ମା ମଙ୍ଗଳା ପୀଠର ହେବ ଉନ୍ନତି

ଭୁବନେଶ୍ବର ,୨୪ା୧୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲୋ
ଜଗନ୍ନାଥ ସଂସ୍କୃତିରେ ମାମଙ୍ଗଳାଙ୍କପୀଠର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି ।ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶରେ କରଯାଇଥାଏ ବୋଲି ବିଶ୍ବାସ ରହିଛି । ଏତଦବ୍ୟତୀତ ଓଡ଼ିଶାର ପ୍ରମୂଖ ଶକ୍ତିପୀଠ ଭାବରେ ମା ମଙ୍ଗଳାପୀଠ ଓଡ଼ିଶାର ଘରେ ଘରେ ପରିଚିତ ।ପ୍ରତିଦିନ ହଜାରହଜାରଭକ୍ତ ମାଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି ।ତେଣୁ 5T ଉପକ୍ରମରେ ଏ ପୀଠର ଉନ୍ନତିକରଣପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ ଅବସରରେ ପାଣ୍ଡିଆନ୍ ମଙ୍ଗଳାପୀଠର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ ।
ମନ୍ଦିର ଜଳନିଷ୍କାସନ, ପାର୍କିଂ, ଯାତ୍ରୀଙ୍କ ସୁବିଧା ପ୍ରାଚୀନଦୀଘାଟର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବା ଏଥି ନିମନ୍ତେ ସେବାୟତ ସ୍ଥାନୀୟ ଲୋକ ଓ trustee ମାନଙ୍କସହ ଆଲୋଚନା କରି ବିସ୍ତ୍ରୁତ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବା ନିର୍ଦ୍ଦେଶ ଦେଇଥିଲେ. ଏହା ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ପାଣ୍ଡିଆନ୍ ପ୍ରକାଶ କରିଥିଲେ ।OBCC ଏହି ଯୋଜନା ପ୍ରସ୍ତୁତ କରିବ ।ପୂର୍ବରୁ ପାଣ୍ଡିଆନ୍ ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ।ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜteaching hospital ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତିର ସମୀକ୍ଷା କରିଥିଲେ ।୨୦୨୩ ଜୁନ ସୁଦ୍ଧା teaching hospital କାମ ଶେଷ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛିା
ପରେ କୋଣାର୍କ ଯାଇ 5Tସଚିବ ପାଣ୍ଡିଆନ୍ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂରୋଡ କାମ ଅନୁଧ୍ୟାନ କରିଥିଲୋକାମର ଅଗ୍ରଗତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ 5Tସଚିବ ପାଣ୍ଡିଆନ୍ ସମୀକ୍ଷା କରିଥିଲେ. ।କୋଣାର୍କ ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ ୨୦୨୩ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।5T ସଚିବ ଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ,ଏସପି, ତଥା ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment