଖ ୨୦୨୨ ମସିହା(ଶୁକ୍ରବାର) ପୌଷମାସ-କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୨୭, ତୁଳା ଓ କୁମ୍ଭ୍ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ଘାତବାର,ଅମାବାସ୍ୟାର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ଓ ପ୍ରତିପଦର ପାର୍ବଣ ଶ୍ରାଦ୍ଧ,ଆମିଷ ଦିବା ୦୩/୪୪ ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୨ା୧୨(ଏସଏସନିଉଜ)ତମାଣ୍ଡୋ ମିନିଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ ମଙ୍ଗଳା କ୍ଲବବିଜୟୀ ହୋଇଛିା । ଦଳ ୭-୬ ଟାଇବ୍ରେକର ଗୋଲରେ ବିଜୟଲାଭ କରିବାସହ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ଆଜିଟୁର୍ଣ୍ଣାମେଟଂର ପ୍ରଥମ ସେମିଫାଇନାଲମ୍ୟାଚ କଟକର ମଙ୍ଗଳା କ୍ଲବ ଓ ଭୁବନେଶ୍ୱରର ଜଗା ୟୁନାଇଟେଡ ମଧ୍ୟରେ ଖେଳା ଯାଇଥିଲା ।ମଙ୍ଗଳା କ୍ଲବ ପ୍ରଥମାର୍ଦ୍ଧରେ ପ୍ରଧାନ୍ୟ ବିସ୍ତାରକରି ୧୧ମିନିଟରେ ବିଶ୍ୱରଞ୍ଜନ ବେହେରାଙ୍କ ଜରିଆରେ ଗୋଟିଏ ଓ ୧୩ ମିନିଟରେ ବାପୁନିବିନ୍ଧାଣୀଙ୍କ ଜରିଆରେ ଅନ୍ୟ […]

ପୁରୁଷ ହକି ବିଶ୍ବକପ୍ ପାଇଁ ସର୍ବଦଳୀୟବୈଠକ

ଭୁବନେଶ୍ୱର,୨୨୧୧୨(ଏସଏସନିଉଜ)୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ବିଶ୍ବକପ୍ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍ […]