ଉଦଘାଟିତହେଲା ବିଦ୍ୟାଳୟ ବାର୍ଷିକକ୍ରୀଡା

ବାରଙ୍ଗ,୧୨/୧(ଏସଏସନିଉଜ)ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତାର ବାଟ ଦେଖାଏ ବୋଲି ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୪ତମ ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରି ସମାଜସେବୀ ତଥା କେନ୍ଦୁପାଟଣା ଗ୍ରାମ ମୁରବୀ ମାୟାଧର ନାୟକ କହିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟିସଭାପତି ଜଗନ୍ନାଥଭଞଙ୍କ ନେତୃତ୍ବରେ ଆୟୋଜିତଉତ୍ସବରେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ରସେନାପତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ସମାଜସେବୀ ମାୟାଧର ନାୟକ,ଦାଢା ପଞ୍ଚାୟତ ନାଏବ୍ ସରପଞ୍ଚ ରଣଞିତ୍ ଦାସ,ଅକ୍ଷୟ ଦାସ,ପ୍ରଶାନ୍ତ ଭୋଇ ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁକାନ୍ତୀ ସିଂହ, ସୀମାରାଣୀ ବେହେରା, ଶିକ୍ଷକ ସଂଗ୍ରାମ କେଶରୀ ପଟ୍ଟନାୟକ,ସୁରେନ୍ଦ୍ର ରେଡି,ସୋମନାଥ ସିଂହ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ କେନ୍ଦୁପାଟଣା ଗ୍ରାମବାସୀମାନେ ସହଯୋଗ କରିଥିଲେ।

 

Comments (0)
Add Comment