Browsing monthly archive

January 2023

ରାତିପାହିଲେ ପବିତ୍ର ମାଘସପ୍ତମୀ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ରାତି ପାହିଲେ ପବିତ୍ର ମାଘସପ୍ତମୀାଚନ୍ଦ୍ରଭାଗାରେ ଜଗିଛନ୍ତି ୩୦ପ୍ଲାଟୁନ୍ ପୁଲିସଫୋର୍ସା ଶନିବାର ପ୍ରତ୍ୟୁଷରୁ ପ୍ରସିଦ୍ଧଚନ୍ଦ୍ରଭାଗାରେ ବୁଡପକାଇବେ ହଜାର ହଜାରଶ୍ରଦ୍ଧାଳୁ। ସେଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣକରାଯାଇଛି।ମହାମାରୀ କରୋନା ହଟିବାପରେ ଚଳିତବର୍ଷ ପ୍ରଥମଥରପାଇଁ ଚନ୍ଦ୍ରଭାଗାରେ ବୁଡହେବ। ତେବେ ଚନ୍ଦ୍ରଭାଗା ବୁଡ଼କୁ ଶୃଙ୍ଖଳିତ କରିବାପାଇଁ ଆଜି ପୁରୀଏସ୍‌ପି କନ୍ୱରବିଶାଳସିଂ ଚନ୍ଦ୍ରଭାଗାତୀର୍ଥ ନିକଟରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷାକରିଛନ୍ତି। ସେହିଭଳିଭାବେ ଆସନ୍ତାକାଲିଠାରୁ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ହେବାକୁ ଯାଉଛି । ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଜପତପପାଇଁ ଖଣ୍ଡଗିରି ପାହାଡ଼ରେ ଆସି ଆସ୍ଥାନ […]

ବରବେଶରେ କ୍ରିକେଟର ଅକ୍ଷରପଟେଲ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ବରବେଶରେ କ୍ରିକେଟର ଅକ୍ଷରପଟେଲ ଦେଖିବାକୁମିଳିଛି ।ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାରଅଲ୍‌ରାଉଣ୍ଡରକ୍ରିକେଟର ଅକ୍ଷରପଟେଲ। ଗତକାଲି ସେ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି । ଗତ ବର୍ଷ ସେମାନଙ୍କର ନିର୍ବନ୍ଧ ହୋଇଥିବା ବେ‌ଳେ ଏବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଅକ୍ଷରଙ୍କପତ୍ନୀ ମେହା ଜଣେ ସୋସିଆଲ୍ ମିଡିଆଷ୍ଟାର୍‌। ସେ ସୋସିଆଲ୍ ମିଡିଆରେ ରିଲ୍ସବନାଇ ଖୁବ୍ ଲୋକପ୍ରିୟତା ଅର୍ଜନକରିଛନ୍ତି।  

ଡେମୋ ଦେଖାଇଲା ଅଭିଯୁକ୍ତ

ବାଲୁଗାଁ,୨୭ା୧(ଏସଏସନିଉଜ) ସାଙ୍ଗକୁ ମାରି କୂଅରେ ଫିଙ୍ଗିବା ଘଟଣାରେ ଅଭିଯୁକ୍ତ ଆଶୀର୍ବାଦ ବେହେରାକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି ପୋଲିସ । ୨ଦିନିଆ ରିମାଣ୍ଡରେ ନେଇ ସିନ୍ ରିକ୍ରିଏସନ କଲା ବାଣପୁର ପୋଲିସାବାଣପୁର ଖମାରସାହିସ୍ଥିତ ଭଡ଼ାଘରେ ଡେମୋ ଦେଖାଇଲା ଅଭିଯୁକ୍ତାଦୀକ୍ଷିତପଡାର ଏକକୂଅରୁ ଆଶୁତୋଷ ମହାପାତ୍ରଙ୍କ ମୃତଦେହ ମିଳିଥିଲାା  

ଗ୍ରାଣ୍ଡସ୍ଲାମ୍ ଟେନିସରୁ ସାନିଆ ନେଲେ ଅବସର

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଗ୍ରାଣ୍ଡସ୍ଲାମ୍ ଟେନିସରୁ ଅବସର ନେଲେ ଟେନିସ ତାରକା ସାନିଆ ମିର୍ଜା। ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟପରେ ଅବସରନେଲେ ସାନିଆ। ଆଜି ଅଷ୍ଟ୍ରେଲିଆନ୍ ‘ମିକ୍ସଡ୍ ଡବଲ୍‌ସ୍‌’ ଫାଇନାଲ୍ ମ୍ୟାଚରେ ‘ରନର୍‌-ଅପ୍‌’ ହୋଇ ଗୌରବମୟ ଟେନିସ୍ କ୍ୟାରିୟର୍ ଶେଷ କଲେ ସାନିଆ ମିର୍ଜା କ୍ଷ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ବ୍ରାଜିଲୀୟ ଯୋଡ଼ି ଲୁଇସା ଷ୍ଟିଫାନି ଏବଂ ରାଫେଲ୍ ମ୍ୟାଟୋସ୍‌ଙ୍କଠାରୁ ୬-୭ (୨-୬) ଏବଂ ୨-୬ରେ ହେଲେ ପରାସ୍ତ ।ଏଥିସହ ଶେଷହୋଇଛି ସାନିଆମିର୍ଜାଙ୍କର ଗୌରବମୟ ଟେନିସ୍ କ୍ୟାରିୟର୍‌। ଦୁଃସାହସିକ […]

ହଜିଲା ବ୍ୟାଗ ଫେରିପାଇଲେ ପର୍ଯ୍ୟଟକ

ବାରଙ୍ଗ,୨୫।୧(ଏସଏସ ନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ହଜି ଯାଇଥିବା ଭ୍ୟାନିଟି ପାଇ ନନ୍ଦନକାନନ ଥାନା ଜିମା ଦେଲେ ଜଣେ ଭଦ୍ରବ୍ୟକ୍ତି।ଗୁରୁବାର ଦିନ ପଶ୍ଚିମବଙ୍ଗ ସୋଲାରପୁର ଅଞ୍ଚଳର ସମୀର ସୋମ ଏବଂ ତାଙ୍କ ପତ୍ନୀ ସୁମିତା ସୋମ ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିବା ସମୟରେ ତାଙ୍କର ଭ୍ୟାନିଟି ବ୍ୟାଗଟି କେଉଁଠି ହଜି ଯାଇଥିଲା।ଗୁଣନିଧି ନାମକ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ପାଇ ନନ୍ଦନକାନନ ଥାନାରେ ସବ-ଇନ୍ସପେକ୍ଟର ସୌରଭ ଭୋଇଙ୍କ ଜିମା ଦେଇଥିଲେ।ପରେ ଯୁବକଙ୍କ […]

ମେଣ୍ଢାଶାଳରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ମେଣ୍ଢାଶାଳ,୨୬ା୧(ଏସଏସନିଉଜ)ମେଣ୍ଢାଶାଳର ବିଭିର୍ଣ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ମେଣ୍ଢାଶାଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରପଂଚ କୈାଶଲ୍ୟା ବଳିୟାରସିଂହ, ସେବା ସମବାୟ ସମିତି ପରିସରରେ ସଭାପତି ମହେନ୍ଦ୍ରକୁମାର ପ୍ରଧାନ,ମେଣ୍ଢାଶାଳଫାଣ୍ଡିରେ ଫାଣ୍ଡି ଅଧିକାରୀ ମାନଗୋବିନ୍ଦନାୟକ,ମେଣ୍ଢାଶାଳସ୍ୱାସ୍ଥ୍ୟକେନ୍ଦ୍ରରେ ଡ.ମୋହନ ହେମ୍ରମ, ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟ, ଡେରାସଫାର୍ମକେନ୍ଦ୍ରିୟ ଜଳବିନିଯୋଗ ଫାର୍ମ, ଓପିଟିସିଏଲ ଆଦି ସ୍ଥାନମାନଙ୍କରେ ପାଲିତ ହୋଇଯାଇଛି ।ସେହିଭଳିଭାବେ ମୁକ୍ତାକାଶ କାରାଶ୍ରମ ପରିସରରେ ଅଧିକ୍ଷକ ସରୋଜକୁମାରବିଶ୍ୱାଳ ଜାତୀୟପତାକା ଉତୋଳନ କରିଥିଲେ ।କାରାଶ୍ରମର ସମସ୍ତ ଅନ୍ତେଃବାସୀଙ୍କ ସମେତ ସମସ୍ତ ପଦାଧିକାରୀମାନେ ଉପସ୍ଥିତଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)  

