ନବାଙ୍କ ବେଢା ,୨୦୨୩ ମସିହା ଜାନୁୟାରୀ ମାସ ୧୩ ତାରିଖ (ଶୁକ୍ରବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୬/୩୦ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୪୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୧/୦୬ ,ବିଛା,ଧନୁ ଓ ମୀନରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଷଷ୍ଠୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ନିମ୍ବ ରାତ୍ରି ଘ୬/୦ ଗତେ ତାଳ ଭକ୍ଷଣ ନିଷେଧ ।
ମେଷ-ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ଵର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ-ବନ୍ଧୁମେଳରେ ଦିନ ବିତାଇ ପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବା ଆଶା କରାଯାଏ।
ମିଥୁନ-ଆୟର ମାତ୍ରା ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହାନ ସୁଖ ମିଳିବ।
କର୍କଟ- କାର୍ଯ୍ୟରେସଫଳତା ଲାଭ କରିବେ। ପରିବାର ମଧ୍ୟରେ ମର୍ଯ୍ୟାଦା ସମ୍ପନ୍ନ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
ସିଂହ-ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା-ପ୍ରିୟଜନ ଆଡ଼ ହେବାର ସୂଚନା ମିଳୁଛି। ହୃଦୟରେ ଈର୍ଷା ଜାତ ହୋଇପାରେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।
ତୁଳା-ଦୂରଯାତ୍ରା ଲାଭଜନକ ହୋଇପାରେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ଲାଗି ପଡ଼ିବେ।
ବିଛା-ଶତ୍ରୁର ଆକ୍ରମଣ ପାଇଁ ଭୟଭୀତ ନ ହୋଇ ସଜାଗ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଶାନ୍ତିମାନ ହୋଇ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ। ମନ୍ଦାଗ୍ନି ଭୋଗ କରିପାରନ୍ତି।
ଧନୁ-ବନ୍ଧୁ ସହଯୋଗ ମିଳିପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହୋଇପାରନ୍ତି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
ମକର-ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ପାଥେୟ କରି ସେବା ମନୋଭାବର ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି ଉପରେ ଗୁରୁତ୍ୱାରୋପ କରିପାରନ୍ତି। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନର ପରିଚୟ ଦେବେ।
କୁମ୍ଭ-କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର, ସମ୍ମାନ ମିଳିବ। ତପସ୍ୱୀ ହେବେ।
ମୀନ-ଭୂମି ଲାଭର ସୁଯୋଗ ଅଛି। ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ।
ନିତୀବାଣୀ-କଠିନ ପରିଶ୍ରମବିନା ଦୁନିଆରେ କିଛି ମିଳେନାହିଁ,ତୁମେ ବାହାରକୁ ଆସିବାପରେ ସୂର୍ଯ୍ୟଙ୍କ କିରଣ ପଡ଼ିଲେ ହିଁ ତୁମର ଛାୟା ପାଇବା
ବାସ୍ତୁଟିପ୍ପଣୀ-ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ ! ହୋଇଯାଆନ୍ତୁ ସାବଧାନ?ଏହି ଦିଗରେ କିଚେନ୍ , ବାଥରୁମ୍ , ଏବଂ ପୂଜାସ୍ଥଳ ଥିଲେ ବିପଦ ମାଡିଆସିବ,ଜାଣନ୍ତୁ ଏହାର ନିରାକରଣ-
ଲୋକମାନେ ମୂଖ୍ୟଦ୍ୱାର ବ୍ୟତିତ ରୋଷେଇଘର ,ଠାକୁରଘର କେଉଁ ସ୍ଥାନରେ ରଖିବାଦରକାର ସେଥିପ୍ରତି ଗୁରତ୍ୱ ଦେଇନଥାନ୍ତି ।ଫଳରେ ବିପଦକୁ ଆମନ୍ତ୍ରଣ କରିବାକୁପଡିପାରେ ।ବାସ୍ତୁଶାସ୍ତ୍ରରେ ଉତ୍ତରମୂଖୀ ଘରକୁ ଭଲ ବୋଲି କୁହାଯାଏ , ଘରର ଉତ୍ତରଦିଗକୁ ବାସ୍ତୁମୁକ୍ତି ହେବାସହିତ ଘରେ ଧନସମ୍ପତି ବୃଦ୍ଧି ହୋଇଥାଏା
ଘରର ଉତ୍ତରଦିଗରେ ଗେଷ୍ଟରୁମ୍ ରହିବା ଶୁଭ ହୋଇଥାଏ , ଘରର ଆଗ୍ନିୟକୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବକୋଣ ରୋଷେଇଘର ହେବା ଉଚିତ୍ ହୋଇଥାଏ , ଘରର ଐଶାନ୍ୟକୋଣରେ ପୂଜାସ୍ଥଳ କଲେ ପରିବାରକୁ ସବୁ ସମୟରେ ଶୁଭଫଳ ମିଳିବ , ଘରର ଉତ୍ତରଦିଗରେ ବାଥରୁମ୍ ବା ଟଇଲେଟ୍ ବନାନ୍ତୁନାହିଁ । ଘରର ସୁଖଶାନ୍ତି ପାଇଁ କେବେବି ଆପଣମାନେ ଘରର ଉତ୍ତରଦିଗରେ ରୋଷେଇଘର କରନ୍ତୁନାହିଁ । ଘରର ମଣିଷଙ୍କ ମଧ୍ୟ ପ୍ରେମସଂମ୍ପର୍କ ବଜାୟ ରଖିବାପାଇଁ ଆପଣମାନେ ଉତ୍ତରଦିଗରେ କେବେ କୈଣସି ଭଙ୍ଗାକାନ୍ଥକୁ ରଖନ୍ତୁନାହିଁ । ଭୂମିଗତଟାୱାର୍ ଏବଂ ଟେଙ୍କକୁ ସବୁବେଳେ ଉତ୍ତର-ପୂର୍ବଦିଗରେ ହିଁ ବସେଇ ପାରିବେ । ଏହାଦ୍ୱାରା ଘରର ଲୋକମାନଙ୍କ ଧନସମ୍ପତି ସଞ୍ଚୟ କରିବାରେ ସହାୟତା ମିଳିଥାଏ
ଆଜିର ଦିନଟିମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!