Browsing daily archive

January 12, 2023

ନନ୍ଦନକାନନରେ ସରିଲା ପକ୍ଷୀଗଣନା

ବାରଙ୍ଗ,୧୨ା୧(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଦିନିକିଆ ପକ୍ଷୀଗଣନା ସରିଛି । ପ୍ରତିବର୍ଷପରି ଏଥର ଜାନୁୟାରୀ ୧୨ତାରିଖରେ ନନ୍ଦନକାନନ ଓ ତାର ଆଖପାଖ ଅଂଚଳ ଆଦ୍ରଭୁମି ଅଂଚଳକୁ ଆସୁଥିବା ଜଳଚରପକ୍ଷୀମାନଙ୍କ ଗଣନା ହୋଇଛି ।ଏହି ଦିନିକିଆ ପକ୍ଷୀଗଣନାରେ ୪୩ପକ୍ଷୀ ବିଶେଷଜ୍ଞ ମାନଙ୍କ ସହ ନନ୍ଦନକାନନଅଧିକାରୀମାନେ ସାମିଲ ହୋଇଥିଲୋ୭ଟିଦଳରେ ବିଭକ୍ତହୋଇ ଏହି ଦଳ କାଞିଆ ଓ କିଆଖଣିହ୍ରଦ, ବଡବାଙ୍କ ଓ କଟୁରୀଘସା ପାଟ,ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ଗ୍ରସ୍ଥ କରି ସେଠାରେ ଥିବା ଜଳାଶୟକୁ ଆସୁଥିବା ଜଳଚରପକ୍ଷୀମାନଙ୍କୁ ଗଣନା କରିଥିଲେ ।ଗତବର୍ଷ ୩୦ପ୍ରଜାତିର […]

ଅଟୋ ଚାଳକ ଦେଖାଇଲେ ମଣିଷ ପଣିଆ

ବାରଙ୍ଗ,୧୨/୧(ଏସଏସନିଉଜ) ଏବେ ବି ବଞ୍ଚିଛି ମଣିଷ ପଣିଆ । ଚୋରି ,ରାହାଜାନୀ, ଲୁଟୁ ପାତ୍ , ହେଉଥିବା ବେଳେ ଜଣେ ଅଟୋ ଚାଳକ ଦେଖାଇଛନ୍ତି ନିଜର ମଣିଷ ପଣିଆ । ଜଣେ ମହିଳା ଙ୍କ ଲାପଟପ୍ ସହ କିଛି ଅବଶକିୟ କାଗଜପତ୍ର ପାଇ ମହିଳା ଙ୍କୁ ଫେରାଇ ସମସ୍ତ ଙ୍କ ମୁହଁରୁ ସବାସି ସାଉଁଟି ଛନ୍ତି । ଶୈଳଶ୍ରୀବିହାରରେ ରହୁଥିବା ମନିଶା ସୁବୁଦ୍ଧିରାୟ ନାମକ ମହିଳା ଗୁରୁବାରଦିନ ନନ୍ଦନକାନନକୁ ଏକ ଅଟୋରେ ନନ୍ଦନକାନନକୁ ବୁଲିବାକୁ ଆସିଥିଲେ ।ଅଟୋରୁ […]

ଉଦଘାଟିତହେଲା ବିଦ୍ୟାଳୟ ବାର୍ଷିକକ୍ରୀଡା

ବାରଙ୍ଗ,୧୨/୧(ଏସଏସନିଉଜ)ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତାର ବାଟ ଦେଖାଏ ବୋଲି ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୪ତମ ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରି ସମାଜସେବୀ ତଥା କେନ୍ଦୁପାଟଣା ଗ୍ରାମ ମୁରବୀ ମାୟାଧର ନାୟକ କହିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟିସଭାପତି ଜଗନ୍ନାଥଭଞଙ୍କ ନେତୃତ୍ବରେ ଆୟୋଜିତଉତ୍ସବରେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ରସେନାପତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ସମାଜସେବୀ ମାୟାଧର ନାୟକ,ଦାଢା ପଞ୍ଚାୟତ ନାଏବ୍ ସରପଞ୍ଚ ରଣଞିତ୍ ଦାସ,ଅକ୍ଷୟ ଦାସ,ପ୍ରଶାନ୍ତ […]

ଆଜିର ରାଶିଫଳ

ନବାଙ୍କ ବେଢା ,୨୦୨୩ ମସିହା ଜାନୁୟାରୀ ମାସ ୧୩ ତାରିଖ (ଶୁକ୍ରବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୬/୩୦ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୪୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୧/୦୬ ,ବିଛା,ଧନୁ ଓ ମୀନରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଷଷ୍ଠୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ନିମ୍ବ ରାତ୍ରି ଘ୬/୦ ଗତେ ତାଳ ଭକ୍ଷଣ ନିଷେଧ । ମେଷ-ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ଵର୍ଯ୍ୟଯୁକ୍ତ […]

ଭିଜିଲାନ୍ସ ଜାଲରେ ଅବକାରୀଅଧିକାରୀ

ଭୁବନେଶ୍ୱର,୧୨।୧(ଏସଏସ ନିଉଜ)କେସ୍ ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଲା ବେଳେ ଗିରଫ ହୋଉଛନ୍ତି ସଞ୍ଜୟ କୁମାର ପଣ୍ଡା।୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୁରୀ ଜିଲ୍ଲାର ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା।ସଞ୍ଜୟ ପଣ୍ଡା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବଦଳିବ ପୁରୀ ବେଳାଭୂମି ମାର୍ଗର ନାମ!

ପୁରୀ,୧୨।୧(ଏସଏସ ନିଉଜ)ଅନ୍ତର୍ଜାତୀୟ ଯୁବ ଦିବସରେ ସ୍ବାମୀ ବିବେକାନନ୍ଦଙ୍କୁ ସମ୍ମାନ। ପୁରୀର ବେଳାଭୂମି ମାର୍ଗ ସ୍ବାମୀଜୀଙ୍କ ନାମରେ ହେବ ନାମିତ।ବେଳାଭୂମିର ନାମ ପରିବର୍ତ୍ତନ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ ଜରାଯାଇଛି।ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ହୋଇପାରେ ନିଷ୍ପତ୍ତି।

ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର,୧୨।୧(ଏସ ଏସନିଉଜ)ଜିଲ୍ଲା ପରିଷଦ ବୈଠକରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି।ଜିଲ୍ଲାପାଳ ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜାଙ୍କ ପାଟିତୁଣ୍ଡ କରିଛନ୍ତି।ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ସ୍କୁଲ ଭ୍ୟାନକୁ ଧକ୍କାଦେଲା ଡ୍ରମ୍ଫର

କେନ୍ଦୁଝର,୧୨।୧(ଏସଏସ ନିଉଜ) ଯୋଡ଼ାଥାନା ମାଇନିଂ ଅଫିସ ନିକଟରେ ସ୍କୁଲ ଭ୍ୟାନକୁ ଧକ୍କା ଦେଇଛି ଡ୍ରମ୍ଫର। ଡ୍ରମ୍ଫରଟି କଳାପାହାଡ଼ ଦେଇ ଭଦ୍ରାସାହି ଯାଉଥିବା ବେଳେ ମାଇନିଂ ଅଫିସ ନିକଟରେ ବ୍ୟାରିକେଟ ଭାଙ୍ଗି ଏକ ଚଳନ୍ତା ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା । ଅଳ୍ପକେ ବଂଚିଲା ଡ୍ରାଇଭର। ସୌଭଗ୍ୟ ବଶତଃ କୌଣସି ଛାତ୍ର ଛାତ୍ରୀ ଭ୍ୟାନରେ ନଥିଲେ।

ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆମ୍ୟାଚ

ଭୁବନେଶ୍ୱର,୧୨।୧(ଏସଏସ ନିଉଜ)ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ । ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି ମେନ ଇନ୍ ବ୍ଲୁ । ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ରୋହିତ ବାହିନୀ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି।

ଅମାନିଆ ଗାଡ଼ିଚାଳକଙ୍କୁ ଶିକ୍ଷା!

ଭୁବନେଶ୍ୱର,୧୨/୧(ଏସଏସ ନିଉଜ)ରାଜଧାନୀରେ ଅମାନିଆ ଗାଡ଼ି ଚାଳକଙ୍କୁ ଶିକ୍ଷା ଦେଉଛି ବିଏମସି । ମଲ୍ ତଥା ଦୋକାନକୁ ଯିବା ପାଇଁ ପାର୍କିଂରେ ଗାଡ଼ି ନରଖି ରାସ୍ତା ଉପରେ ଗାଡ଼ି ରଖିଲେ ବିଏମସି ଏନ୍ଫୋର୍ସମେଣ୍ଟ ଟିମ୍ କରୁଛି ଚକା ଲିକ୍।