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୨୭ ତାରିଖ (ଶୁକ୍ରବାର)ମାଘ ମାସ – ଶୁକ୍ଲପକ୍ଷ ,ତିଥି-ଷଷ୍ଠୀ ଦିବା ଘ୯/୨୨ ପର୍ଯ୍ୟନ୍ତତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୨୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୧/୦୬ ,ବିଛା,ଧନୁ ଓ ମୀନରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର , ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ , ନିମ୍ବ ଦିବା ଘ୯/୨୨ ଗତେ ତାଳଭକ୍ଷଣ ନିଷେଧା ମେଷ-ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କରପ୍ରଭାବ ବଢିବ । ଆର୍ଥିକସ୍ଥିତି ମଜଭୁତହେବ । ଭ୍ରମଣରେ ବୁଲିଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତକରିବେ । ଲେଖକଙ୍କୁ ପୁରସ୍କାରମିଳିପାରେ […]

୨୦ଜଣଙ୍କୁ ରାଜ୍ୟପାଳ ମେଡାଲ

ଭୁବନେଶ୍ୱର,୨୬ା୧(ଏସଏସନିଉଜ)କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ପୋଲିସ ସମ୍ମାନିତ ହୋଇଛନ୍ତି। ୭ଟିକାଟାଗୋରୀରେ ୨୦ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ କରାଯାଇଛି । ଚନ୍ଦକାଏସଓଜିର ୨ଜଣ କମାଣ୍ଡୋ କମାଣ୍ଡୋ କୁମାର କର୍ମି ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତଙ୍କୁ ସାହାସିକତା ପୁରସ୍କାର ଦେଇଛନ୍ତି ସରକାର। ଟ୍ୱିନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ଦେଇ ସମ୍ମାନିତ କରାଯାଇଛି। ଅନ୍ୟପଟେ ସିକ୍ୟୁରିଟି ୱିଙ୍ଗ ଏସ୍‌ପି ସରୋଜ ମହାପାତ୍ରଙ୍କୁ ରାଷ୍ଟ୍ରପତି ପୋଲିସମେଡାଲ ମଧ୍ୟ ଦିଆଯାଇଛି। ଉଲ୍ଲେଖନୀୟ ସେବାପାଇଁ ୧୦ଜଣ ପୋଲିସକର୍ମଚାରୀଙ୍କୁ […]

ନାଜାଲ ଟିକାର ଶୁଭାରମ୍ଭ

ଭୁବନେଶ୍ୱର,୨୬ା୧(ଏସଏସନିଉଜ) ଲଞ୍ଚହେଲା ଭାରତର ପ୍ରଥମକୋଭିଡ ନାଜାଲଭାକ୍ସିନ ନାଜାଲ ଟିକାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଭାରତ ବାୟୋଟେକଦ୍ବାରା ପ୍ରସ୍ତୁତ ଇନକୋଭାକ୍ ରୋଗ ପ୍ରତିରୋଧକଶକ୍ତି ବଢ଼ାଉଛି। ୨ଟିଡୋଜ୍ ଟିକା ନେଇଥିଲେ ହିଁ ‘ଇନ୍‌କୋଭାକ’ ଦିଆଯିବ। ୧୮ବର୍ଷରୁ ଅଧିକବୟସର ଲୋକଙ୍କୁ ଦିଆଯାଇପାରିବ। ପ୍ରଥମପର‌୍ୟ୍ୟାୟରେ ଘରୋଇ ହସ୍ପିଟାଲରେ ଦିଆଯିବ ଟିକା। ନାକରେ ସ୍ପ୍ରେକଲେ କୋଭିଡ ପ୍ରତିରୋଧକଶକ୍ତି ବଢ଼ିବ ବୋଲି କୁହାଯାଇଛି ।

ଆଜିଠୁ ବଦଳିଲା ଥାନାର ପରିସୀମା

ଭୁବନେଶ୍ୱର,୨୬ା୧(ଏସଏସନିଉଜ) ଥାନାପରିସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି। ବଡ଼ଗଡ଼ , ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା ବଦଳା ଯାଇଛି। ଗଣତନ୍ତ୍ର ଦିବସଠାରୁ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସହିଦନଗର ଥାନା ଅଧୀନରେ ଥିବା ବାସୁଆଘାଇ ପଞ୍ଚାୟତ ଏବେ ବଡ଼ଗଡ଼ ଥାନା ଅଧୀନରେ ରହିବ। ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନରେ ରହିବ ଜଗନ୍ନାଥ ନଗର। ପୂର୍ବରୁ ମଞ୍ଚେଶ୍ୱର ଓ ସହିଦନଗର ଅଧୀନରେ ଥିଲା ଜଗନ୍ନାଥ ନଗର। ଥାନା ପରିସୀମା ବଦଳିବା ଯୋଗୁ କେଶୁରା , କୋରଡକଣ୍ଟା , […]